Bollywood ର ଦିଗ୍ଗଜ ଅଭିନେତ୍ରୀ ଵହିଦା ରେହମାନଙ୍କ ଝିଅଙ୍କ ସୁନ୍ଦରତା ଆଗରେ ଫିକା ପଡିଯିବେ Bollywood ର ଟପ ହିରୋଇନ ବି, ପ୍ରଥମ ନଜରରେ ହିଁ ହେଇଯିବେ ଦିବାନା

ଵହୀଦା ରେହମାନ ଜଣେ ଭାରତୀୟ ଫିଲ୍ମ ଅଭିନେତ୍ରୀ ଅଟନ୍ତି ଯିଏ ହିନ୍ଦୀ ସହିତ ତେଲୁଗୁ, ତାମିଲ ଓ ବଙ୍ଗାଳୀ ଫିଲ୍ମ ରେ ନିଜର ଅଭିନୟର ଜାଦୁ ଦେଖାଇଛନ୍ତି । ଵହୀଦା ରେହମାନ ଭାରତୀୟ ହିନ୍ଦୀ ସିନେମାରେ 50, 60 ଓ 70 ଦଶକର ବହୁତ ଭଲ ଅଭିନେତ୍ରୀ ଥିଲେ । ତାଙ୍କୁ ବର୍ଷ 2013 ରେ ଭାରତୀୟ ଫିଲ୍ମ ବ୍ୟକ୍ତିତ୍ବ ପାଇଁ ଶତାବଧି ପୁରସ୍କାର ଓ ଫିଲ୍ମ ଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ରେ ବି ସମ୍ମାନିତ କରା ଯାଇଛି । ଏହା ବ୍ଯତୀତ ସେ ନିଜ ଫିଲ୍ମ କ୍ଯାରିୟର ରେ ଫିଲ୍ମ ଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ବେସ୍ଟ ଆକ୍ଟ୍ରେସ ନାସନାଲ ଆୱାର୍ଡ ଓ ସର୍ବଶ୍ରେଷ୍ଠ ଆକ୍ଟ୍ରେସ ର 2 ଟି ଫିଲ୍ମ ଫେୟାର ଆୱାର୍ଡ ବି ଜିତିଛନ୍ତି ।

ତାଙ୍କୁ 70 ଦଶକର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ରୂପେ ଗଣାଯାଏ । ତାଙ୍କର ଜନ୍ମ 3 ଫେବୃୟାରି 1938 ରେ ହୋଇଥିଲା । ସେ ପିଲାଦିନରୁ ହିଁ ଡାକ୍ତର ହେବାର ସ୍ଵପ୍ନ ରଖିଥିଲେ । କିନ୍ତୁ ଭାଗ୍ୟକୁ ଏହା ମଞ୍ଜୁର ନଥିଲା । ଫୁସଫୁସ ରେ ଇନଫେକ୍ସନ କାରଣରୁ ସେ ନିଜର ଉଚିତ ଶିକ୍ଷା ପ୍ରାପ୍ତ କରି ପାରିଲେ ନାହିଁ । ଭରତ ନାଟ୍ୟମ ରେ ପ୍ରବୀଣ ଵହୀଦା ରେହମାନଙ୍କୁ ନିଜର ଅଭିଭାବକ ଙ୍କ ଠାରୁ ଅଭିନୟର ପ୍ରେରଣା ମିଳିଲା ।

1955 ରେ ତାଙ୍କୁ ଗୋଟିଏ ପରେ ଗୋଟିଏ କରି 2 ଟି ତେଲୁଗୁ ଫିଲ୍ମ ରେ କାମ କରିବାର ମଉକା ମିଳିଗଲା । ଏମିତି ତ ଵହୀଦା ରେହମାନ ନିଜର ଫିଲ୍ମ କ୍ଯାରିୟର ର ଆରମ୍ଭ ତେଲୁଗୁ ଫିଲ୍ମ ରୁ କରିଥିଲେ କିନ୍ତୁ ତାଙ୍କୁ ହିନ୍ଦୀ ସିନେମା ରେ ପ୍ରଥମ ବ୍ରେକ ମିଳିଲା ଫିଲ୍ମ ସିଆଇଡ଼ି ରୁ । ଏହି ଫିଲ୍ମ ରେ ସେ ନେଗେଟିଭ ଭୂମିକା କରିଥିଲେ । ଗୁରୁ ଦତ୍ତ ଓ ଵହୀଦା ରେହମାନ ଏକା ସହିତ ଅନେକ ଫିଲ୍ମରେ କାମ କରିଥିଲେ ।

