UPSCରେ ଆସିଲା ପ୍ରଶ୍ନ, Naveen କାହିଁକି ଲୋକପ୍ରିୟ ? କିଛି ଏମିତି ଉତ୍ତର ଦେଇ IAS ପାଇଲେ ସୌମ୍ୟରଂଜନ ପ୍ରଧାନ, ଶୁଣନ୍ତୁ ସେ କଣ କହିଥିଲେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନବୀନଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ବନ୍ଧୁଗଣ ନିଜ ସମାଜସେବା ହେଉ ବା ନିଜ ଲାଇଫ ଷ୍ଟାଇଲ ନବୀନ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ନବୀନ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯଦି ଆପଣଙ୍କୁ ପଚରାଯିବ ନବୀନଙ୍କ ଲୋକପ୍ରିୟତାର କାରଣ କଣ ଆପଣ କଣ ଉତ୍ତର ଦେବେ । ବନ୍ଧୁଗଣ ଜଣେ ଯୁବକ ନବୀନଙ୍କ ଲୋକପ୍ରିୟତାର କାରଣ କହି ଆଇଏଏସ ଚାକିରି ପାଇଛନ୍ତି । ଏହି ଯୁବକଙ୍କ ନାମ ହେଉଛି ସୋମ୍ୟ ରଞ୍ଜନ ପ୍ରଧାନ । ୟୁପିଏସି ପରୀକ୍ଷାର ଫାଇନାଲ ଇଣ୍ଟର୍ବ୍ୟୁରେ ପାଲଲହଡାର ସୋମ୍ୟ ରଞ୍ଜନ ନବୀନଙ୍କ ଲୋକପ୍ରିୟତା କାରଣର ଉତ୍ତର ଦେଇ ଆଇଏଏସ ପାଇଛନ୍ତି ।

ସୋମ୍ୟଙ୍କ ଇଣ୍ଟର୍ବ୍ୟୁରେ ଫାଇନାଲ ରାଉଣ୍ଡରେ ପଚରା ଯାଇଥିଲା ନବୀନଙ୍କ ଲୋକପ୍ରିୟତାର କାରଣ ବିଷୟରେ । ଏହାର ଉତ୍ତର ଦେଇ ସୋମ୍ୟ କହିଥିଲେ, ୨୦ ବର୍ଷ ତଳେ ଥିବା ଓଡ଼ିଶା ଆଉ ଏବେକାର ଓଡ଼ିଶା ଭିତରେ ଅନେକ ଫରକ ଅଛି । ବିକାଶର ଦୌଡରେ ଏବେ ଆଗୁଆ ଓଡ଼ିଶା । ଲୋକଙ୍କ ସମସ୍ୟା ଏବେ ଚୁଟକିରେ ସମାଧାନ ହେଉଛି । ସରକାରୀ ସ୍ତରରେ ବ୍ୟାପକ ପ୍ରୟାସ କରାଯାଉଛି ।

ଲୋକଙ୍କ ସମସ୍ୟା ବୁଝିବା ପାଇଁ ଏବେ ଗ୍ରାଉଣ୍ଡ ଜିରୋକୁ ଯାଉଛନ୍ତି ବଡ଼ବାବୁ ମାନେ । ଲୋକଙ୍କୁ ବର୍ତ୍ତମାନ ମ୍ୟୁଟେସନ ସାର୍ଟିଫିକେଟ ୭ ଦିନରେ ମିଳିଯାଉଛି । ଯାହା ପୂର୍ବରୁ ମାସ ମାସ ସମୟ ଲାଗୁଥିଲା ।ସେହିପରି ମିଶନ ଶକ୍ତି ମଧ୍ୟ ରାଜ୍ୟରେ ବୈପ୍ଲିବକ ପରିବର୍ତ୍ତନ ଆଣିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ମଧ୍ୟ ନବୀନ ଚର୍ଚ୍ଚାରେ ଥାଆନ୍ତି । ତେବେ ବନ୍ଧୁଗଣ ଏଭଳି ଭାବରେ ସୋମ୍ୟ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ସୋମ୍ୟ ଏବେ ଆଇଏଏସ ଚାକିରି ପାଇଛନ୍ତି । ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଆଉ ନବୀନଙ୍କ ଫ୍ୟାନ୍ସ ମାନେ ଏହି ଖବର ବିଷୟରେ ଜାଣିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *