ବନ୍ଧୁଗଣ,ସୂଚନା ଅନୁଯାୟୀ ଟ୍ରେନ ଭିତରେ ଏଭଳି ଏକ ଅଭାବନିୟଘଟଣା ଦେଖିବାକୁ ମିଳିଛି ଯାହା ସମ୍ବନ୍ଧରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜଣାଇନେବା ସଂପୂର୍ଣ୍ଣ ବିବରଣୀ । ଟ୍ରେନ ଟିକଟ ନିରିକ୍ଷକ ଅଥବା ଟିଟିଇ କାନ୍ଦି କାନ୍ଦି ଭାଙ୍ଗି ପଡିଛନ୍ତି । ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ବ୍ୟତିବ୍ୟସ୍ତ ହୋଇଯିବେ । ସେ ଟିକେଟ ଦେଖାଇବାକୁ କହିବାରୁ ତାଙ୍କୁ ମାଡ ମରାଯାଇଅଛି । ତାଙ୍କୁ ଗୋଡାଇ ତୋଡାଇ ପିଟିଛନ୍ତି ।
ତେବେ ତାଙ୍କୁ ଏହିଭଳି ମାଡ ମରିଥିବା ବ୍ୟକ୍ତି ମଧ୍ୟ ସାଧାରଣ ଯାତ୍ରୀ ନଥିଲେ । ସେ ମଧ୍ୟ ଥିଲେ ରେଳବାଇର ପୋଲିସ । ଟ୍ରେନ ଭିତରେ ଟିଟିଇ ଦିନେଶ କୁମାର ସିଂ କୁ କିଭଳି ହଇରାଣ ତଥା ଅପମାନିତ କରାଯାଇଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହି ସମୟରେ କିଛି ଯାତ୍ରୀ ତାଙ୍କ ପ୍ରତି କିଛି ଦୟା ମନୋଭାବ ଦେଖାଇଥିଲେ ଏବଂ ତାଙ୍କୁ କିଛି ସମୟ ନିମନ୍ତେ ବସି ପଡିବା ଲାଗି କହିଥିଲେ ।
ମାତ୍ର ତାଙ୍କୁ ଯେଉଁଭଳି ଭାବରେ ମାଡ ମରାଯାଇଥିଲା ଏଥିରେ ସେ ସଂପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲେ । ଟିଟି କହିଛନ୍ତି ଯେ ସେ ମୋ ସହିତ ଷ୍ଟେସନରେ ଓହ୍ଲାଇ ସମସ୍ତ ଇନ୍ସପେକ୍ଟରଙ୍କ ସହିତ ମିଶି ମତେ ମାଡମାରିଲେ । ଏବଂ ମୁଁ ଏମାନଙ୍କର କୌଣସି ମଧ୍ୟ ଜିନିଷ ଚେକ କରିଲି ନାହିଁ । ମୁଁ ତାଙ୍କୁ ପଚାରିଲି ଯେ ଆପଣଙ୍କ ଟିକେଟ ଅଛି ସେ ମତେ ମନା କଲେ ଯେ ନାହିଁ । ତାଙ୍କୁ କହିଲି ଯେ ଯେତେବେଳେ ସିଟ ଅଧିକାରୀ ଆସିବେ ଆପଣ ଆଗକୁ ଯିବେ ଭାରି ।
ଟିଟି କେବଳ ଏତିକି କହିଛନ୍ତି ବୋଲି ସେ କହିଲେ ଏବଂ ଆଗରେ ଥିବା ଷ୍ଟେସନରେ ଡବଲ ଷ୍ଟାର ଲାଗିଥିବା ପୋଲିସ, ପ୍ୟାସେଞ୍ଜରଙ୍କ ସାମ୍ନାରେ ସଂପୂର୍ଣ୍ଣ ଗାଳିଗୋଲଚ କରିଲେ । ତେବେ ମାଡ ମାରିଥିବା ବ୍ୟକ୍ତି ଜଣକ ଜିଆରପି ଇନ୍ସପେକ୍ଟର ସୁନୀଲ କୁମାର । ତେବେ ଘଟଣାଟି ଥିଲା କିଛି ଏଭଳି, ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁନୀଲ କୁମାର ବିହାରର ଭାଗଲପୁର ଦାମପୁର ଇଣ୍ଟରସିଟିରେ ଫେରୁଥିଲେ । ଯେତେବେଳେ ବୟସ୍କ ଟିଟିଇ ଦିନେଶ କୁମାର ଟିକେଟ ଦେଖାଇବାକୁ କହିଥିଲେ, ସେତେବେଳେ ସୁନିଲ କୁମାର ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।
ଏହାପରେ ଦିନେଶ କୁମାର ସେହି ସ୍ଥାନ ଛାଡି ଚାଲିଯାଇଥିଲେ । ମାତ୍ର ପରବର୍ତ୍ତୀ ଷ୍ଟେସନରେ ପୋଲିସ ଅଧିକାରୀ ସୁନୀଲକୁମାର ଏବଂ ଅନ୍ୟମାନେ ଟିଟିଇଙ୍କୁ ମାଡ ମାରିଥିଲେ । ଏବଂ ସ୍ଥାନୀୟ ଯାତ୍ରୀ ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାଟି ବର୍ତ୍ତମାନ ଖୁବ ଭା-ଇ-ରା-ଲ ହୋଇଛି । ଏହି ଘଟଣାକୁ ନେଇ ଦିନେଶ କୁମାର ଲିଖିତ ଅଭିଯୋଗ କରିଛନ୍ତି । ରେଲୱେ ମଧ୍ୟ ଏହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।