ଯାହା ମଧ୍ୟରେ ‘କାଗଜ କେ ଫୁଲ, ଚୌଦମିକା ଚାନ୍ଦ, ସାହେବ ବିବି ଓ ଗୁଲାମ ସାମିଲ ଅଛି । କୁହାଯାଏ କି ଏହି ଫିଲ୍ମ ସମୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ଖୁବ ଚର୍ଚ୍ଚାରେ ଥିଲା । କିନ୍ତୁ 10 ଅକ୍ଟୋବର 1964 ରେ ଗୁରୁ ଦତ୍ତ ଆତ୍ମହତ୍ୟା କରିନେଲେ ଓ ସେ ଏକୁଟିଆ ହେଇଗଲେ । କିନ୍ତୁ ଜୀବନର ଏହି କଠିନ ପରିସ୍ଥିତିରେ ଵହୀଦା ରେହମାନ ହାର ମାନିଲେ ନାହିଁ ଓ ନିଜ ଫିଲ୍ମ କ୍ୟାରିୟର ଉପରେ ଧ୍ୟାନ ଦେଲେ ଯାହା ଫଳରେ ତାଙ୍କୁ 1965 ରେ ଫିଲ୍ମ ଗାଇଡ ପାଇଁ ଫିଲ୍ମ ଫେୟାର ଆୱାର୍ଡ ରେ ସମ୍ମାନିତ କରାଗଲା ।

 

ଏହା ପରେ ତାଙ୍କ କ୍ୟାରିୟର ଆକାଶ ଛୁଆଁ ହେବାକୁ ଲାଗିଲା । 1974 ରେ ଅଭିନେତା ଶଶୀ ରେଖି ତାଙ୍କ ସାମ୍ନା ରେ ବିବାହ ର ପ୍ରସ୍ତାବ ରଖିଲେ । ଯାହାକୁ ସେ ସ୍ଵୀକାର କରିନେଲ ଓ ସେମାନେ ବିବାହ କରିନେଲେ । ତାଙ୍କର ବୈବାହିକ ଜୀବନ ବହୁତ ସୁଖମୟ ରହିଲା । କିନ୍ତୁ 2000 ରେ ସ୍ଵାମୀ ଶଶି ରେଖି ଙ୍କ ମୃତ୍ୟୁ ତାଙ୍କୁ ପୁଣି ଏକୁଟିଆ କରିଦେଲା ।

ସ୍ଵାମୀଙ୍କ ମୃତ୍ୟୁ ପରେ ସେ ପୁଣି ଥରେ ଫିଲ୍ମ ରେ କାମ କରିବା ଆରମ୍ଭ କରିଦେଲେ । ତେବେ ଚାଲନ୍ତୁ ଜାଣିବା ତାଙ୍କ ଝିଅ ଙ୍କ ବିଷୟରେ ଯାହାଙ୍କ ନାମ ଅଟେ କାଶ୍ମୀର ରେଖି । କାଶ୍ମୀର ରେଖି ଜଣେ ଜ୍ବେଲେରୀ ଡିଜାଇନର ଅଟନ୍ତି । କାଶ୍ମୀର ରେଖି 2005 ରେ ଆସିଥିବା ଫିଲ୍ମ ମଙ୍ଗଳ ପାଣ୍ଡେ ରେ ସ୍କ୍ରିପ୍ଟ ସୁପରଭାଇଜର ସହିତ ଫିଲ୍ମ ଦୁନିଆରେ ପାଦ ରଖିବାର ପ୍ରୟାସ ବି କରିଥିଲେ । ଯାହାଙ୍କ ବିଷୟରେ ବହୁତ ହିଁ କମ ଲୋକ ଜାଣନ୍ତି ।

କାଶ୍ମୀର ରେଖି ଦେଖିବା ପାଇଁ ବହୁତ ହିଁ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେ ସବୁବେଳେ ନିଜ ମା ଙ୍କ ସହିତ ନଜର ଆସନ୍ତି ଓ ତାଙ୍କର ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଥାଏ । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଵହୀଦା ରେହମାନ ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *