Prakruti-Babushan ଙ୍କୁ ଧରିବା ପାଇଁ ରାତି ସାଢେ ୩ଟା ରୁ ଜଗିଥିଲେ Trupti…ଆଉ ତା’ପରେ ହଠାତ ଦେଖିଲେ…ଦେଖନ୍ତୁ Video

ବନ୍ଧଗଣ, ସୂଚନା ଅନୁଯାୟୀ ପ୍ରକୃତି ମିଶ୍ର ଏବଂ ବାବୁସାନଙ୍କୁ ରେଡହ୍ୟାଣ୍ଡରେ ଧରିବା ପାଇଁ ରାତି ସାଢେ ୩ ଟା ରୁ ଛକି ରହିଥିଲେ ତୃପ୍ତି ତେବେ ଏହିଭଳି କିଛି କଥା କହିଛନ୍ତି ତୃପ୍ତି । ତୃପ୍ତି କହିଲେ ଯେ ବାବୁସାନଙ୍କର ଜୁଲାଇ ୩୦ ତାରିଖରେ ଜନ୍ମଦିନ ଅଛି । ଆଉ ଏଥିପାଇଁ ପ୍ଳାନ କରୁଛନ୍ତି ବାବୁସାନ, ପ୍ରକୃତି ମିଶ୍ର ଏବଂ କିଛି ଲୋକ । ଆଉ ଯେଉଁଥିପାଇଁ ସେମାନେ ବାହାରିଥିଲେ ଚେନ୍ନାଇ । ଚେନ୍ନାଇରୁ ସେମାନେ ସିଧାସଳଖ ଆଣ୍ଡାମାନନିକୋବର ଅଥବା ପୋର୍ଟବ୍ଲେୟାର ଦେଇ ଯିବାର କାର୍ଯ୍ୟକ୍ରମ ରହିଥିଲା ।

ଆଉ ଏହି ସମୟରେ ରଙ୍ଗେଗାତ ବାବୁସାନଙ୍କୁ ଧରିବା ନିମନ୍ତେ ସେ ପହଞ୍ଚିଥିଲେ ତାଙ୍କ ଗେଷ୍ଟହାଉସ ପାଖରେ । ଯେଉଁଥିପାଇଁ ରାତି ସାଢେ ୩ ଟାରୁ ଗୋଟିଏ କାର ଭିତରେ ଲୁଚି ବସି ରହିଥିଲେ । ଏବଂ ସକାଳୁ ଯେତେବେଳେ ବର୍ଷା ହୋଇଥିଲା ଏବଂ ବାବୁସାନ ଆସି ତାଙ୍କ ଗାଡିରେ ବସିଥିଲେ, କିଛି ସମୟ ପରେ ପ୍ରକୃତି ମିଶ୍ର ସେହି ଗାଡି ଭିତରକୁ ଆସି ବସିଲେ ।

ଆଉ ଏହାପରେ ନିଜ ନିୟନ୍ତ୍ରଣ ହରାଇ ବସିଲେ ତୃପ୍ତି । ଏହାପରେ ତୃପ୍ତି ସିଧା ଯାଇ କାରର ଡୋର ଖୋଲି ବାବୁସାନଙ୍କୁ ଝିଙ୍କି ଧରି ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ । ଏବଂ ଯେଉଁଥିରେ ପ୍ରକୃତି ମିଶ୍ର ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ଅଟକି ନଥିଲେ । ଏପଟେ ବାବୁସାନ ଗାଡି ଆଗକୁ ନେଇ ଯିବାକୁ ମଧ୍ୟ ଚାହିଁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତୃପ୍ତିଙ୍କ ବାପା ଆସି ଗାଡିର ହ୍ୟାଣ୍ଡବ୍ରେକ ଲଗାଇଥିଲେ ।

ଆଉ ଏହାପରେ ଉଭୟଙ୍କୁ ସେ ପ୍ରଶ୍ନ ପଚାରିଚାଲିଥିଲେ । ଆଉ ଯେତେବେଳେ ପ୍ରକୃତିମିଶ୍ର ଆସି ମଝିରେ ଇଣ୍ଟରଫେୟାର କରିଲେ, ସେତେବେଳେ ପ୍ରକୃତିଙ୍କୁ ବାଡେଇବାକୁ ବାଧ୍ୟ ହୋଇଥିଲେ ତୃପ୍ତି । ଆଉ ତୃପ୍ତି କହିଛନ୍ତି ଯଦି ପ୍ରକୃତି ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭିତରକୁ ଆସେ, ତେବେ ତାକୁ ଆଗକୁ ଆହୁରି ବାଡେଇବି । ଏହି ଘଟଣା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି ।

ବାବୁସାନ ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ନାମିଦାମି କଳାକାର ତେବେ ସେ ଏହିଭଳି କାର୍ଜ୍ୟକଳାପ କରି ରାସ୍ତା ମଝିରେ ସ୍ତ୍ରୀ ସହିତ ଏହିଭଳି ଭାବରେ ମୁହାଁମୁହିଁ ହେବା କେତେ ଦୂରେ ଠିକ ? ଏହାକୁ ନେଇ ବାବୁସାନଙ୍କ ଫ୍ୟାନ୍ସ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *