Varsha ଙ୍କ ନାଁରେ ଫର୍ଜରି ଅଭିଯୋଗ ଆଣିବା ପରେ ବର୍ଷାଙ୍କୁ ଡାକିଲେ ସାଂସଦ Anubhav Mohanty, କହିଲେ କିଛି ଏମିତି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ଉଭୟ ଗତ କିଛି ବର୍ଷ ପୂର୍ବେ ପ୍ରେମ ବିବାହ ମଧ୍ୟ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ଓ ବର୍ତ୍ତମାନ ଏହି ଦୁଇଜଣଙ୍କ କଳହର କୌଣସି ସମାଧାନ ହୋଇ ନାହିଁ ।

ଅନୁଭବ ଓ ବର୍ଷା ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କାଲି ଅନୁଭବ କୋର୍ଟରୁ ଫେରିବା ପରେ ବର୍ଷାଙ୍କ ବିରୋଧରେ ଏକ ସଙ୍ଘିନ ଅଭିଯୋଗ ଆଣିଥିଲେ । ଗତ କାଲି ବର୍ଷାଙ୍କୁ କ୍ୟାମେରା ସାମ୍ନାକୁ ଆସିବା ପାଇଁ ଡ଼ାକିଥିଲେ ଅନୁଭବ ଓ ମାଗିଥିଲେ ଫର୍ଜରି ଡକ୍ୟୁମେଣ୍ଟର ପ୍ରମାଣ ।

କେତୋଟି ପରିଚୟ ନେଇ ବଞ୍ଚିବେ ବର୍ଷା ଏଥର ମୁହଁ ଖୋଳିବେ ତ ବର୍ଷା ଏମିତି ଅନେକ ପ୍ରଶ୍ନ ଅନୁଭବ ଉଠାଇ ଥିଲେ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀଙ୍କ ନାଁରେ ଫର୍ଜରି ଅଭିଯୋଗ ଆଣି ସାରିଛନ୍ତି । ଏବେ ସେ ଏହି ଅଭିଯୋଗକୁ ପ୍ରମାଣ କରିବା ପାଇଁ ବର୍ଷାଙ୍କୁ କ୍ୟାମେରା ସାମ୍ନାରେ ଆସିବା ପାଇଁ ଡାକି ଛନ୍ତି । ଯଦି ବର୍ଷାଙ୍କର ସାହାସ ଅଛି ତା ହେଲେ ସେ କ୍ୟାମେରା ସାମ୍ନାକୁ ଆସି ସବୁ ସତ କଥା କୁହନ୍ତୁ ବୋଲି ଅନୁଭବ କହିଛନ୍ତି ।

ଅନୁଭବଙ୍କ ଅଭିଯୋଗ କ୍ରମେ ଲୋକସଭା ସଚିବାଳୟ ବର୍ଷା ପ୍ରିୟଦର୍ଶନୀଙ୍କ ପତ୍ନୀ ପରିଚୟକୁ ବାତିଲ କରିଛନ୍ତି । ଏହା ସହିତ ତୁରନ୍ତ ଏହି ପରିଚୟ ପତ୍ର ଫେରାଇ ଦେବା ଲାଗି ବର୍ଷାଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ଚିଠି ଲେଖା ଯାଇଛି । ଅନୁଭବ ଲୋକସଭା ସଚିବାଳୟକୁ ନିଜେ ଲେଖିଥିବା ଚିଠିରେ ବର୍ଷାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ।

ବର୍ଷା ପାସ୍ପୋର୍ଟ ଓ ପ୍ୟାନ କାର୍ଡ ଭଳି ସରକାରୀ ଦସ୍ତାଭିଜ ହାସିଲ କରିବା ପାଇଁ ସ୍ପାଉସ କାର୍ଡର ଅନୈତିକ ଫାଇଦା ଉଠାଇଛନ୍ତି ବୋଲି ଅନୁଭବ କହିଥିଲେ । ଏ ସବୁ ହାସିଲ କରିବା ପାଇଁ ବର୍ଷା ଜାଲ ଏବଂ ଭୁଲ ସୂଚନା ଦେଇଛନ୍ତି ଯାହାକି ଠିକ ନୁହେଁ ବୋଲି ସାଂସଦ ଅନୁଭବ ମହାନ୍ତି କହିଛନ୍ତି ।

ତେବେ ବନ୍ଧୁଗଣ ଦିନକୁ ଦିନ ବର୍ଷ ଓ ଅନୁଭବଙ୍କ କଳହ ମାମଲା ବିଗିଡିବାରେ ଲାଗିଛି । ଏ ପର୍ଯ୍ୟନ୍ତ ବର୍ଷାଙ୍କ ତରଫରୁ ଏହି ମାମଲା ପ୍ରତି କୌଣସି ପ୍ରତିକ୍ରିୟା ମିଳି ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *