Aadhaar Update: UIDAI ଶିଶୁ ଆଧାର କାର୍ଡ ପ୍ରସ୍ତୁତିକୁ ନେଇ ତିଆରି କଲା ନୂଆ ନିୟମ, ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଧାର କାର୍ଡ କୁ ନେଇ ଆସିଲା ନୂଆ ଖବର । ବଦଳିଲା ଆଧାର କାର୍ଡ ପ୍ରସ୍ତୁତି ନିୟମ । ଏଥି ଯୋଗୁଁ ସମସ୍ତଙ୍କ ଉପରେ ପଡିବ ପ୍ରଭାବ । ଧନୀ ହୁଅନ୍ତୁ କି ଗରିବ । ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେବେ । ତେବେ ଆସନ୍ତୁ ଜାଣିନେବା ସେହି ନୂଆ ନିୟମ କଣ । ଆଧାର ପ୍ରସ୍ତୁତି ପ୍ରକ୍ରିୟା ରେ ପରିବର୍ତ୍ତନ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧି କରଣ ବା ୟୁଆଇଡିଆଇ ନୁଆ ନିୟମ ଅନୁସାରେ ପାଞ୍ଚ ବର୍ଷ ରୁ କମ ପିଲାଙ୍କ ପାଇଁ ଆଉ କୌଣସି ବାୟୋମାଟ୍ରିକ ଡିଟେଲ ରହିବ ନାହିଁ ।

ଶିଶୁ କୁ ପାଞ୍ଚ ବର୍ଷ ବୟସ ହେଲେ ବାୟୋ ମାଟ୍ରିକ ବାଧ୍ୟତାମୂଳକ ବୋଲି ୟୁଆଇଡ଼ିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ବର୍ତ୍ତମାନ ଶିଶୁ ଆଧାର କାର୍ଡ ପ୍ରସ୍ତୁତି ପାଇଁ ଅଭିବାବକ ଙ୍କ ମାନଙ୍କ ର ପାସପୋର୍ଟ, ପ୍ୟାନ କାର୍ଡ଼, ଭୋଟର ଆଇ ଡ଼ି, ଡ୍ରାଇଭିଂ ଲାଇସେନ୍ସ,ଆଦି କୁ ସାମିଲ କରାଯାଇଛି । ସେହିଭଳି ଠିକଣା ପ୍ରମାଣ ପତ୍ର ପାଇଁ ବ୍ୟାଙ୍କ ଷ୍ଟେଟମେଂଟ ବା ପାସ ବୁକ ପୋଷ୍ଟ ଅଫିସ ଆକାଉଣ୍ଟ ଷ୍ଟେଟମେଂଟ,ରାସନ କାର୍ଡ଼,ଦେବାକୁ କୁହାଯାଇଛି ।

ଯଦି ଆପଣ ଶିଶୁ ଆଧାର କାର୍ଡ ପ୍ରସ୍ତୁତ କରିବାପାଇଁ ଚାହୁଁଥାନ୍ତି ତେବେ ପ୍ରଥମେ ୟୁଆଇଡ଼ିଆଇ ର ୱେବସାଇଟ କୁ ଯାଆନ୍ତୁ ଏବଂ ଏଠାରେ ଆଧାର କାର୍ଡ ରେଜିଷ୍ଟ୍ରେସନ ବିକଳ୍ପ ଚୟନ କରନ୍ତୁ ଏଥିରେ ଜରୁରୀ ଡିଟେଲସ ତଥା ପିଲାଙ୍କ ନାମ ଏବଂ ଅନ୍ୟ ବାୟୋମାଟ୍ରିକ ସୂଚନା ଦିଅନ୍ତୁ । ପରେ ବାସ ସ୍ଥାନ, ଅଞ୍ଚଳ,ଠିକଣା,ରାଜ୍ୟ ଭଳି ଡେମୋଗ୍ରାଫି ଡିଟେଲସ ଦେଇ ସଵମିଟ କରନ୍ତୁ ।

