କାଳ ହେଲା ତୀର୍ଥଯାତ୍ରା ! ଏକା ଥରେ ଗୋଟିଏ ଗାଁରୁ ଉଠିଲା ୨୬ କୋକେଇ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଦେଖନ୍ତୁ Video 

ଗୋଟିଏ ଗାଁରୁ ଏକା ସାଙ୍ଗରେ ଉଠିଲା ୨୬ କୋକେଇ ଆଉ ଦୃଶ୍ୟ କେତେ ହୃଦୟ ବିଦାରକ ତାହାକୁ ଆମେ ଶବ୍ଦରେ ବର୍ଣ୍ଣନା କରି ପାରିବୁ ନାହିଁ । ହେଲେ ବନ୍ଧୁଗଣ ଏହି ଦୃଶ୍ୟ ଯିଏ ବି ଦେଖିବ ତାର ଆଖିରୁ ଲୁହ ଝରି ଆସିବ । ଆପଣ ଏହି ଦୃଶ୍ୟ ଦେଖି କହିବେ ଭଗବାନ କାହାକୁ ବି ଏମିତି କଷ୍ଟ ନ ଦିଅନ୍ତୁ । କାରଣ ଏକା ସହ ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୨୬ କୋକେଇ ଉଠିବା ପରେ ସେ ଗାଁର ଅବସ୍ଥା କଣ ଥିବ ଆପଣ ମାନେ ଚିନ୍ତା କରନ୍ତୁ ।

ରାମ ନାମ ସତ୍ୟ ହେ ଶୁଭୁଛି କାନ୍ଦ ବୋବାଳିରେ ପୁରା ଏରିଆ ଫାଟି ଉଠୁଛି । ଆଉ ଗାଁ ଲୋକଙ୍କ କାନ୍ଧରେ ଶ୍ମଶାନ ଅଭିମୁଖେ ଯାଉଛି ୨୬ ଶବ । କିଏ କେବେ ଭାବି ନଥିଲେ କି ଚିନ୍ତା କରି ନଥିଲେ ଏ ଘଟଣା ଘଟିବ ବୋଲି । ତୀର୍ଥ କରିବାକୁ ଯାଇ ପୂଣ୍ୟ କରିବାକୁ ଯାଇଥିଲେ ପରିବାର ପାଇଁ ମଙ୍ଗଳ ମନାସିବାକୁ ବି ଯାଇଥିଲେ । କିନ୍ତୁ ସବୁ କିଛି ସରିଗଲା କାରଣ ଏମାନଙ୍କ ପାଇଁ ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା ।

ଘରକୁ ତ ଏମାନେ ସବୁ ଫେରିଲେ ହେଲେ ମଣିଷ ହୋଇ ନୁହେଁ ଶବ ହୋଇ । ଆଉ ଆତ୍ମୀୟ ସଜନକୁ ହରାଇ ପୁରା ପରିବାର କାନ୍ଦି କାନ୍ଦି ମାଟିରେ ମୁଣ୍ଡ ପିଟୁ ଛନ୍ତି ହେଲେ ଏମାନେ ଉଠୁ ନାହାନ୍ତି କି ଆଉ କେବେ ଉଠିବେ ନାହିଁ । ଏ ଦୃଶ୍ୟ ଆପଣ ମାନଙ୍କୁ ବିଚଳିତ କରିପାରେ ସତ କିନ୍ତୁ ଗୋଟିଏ ଗାଁରେ ଏକା ବେଳେ ୨୬ ଜଣ ପ୍ରାଣ ହରାଇବା ଘଟଣାକୁ ବର୍ଣ୍ଣନା କରିବା ଆମ ପକ୍ଷେ ସମ୍ଭବ ନୁହେଁ । 

ପରିବାର ଲୋକଙ୍କୁ ହରାଇ ପିଲା ଠାରୁ ବୁଢା ସମସ୍ତେ କାନ୍ଦି କାନ୍ଦି ନୟାତ ହୋଇ ପଡିଲେଣି । ଯେମିତି ଏକା ସାଙ୍ଗରେ ଧାଡି ହୋଇ ତୀର୍ଥ ଯାତ୍ରାକୁ ବାହାରିଥିଲେ ଠିକ ସେମିତି ଏମାନେ ସାଙ୍ଗ ହୋଇ ଶ୍ମଶାନକୁ ବାହାରି ଛନ୍ତି । ବନ୍ଧୁଗଣ ଗତ ରବିବାର ଦିନ ଉତ୍ତରାଖଣ୍ଡରେ ଘଟିଥିବା ସଡକ ଦୁର୍ଘଟଣାରେ ୨୬ ଜଣଙ୍କ ପ୍ରାଣ ଯାଇଛି ।

ଆଉ ଏବେ ଶବ ବେବଛେଦ ପରେ ଏମିତି ଭାବରେ ଶବ ଦାହ ହୋଇଛି । ଏହି ଦୃଶ୍ୟ ଯିଏ ଦେଖୁଛି ସେ କହୁଛି ଭଗବାନ ଏମିତି ଦୁଃଖ କାହାକୁ ବି ନ ଦେଉ । ତା ହେଲେ ବନ୍ଧୁଗଣ ଏହ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *