Jyotish Shastra – ତୁଳସୀ ଙ୍କୁ ଛୁଇଁ ଚୁପଚାପ 3 ଥର କହି ଦିଅନ୍ତୁ ଏହି 2 ଶବ୍ଦ, ଯାହା ବି ମାଗିବେ ସବୁ କିଛି ମିଳିବ

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ତୁଳସୀ ଗଛର ପୂଜାକୁ ଏକ ବିଶେଷ ମହତ୍ଵ ଦିଆଯାଇଥାଏ । ତୁଳସୀ ଗଛକୁ ମା ଲକ୍ଷ୍ମୀର ପ୍ରତୀକ ମାନା ଯାଇଥାଏ । କୁହାଯାଏ ଯେଉଁ ଘରେ ସବୁବେଳେ ତୁଳସୀ ଗଛର ପୂଜା ହୋଇଥାଏ ସେହି ଘରେ କେବେହେଲେ ଦରିଦ୍ରତା ଓ ଦୁର୍ଭାଗ୍ୟତାର ବାସ ରହିନଥାଏ ଓ ସେହି ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ଏହା ସହିତ ତୁଳସୀ ଗଛର ପୂଜା କରିଲେ ମୋକ୍ଷପ୍ରାପ୍ତି ମଧ୍ୟ ହୋଇଥାଏ ଓ ପାପର ବିନାଶ ହୋଇଥାଏ । କୁହାଯାଏ ଯେଉଁ ଘରେ ତୁଳସୀର ପୂଜା ହୋଇଥାଏ ସେହି ଘରେ ଦେବୀ ଦେବତା ମାନଙ୍କର ବାସ ରହିଥାଏ ।

ତୁଳସୀ ଗଛ ସବୁବେଳେ ଘରେ ସକାରାତ୍ମକ ଊର୍ଜାକୁ ପ୍ରଭାବିତ କରିଥାଏ ଓ ନକରାତ୍ମକ ଊର୍ଜାକୁ ଦୂର କରିଥାଏ । ଯଦି ବନ୍ଧୁଗଣ ଆପଣଙ୍କୁ ଆର୍ଥିକ ସମସ୍ଯା, ଗୃହ ବିଶୃଙ୍ଖଳା ଓ ଅନ୍ଯାନ୍ଯ ସମସ୍ଯା ହେଉଛି ତାହାଲେ ଆଜିଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ।

ଯାହାକୁ ଆପଣ ତୁଳସୀ ଗଛ ପୂଜା କରିବା ସମୟରେ ଜପ କରିବେ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ବହୁତ କମ ଦିନ ମଧ୍ୟରେ ଦୂର ହୋଇଯିବ ଓ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ରହି ଯାହାଫଳରେ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ ।


ବନ୍ଧୁଗଣ ସବୁଦିନ ପରି ପ୍ରଥମେ ଆପଣ ନିଜ ଇଷ୍ଟ ଦେବତାଙ୍କର ପୂଜା କରନ୍ତୁ । ଏହାପରେ ତୁଳସୀ ଗଛ ପାଖକୁ ଯାଇ ଗଛକୁ ପ୍ରଣାମ କରନ୍ତୁ ଓ ଶୁଦ୍ଧ ଜଳ ଗଛରେ ଅର୍ପଣ କରନ୍ତୁ । ଆପଣ ଚାହିଁଲେ ଗଙ୍ଗା ଜଳ ମଧ୍ୟ ଅର୍ପଣ କରିପାରିବେ । ଏହା ପରେ ଆପଣ ତୁଳସୀ ଗଛକୁ ସିନ୍ଦୁର ଓ ହଳଦୀ ଚଢାନ୍ତୁ । ଏହା ପରେ ଆପଣ ତୁଳସୀ ଗଛ ସାମ୍ନାରେ ଏକ ଦୀପ ଓ ଧୂପ ଲଗାନ୍ତୁ । ଏହା ପରେ ଆପଣ ତୁଳସୀ ଗଛ ପାଖରେ ସାତ ଥର ପରିକ୍ରମା ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ପରିକ୍ରମା କରିବା ପରେ ଆପଣ ତୁଳସୀ ଗଛର ସାମ୍ନାରେ ରହି କମ ସେ କମ ୧୧ ଥର ତୁଳସୀ ମାଳାରେ ଏକ ଖାସ ମନ୍ତ୍ରର ଜପ କରନ୍ତୁ । ସେହି ମନ୍ତ୍ରଟି ହେଉଛି, ‘ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟଙ୍ଗ ତୁଳସୀ ତ୍ଵଙ୍ଗ ନମୋସ୍ତୁତେ’ । ବନ୍ଧୁଗଣ ଏହି ମନ୍ତ୍ରର ଜପ ଆପଣ ନିଶ୍ଚୟ କରନ୍ତୁ ଓ ମନ୍ତ୍ର ଜପ କରିବା ପରେ ଆପଣ ନିଜ ମନୋକାମନା ବିଷୟରେ ନିଶ୍ଚୟ କୁହନ୍ତୁ ।


ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ପ୍ରାର୍ଥନା ସିଧା ଭଗବାନଙ୍କ ପାଖକୁ ଯିବ । ବନ୍ଧୁଗଣ ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ଗଛ ଅଟେ ଓ ଭଗବାନ ବିଷ୍ଣୁଙ୍କ ପୂଜା ବ୍ରହ୍ମା ମଧ୍ୟ କରିଥାନ୍ତି । ଏହା ଦ୍ଵାରା ଆପଣ ମାନଙ୍କ ଉପରେ ସମସ୍ତ ଦେବୀ ଦେବତା ମାନଙ୍କର ବିଶେଷ ଆଶୀର୍ବାଦ ରହିବ ଓ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ବିବରଣୀ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *