ଟ୍ରେନ ଲାଇନରେ ଏମିତି ଠିଆ ହୋଇଥିଲେ 2 ତି ପିଲା, ଯେତେବେଳେ ଡ୍ରାଇଭର ଧ୍ୟାନର ସହ ଦେଖିଲା ତ ହୋସ ଉଡିଗଲା…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ଙ୍କୁ ଏକ ଅଜବ ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ । ତେବେ ଟ୍ରେନ ଲାଇନ ରେ ସକାଳୁ ପ୍ରଥମ ଟ୍ରେନ ଆସେ ଏଵଂ ନିଜ ର ଇଞ୍ଜିନ ର ଶବ୍ଦ ରେ ସମସ୍ତଙ୍କୁ କମ୍ପିତ କରି ଦେଇଥିଲା । କିନ୍ତୁ ତା ପରେ ଗୋଟିଏ ଭୟାନକ ଶବ୍ଦ ଶୁଣାଗଲା । ତେବେ ଏହା ପରେ ଦେଖିବା ଜଣା ପଡିଲା କି ଟ୍ରେନ ଲାଇନ ର ଗୋଟିଏ ସାଇଡ଼ ଭାଙ୍ଗି ଯାଇଥିଲା ।


ତେବେ ସେପଟ ସାଇଡ଼ ରୁ ଆଉ ଏକ ଟ୍ରେନ ଆସୁଥିଲା ତେବେ ତାକୁ ଅଟକାଇବା ପାଇଁ ସେମାନେ ହାତ ହଲାଇଲେ ଏବଂ ଚିତ୍କାର କଲେ କିନ୍ତୁ ଟ୍ରେନ ଅଟକୁ ନଥିଲା । ତେବେ ଏହି ଘଟଣା ଟି ହେଉଛି ବାଂଗଲାଦେଶ ର ଚିନା ଗାଁ ରେ ଯାହାର ପାଖରେ ଗୋଟିଏ ଟ୍ରେନ ଲାଇନ ଥିଲା ଯେଉଁଠି ଦିନରେ ବହୁତ ଥର ଟ୍ରେନ ଯିବା ଆସିବା କରେ । ତେବେ ସେଠାରେ ରହୁଥିବା ଛଅ ବର୍ଷ ର ସାହିଦ ହୁସେନ ଏବଂ ସାତ ବର୍ଷ ର ଟିଟଲ ଇସ୍ଲାମ୍ ଦୁହେଁ ସବୁବେଳେ ସେହି ଟ୍ରେନ ର ଆଖ ପାଖରେ ଖେଳୁଥାନ୍ତି ।

ତେବେ ଦିନେ ସେ ସେହି ଟ୍ରେଲ ଲାଇନ ରେ ଖେଳୁଥିଲେ ଏବଂ ସେହି ପଟେ ସିଳ୍କ ସିଟି ଏକ୍ସପ୍ରେସ ନିଜର ଜୋର ରଫତାର ରେ ଆସୁଥିଲା । କିନ୍ତୁ ଯେତେବେଳେ ସେହି ଟ୍ରେନ ଟି ଗଲା ତାପରେ ଗୋଟିଏ ଅଜବ ଶବ୍ଦ ଶୁଣା ଯାଇଥିଲା ତେବେ ଦୁଇ ଜଣ ଏହା ଶୁଣି ସେହି ଟ୍ରେନ ଲାଇନ ପାଖକୁ ଆସି ଦେଖିଲେ କି ଟ୍ରେନ ଲାଇନ ର ଗୋଟିଏ ସାଇଡ଼ ଭାଙ୍ଗି ଯାଇଛି ଏବଂ ସେମାନେ ଏହା ଦେଖି ଚିନ୍ତିତ ହୋଇ ଗଲେ ଏବଂ ସେପଟୁ ଆସୁଥିବା ଏକ ଟ୍ରେନ କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।


