ଉଦ୍ଧାର କରିବାକୁ ଯାଇ ଜିଅଁନ୍ତା ଜଳିଗଲେ ! ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ନୟାଗଡ ବଡପଣ୍ଡୁସର ବ୍ରିଜରେ ଏକ ବଡ ଦୁର୍ଘଟଣା ଘଟିଛି । ରାତି ପ୍ରାୟ 1. 45 ମିନିଟ.. ପାରାଦ୍ୱୀପରୁ ଡିଜେଲ ନେଇ ନୟାଗଡ଼ ଯାଉଥାଏ ଏକ ଟ୍ୟାଙ୍କର.. ଇଟାମାଟି ଥାନା ବଡ଼ପଣ୍ଡୁସର  ବ୍ରିଜ ଅତିକ୍ରମ କରୁଥିବା ବେଳେ ଦ୍ରୁତ ଗତିରେ ଥିବା ଗାଡ଼ିଟି ବ୍ରିଜ ବାଡ଼ାରେ ପିଟି ହୋଇ କେନାଲ ତଳକୁ ଖସି ପଡ଼ିଥିଲା । ବନ୍ଧୁଗଣ ସେହି ସମୟରେ ଗାଡି ଭିତରେ ଥିଲେ ଡ୍ରାଇଭର ଓ ହେଲପର ।

ବାହାରକୁ ବାହାରି ନ ପାରି ଜୀବନ ବଞ୍ଚାଇବାକୁ କରୁଥାନ୍ତି ଚିତ୍କାର । ଠିକ ସେହି ସମୟରେ ପଛ ଗାଡିରେ ଆସୁଥିବା ଦୁଇଜଣ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣା ସ୍ଥଳକୁ ଯାଇଥିଲେ ।ଯେତେବେଳେ ଦୁହେଁ ଗାଡି ଭିତରେ ପଶି ସେମାନଙ୍କୁ ଉଦ୍ଧାର କରୁଥିଲେ ଠିକ ସେତିକି ବେଳେ ଭୟଙ୍କର ଭାବେ ବିସ୍ପରଣ ହୋଇଥିଲା ଟ୍ୟାଙ୍କର । ଏହା ଫଳରେ ଜିଅନ୍ତା ଜଳି ଯାଇଥିଲେ ଡ୍ରାଇଭର ହେଲପର ସହ ଉଦ୍ଧାର କରିବାକୁ ଯାଇଥିବା ଦୁଇଜଣ ଲୋକ ।

ଏହା ସହିତ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ଜଣେ ସ୍ଥାନୀୟ ଲୋକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ବର୍ତ୍ତମାନ ସେହି ବ୍ୟକ୍ତି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବନ୍ଧୁଗଣ ଘଟଣା ସ୍ଥଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସେ ଭିଡିଓରେ ନଜର ଆସୁଥିବା ଦୃଶ୍ୟ ହିଁ ବୟାନ କରୁଛି ସେହି ଭୟଙ୍କର ବିସ୍ପରଣ ।

ବ୍ରିଜ ଆଖ ପାଖରେ ଥିବା ପ୍ରାୟ ସମସ୍ତ ଗଛ ଜଳି ଯାଇଛି । ଏବେ ବି ଗାଡି ଭିତରେ ଧୀରେ ଧୀରେ ନିଆଁ ଜଳୁଛି । ଆଖ ପାଖ 200 ମିଟର ଭିତରେ ଥିବା ସମସ୍ତ ଗଛ ଜଳି ଯାଇଛି । ପ୍ରତ୍ଯକ୍ଷ ଦର୍ଶୀଙ୍କ କହିବା ଅନୁଯାଇ 100 ଫୁଟ ଉପରକୁ ନିଆଁ ଉଠିଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି 4ଟି ମୃତ ଦେହକୁ ଉଦ୍ଧାର କରିଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.