ଆଧାର କାର୍ଡ ପାଇଁ ରେଜିଷ୍ଟ୍ରେସନ ନିର୍ଦ୍ଧାରିତ କରିବା ପାଇଁ ଆପଏଣ୍ଟମେଣ୍ଟ ବିକଳ୍ପ ଉପରେ କ୍ଲିକ କରନ୍ତୁ । ନିକଟସ୍ଥ ଏଣ୍ଡ୍ରୋଲମେଣ୍ଟ ସେଣ୍ଟର ଚୟନ କରି ନିଜ ଆପଏଣ୍ଟମେଣ୍ଟ ନିର୍ଦ୍ଧାରିତ କରନ୍ତୁ ଏବଂ ଆବଣ୍ଟନ ତାରିଖ ରେ ସେଠାକୁ ଯାଆନ୍ତୁ । ଏଣ୍ଡ୍ରୋଲମେଣ୍ଟ ସେଣ୍ଟର ରେ ପରିଚୟ ପ୍ରମାଣ, ଠିକଣା ପ୍ରମାଣ ସମ୍ପର୍କ ପ୍ରମାଣିତ ଭଳି ଜରୁରୀ କାଗଜ ପତ୍ର ନିଜ ସାଙ୍ଗରେ ନେଇ ଯାଆନ୍ତୁ ।

ଆଧାର କେନ୍ଦ୍ର ରେ ଉପସ୍ଥିତ ଥିବା ଅଧିକାର ପାଖରେ ସମସ୍ତ ଡକ୍ୟୁମେଣ୍ଟ ର ଜାଞ୍ଚ କରନ୍ତୁ ଯଦି ଆପଣଙ୍କ ପିଲା ପାଞ୍ଚ ବର୍ଷରୁ ଅଧିକ ତେବେ ବାୟୋ ମାଟ୍ରିକ ଡାଟା ନିଆ ଯିବ । କିନ୍ତୁ ପାଞ୍ଚ ବର୍ଷ ରୁ କମ ବୟସ୍କ ପିଲାଙ୍କ ବାୟୋମାଟ୍ରିକ ଡାଟା ର କୌଣସି ଆବଶ୍ୟକତା ନାହିଁ । କେବଳ ଡେମୋଗ୍ରାଫି ର ଡାଟା ଏବଂ ମୁହଁ ର ପରିଚୟ ଜରୁରୀ ହୋଇଛି । ଆଧାର ର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପିତା ମାତା ଙ୍କୁ ସେମାନଙ୍କ ଆବେଦନ ର ପ୍ରୋସେସ କୁ ଟ୍ରାକ୍ କରିବା ପାଇଁ ଏକ ଏନପୋଲେଜ ନମ୍ବର ମିଳିବ ।

୬୦ ଦିନ ଭିତରେ ରେଜିଷ୍ଟେଡ଼ ମୋବାଇଲ ନମ୍ବର ରେ ଏକ ଏସଏମଏସ ମିଳିବ ଏବଂ ୯୦ ଦିନ ଭିତରେ ଆପଣଙ୍କ ପାଖରେ ପହଁଚି ଯିବ ଶିଶୁ ଆଧାର କାର୍ଡ । ତେବେ ସବୁଠାରୁ ବଡ଼ କଥା ନୂଆ ପ୍ରକ୍ରିୟା ରେ ଶିଶୁ ର ଜନ୍ମ ପ୍ରମାଣ ପତ୍ର ବା ହସ୍ପିଟାଲ ରୁ ଡିସ୍ଚାର୍ଜ କାଗଜ ସହିତ ମାତା ପିତା କାହାର ବି ଆଧାର କାର୍ଡ ନେଇ ଶିଶୁ ଆଧାର କାର୍ଡ ପାଇଁ ଆବେଦନ କରି ହେବ ।

Leave a Reply

Your email address will not be published. Required fields are marked *