ହାତ ହଲାଇବା ପାଇଁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରେନ ଅଟକି ନଥିଲା ଏବଂ ଶେଷ ରେ ସାହିଦ ନିଜ ବେକରେ ଏକ ନାଲି ରଙ୍ଗର ମଫଲର ପିନ୍ଧିଥିଲା ତେବେ ଦୁହେଁ ତାକୁ ଧରି ଟ୍ରେନ ଲାଇନ ଆଗରେ ଛିଡା ହୋଇଗଲେ ଏବଂ ଏହା ଦେଖି ଡ୍ରାଇଭର ଏମରଜେନ୍ସି ବ୍ରେକ ମାରିଥିଲା ଏବଂ ଟ୍ରେନ ଟି ଅଟକି ଯାଇଥିଲା । ତେବେ ଏହା ପରେ ଜଣା ପଡିଥିଲା କି ସେହି ଟ୍ରେନ ଟି ତେଲ ଟ୍ୟାଙ୍କର ନେଇ ଯାଉଥିଲା ଏବଂ ସେହି ଦୁଇ ବାଳକ ଏକ ବହୁତ ବଡ଼ ଦୁର୍ଘଟଣା ରୁ ବଞ୍ଚାଇ ଦେଇଥିଲେ ।

ତେବେ ଏହି ସାହାସିକତା ପାଇଁ ଉଭୟ ଙ୍କୁ ରେଳ ବିଭାଗ ତରଫରୁ ଆୱାର୍ଡ ଦେଇଥିଲେ ଏବଂ ସେମାନେ ଦୁଇ ଜଣଙ୍କୁ ସମ୍ମାନିତ ମଧ୍ୟ କରିଥିଲେ । ତେବେ ସେହିପରି ଭାରତ ର ଚମ୍ପାରନ ଜିଲ୍ଲାରେ ବହୁତ ଶୀତ ଦିନ ଥିଲା ଏବଂ ଖୁବ ଜୋରରେ କାକର ପଡୁଥିଲା ତେବେ ଭୀମ ନାମକ ଜଣେ ବାଳକ ନିଜ ଖେତ କୁ ଯାଉଥିବା ସମୟରେ ଟ୍ରେନ ଲାଇନ ଭାଂଗିବାର ଦେଖିଥିଲା ଏବଂ ଆଉ ଏକ ଟ୍ରେନ ଆସୁଥିବାର ମଧ୍ୟ ସେ ଦେଖିଲା ତେବେ ସେ ତୁରନ୍ତ ହାତ ହଲାଇଲା କିନ୍ତୁ କିଛି ଲାଭ ହେଲା ନାହିଁ ।


ତେବେ ସେ ଏକ ନାଲି ରଙ୍ଗର ସାର୍ଟ ପିନ୍ଧିଥିଲା ଏବଂ ନିଜର ଟି ସାର୍ଟ କୁ କାଢ଼ି ଟ୍ରେନ ଲାଇନ ଆଗରେ ଦୌଡ଼ିବାକୁ ଲାଗିଲା ଏବଂ ଡ୍ରାଇଭର ଏହା ଦେଖି ବ୍ରେକ ମାରିଥିଲା ଏବଂ ହଜାର ହଜାର ଲୋକଙ୍କ ଜୀଵନ ମଧ୍ୟ ବଂଚି ଯାଇଥିଲା । ତେବେ ଏହି କାର୍ଯ୍ୟ ପାଇଁ ସମସ୍ତେ ଭୀମ କୁ ପ୍ରଶଂସା କରିଥିଲେ ଏବଂ ବହୁତ ସମ୍ମାନ ମଧ୍ୟ କରିଥିଲେ । ତେବେ ବେଳେ ବେଳେ ଛୋଟ ପିଲା ମଧ୍ୟ ବହୁତ କିଛି ବଡ଼ କାମ କରି ପାରିଥାନ୍ତି ।

Leave a Reply

Your email address will not be published. Required fields are marked *