ମାଛ ଜାଲରେ ପଡିଲା ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ, ଦେଖନ୍ତୁ କେଉଁଠି

ସାଙ୍ଗମାନେ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ସାଙ୍ଗମାନେ ଆଜି କାଲି ଏମିତି କିଛି ଘଟଣା ସବୁ ଘଟୁଛି ଯାହାକୁ ଆପଣ ସହଜରେ ବିଶ୍ଵାସ ବି କରି ପାରନ୍ତି ନାହିଁ । ଏହି ସବୁ ଘଟଣା ବେସ ଚର୍ଚ୍ଚାର ବିଷୟ ହୋଇଥାଏ । ଆପଣମାନେ ତ ଏମିତି ବହୁତ କାହାଣୀ ଶୁଣିଥିବେ କି ଗଭୀର ଜଳରୁ ମୂଲ୍ୟବାନ ବସ୍ତୁ ମିଳିବା ବିଷୟରେ ଓ ଏମିତି ମଧ୍ୟ ବହୁତ ସତ୍ୟ ଘଟଣା ରହିଛି । ଯେଉଁଠି ଗଭୀର ପୋଖରୀ, କିମ୍ବା ନାଳ, କିମ୍ବା ନଦୀରୁ ମୂଲ୍ୟବାନ ବସ୍ତୁ ମିଳିବା । ଆଜି ମଧ୍ୟ ରାଜ୍ୟରେ ସେହିପରି ଏକ ଘଟଣା ଘଟିଛି, ଯାହା ଏବେ ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜି ବାରଙ୍ଗରେ ମଧ୍ୟ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ବିଷୟରେ ସବୁ ଜାଗାରେ ଚର୍ଚ୍ଚା ଚାଲିଛି ଓ ଲୋକଙ୍କ ମନରେ ଏ ବିଷୟରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଘଟଣା ଟି ହେଲା କିଛି କେଉଟ ମାଛ ଧରିବା ପାଇଁ ଯାଇଥିଲେ କିନ୍ତୁ ମାଛ ବଦଳରେ ଜାଲରେ ଗୋଟିଏ ଟଙ୍କା ଭର୍ତ୍ତି ବ୍ୟାଗ ପଡିଥିଲା । ରାଜଧାନୀ ର ବାରଙ୍ଗ ଅଞ୍ଚଳରେ ଏହି ଘଟଣାଟି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ପୁରୀ ମୁଖ୍ୟ କେନାଲର କାନପୁର ସାଇଫନ୍ ନିକଟରେ କେଉଟ ମାନେ ଯେତେବେଳେ କେନାଲକୁ ମାଛ ଧରିବା ପାଇଁ ଯାଇଥିଲେ ସେମାନଙ୍କ ଜାଲରେ ଏକ ଟଙ୍କା ଭର୍ତ୍ତି ବସ୍ତା ପଡିଥିଲା । ବସ୍ତା ଟି ଯେତେବେଳେ ଖୋଲାଗଲା ତେବେ ସେଠାରେ ଥିବା ସବୁ ଲୋକଙ୍କର ହୋସ ଉଡିଗଲା । ସେହି ବସ୍ତାରେ ଖାଲି ବିଡା ବିଡା ଟଙ୍କା ଭର୍ତ୍ତି ହୋଇଥିଲା ଓ ସେସବୁ ପୁରୁଣା 500 ଟଙ୍କିଆ ନୋଟ ଥିଲା ଓ ସମୁଦାୟ ୩୦ ଲକ୍ଷ ଟଙ୍କା ଥିଲା । ତେବେ ଏହି ଟଙ୍କାକୁ କିଏ କେନାଲ ରେ ଫୋପାଡିଲା ତାହା ଜଣା ନାହିଁ । ଏ ବିଷୟରେ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ବର୍ତ୍ତମାନ ଏହି ଘଟଣାଟି ବହୁତ ଚର୍ଚ୍ଚାରେ ରହିଛି ।

ଏଥିରେ ଆପଣଙ୍କର ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଏମିତି ନୀତିଦିନ ଘଟୁଥିବା ସବୁ ଘଟଣା ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *