Atal Bihari Vajpayee ଏହି ନିଷ୍ପତ୍ତି ଭାରତକୁ ୟୁକ୍ରେନ ବନିବାରୁ ବଞ୍ଚେଇ ଦେଲା…ଦେଖନ୍ତୁ ତାହା କଣ ?

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି । ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି ଆକଳନ କରିଛନ୍ତି ।

ବନ୍ଧୁଗଣ ଋଷିଆ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଏହି ଘମାଘୋଟ ଯୁଦ୍ଧ ସମୟରେ ଏବେ ସୋସିଆଲ ମିଡିଆରେ ଅତଳ ବିହାରୀ ବାଚପାୟୀଙ୍କ ଖବର ଭାଇରାଲ ହେବାରେ ଲାଗିଛି । ବାଜପାୟୀଙ୍କ ଗୋଟେ ନିଷ୍ପତ୍ତି ଆଜି ପ୍ରମାଣ କରିଛି ଯେ ୟୁକ୍ରେନ ଭଳି ଅବସ୍ଥା ଭାରତର କେବେବି ହେବ ନାହିଁ । ବନ୍ଧୁଗଣ ଏହି ନିଷ୍ପତ୍ତିଟି ହେଉଛି ୧୯୯୮ ମସିହାରେ ଭାରତରେ ହୋଇଥିବା ପରମାଣୁ ପରୀକ୍ଷା ।

୧୯୯୮ ମସିହାରେ ଭାରତରେ ଯେତେବେଳେ ପରମାଣୁ ପରୀକ୍ଷା ହୋଇଥିଲା ସେତେବେଳେ ଏହାର ଧ୍ୱନି ସାରା ବିଶ୍ବରେ ଶୁଣା ଯାଇଥିଲା ।ଭାରତର ଏହି କାମକୁ ନେଇ ୟୁଏନରେ ବହୁତ ଚର୍ଚ୍ଚା ହୋଇଥିଲା । ଅନେକ ଦେଶ ଭାରତର ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଲେ । ହେଲେ ସେତେବେଳେ ଭାରତ କାହାର ଚାପରେ ନଇଲା ନାହିଁ । ବନ୍ଧୁଗଣ ଶୋଭିଏତ ସଂଘର ବିଘଟଣ ପରେ କୁହାଯାଉଥିଲା ୟୁକ୍ରେନ ପାଖରେ ବିଶ୍ଵର ତୃତୀୟ ପରମାଣୁ ଅସ୍ତ୍ର ଥିଲା ।

ହେଲେ ଆମେରିକା, ଋଷ ଆଦି କେତେକ ଦେଶର ଚାପରେ ଆସି ୟୁକ୍ରେନ ନିଜ ପରମାଣୁ ବୋମା ଗୁଡିକୁ ନଷ୍ଟ କରିଦେଇଥିଲା । ସେହି ସମୟରେ ପଶ୍ଚିମ ଦେଶ ଓ ଆମେରିକାରେ ଭୟବାହ ସ୍ଥିତି ସୃଷ୍ଟି ହୋଇଥିଲା ଯେ, ଆର୍ଥିକ ରୂପରେ ଦୁର୍ବଳ ଥିଲା ୟୁକ୍ରେନ ପାଖରେ ପରମାଣୁ ଅସ୍ତ୍ରର ଭଣ୍ଡାର ଅଛି । ୟୁକ୍ରେନ ଋଷ, ଆମେରିକା ଓ ୟୁକେ ସହ ୧୯୯୪ ମସିହାରେ ନିଜ ପରମାଣୁ ବୋମା ଗୁଡିକୁ ନଷ୍ଟ କରିବା ପାଇଁ ରାଜି ହୋଇଥିଲା ।

ଏହା ବଦଳରେ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନକୁ ସମସ୍ତ ସ୍ଥିତିରେ ସହାୟତା କରିବା ପାଇଁ କହିଥିଲେ । ହେଲେ ଆଜି ୟୁକ୍ରେନକୁ ସବୁ ଦେଶ ଏକା କରିଦେଇଛନ୍ତି । ଆଜି ୟୁକ୍ରେନ ସେହି ନିଷ୍ପତ୍ତିକୁ ନେଇ ପଶ୍ଚାତାପ କରୁଛି । ତେଣୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯଦି ଭାରତ ନିଜ ପରମାଣୁ ବୋମାର ପରୀକ୍ଷା କରି ନଥାନ୍ତା ତା ହେଲେ ପଡୋଶୀ ଦେଶ ତଥା ପାକିସ୍ତାନ ଓ ଚୀନ ଭାରତକୁ ନିଜ କବଜାରେ ନେଇଯାଇ ଥାନ୍ତେ ।

Leave a Reply

Your email address will not be published. Required fields are marked *