‘ମାନିଲେ 3 ସର୍ତ୍ତ ୟୁକ୍ରେନରୁ ଫେରିଯିବେ ମୋ ସୈନିକ’ ଜେଲେଂସ୍କି ଙ୍କୁ କହିଲେ ପୁଟିନ, ଦେଖନ୍ତୁ କଣ ସେହି 3 ସର୍ତ୍ତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୟୁକ୍ରେନ ଏବଂ ଋଷିଆ ମଧ୍ୟ ରେ ବନ୍ଦ ହେବ ଯୁଦ୍ଧ । ଯଦି ୟୁକ୍ରେନ ମାନିବ ଏହି ତିନୋଟି ସର୍ତ୍ତ । ପୁଟିନ ରଖିଲେ ତିନୋଟି ସର୍ତ୍ତ । ଯଦି ଉକ୍ତ ସର୍ତ୍ତ ଗୁଡ଼ିକ ମାନିବ ୟୁକ୍ରେନ ତେବେ ହିଁ ବନ୍ଦ ହୋଇଯିବ ଏହି ଯୁଦ୍ଧ । ୟୁକ୍ରେନ ଏବଂ ଋଷିଆ ମଧ୍ୟ ରେ ଯୁଦ୍ଧ ଭୟଙ୍କର ରୁପ ନେବା ସହିତ ଦିନ ଗୁଡ଼ିକ ଗଡ଼ି ଚାଲିଛି । ସେହିଭଳି ଋଷିଆ କୁ ମିଳିନାହିଁ ଉଦ୍ଦେଶ୍ୟ ମୂଳକ ସଫଳତା । ସଫଳତା ମିଳିବା ପରେ ପୁଟିନ ଶୁକ୍ରବାର ଦିନ ଏକ ବୟାନ ଜାରି କରିଥିଲେ ।

ସେ ୟୁକ୍ରେନ ସହର ଉପରେ ରୁଷ ସେନା ପକ୍ଷ ରୁ ହେଉଥିବା ବୋମା ମାଡ଼ ଅଭିଯୋଗ କୁ ଅସ୍ବୀକାର କରିବା ସହିତ କହିଛନ୍ତି ଯଦି ୟୁକ୍ରେନ ଏହି ୩ଟି ସର୍ତ୍ତ ମାନିବ ତେବେ ହିଁ ଆଲୋଚନା ଟେବଲ କୁ ରୁଷ ଆସିବ । ସେପଟେ ରୁଷ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ରୁ କ୍ରେମଲୀନ କହିଛନ୍ତି କି ୟୁକ୍ରେନ ସହର ଉପରେ ରୁଷ ସେନା ପକ୍ଷ ରୁ ବୋମା ମାଡ଼ ନେଉଥିବା କୁ ନେଇ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ।

ପୁଟିନ ଙ୍କ ଏଭଳି ବୟାନ ତାଙ୍କର ଆଲୋଚନା ସମୟ ରେ ଆସିଛି । ଏହି ବୟାନ ରେ ପୁଟିନ ସ୍ପଷ୍ଟ କରି କହିଛନ୍ତି କି ୟୁକ୍ରେନ ସହିତ ଆଲୋଚନା କରି କହିଛନ୍ତି କି, ୟୁକ୍ରେନ ସହିତ ଆଲୋଚନା ସେତେବେଳେ ସମ୍ଭବ ଯେତେବେଳେ ୟୁକ୍ରେନ ରୁଷ ର ସମସ୍ତ ସର୍ତ୍ତ କୁ ଗ୍ରହଣ କରିବ । ସେପଟେ କ୍ରେମଲିନ ଙ୍କ କହିବା ମୁତାବକ ପୁଟିନ କହିଛନ୍ତି କି, କେବଳ ୟୁକ୍ରେନ ନୁହେଁ ସବୁ ପକ୍ଷ ଙ୍କ ଆଲୋଚନା

ପାଇଁ ରୁଷ ପ୍ରସ୍ତୁତ ରହିଛି । କିନ୍ତୁ ରୁଷ ରଖିଥିବା ସର୍ତ୍ତ କୁ ୟୁକ୍ରେନ ମାନିବା ପରେ ହିଁ ଏହା ସମ୍ଭବ ହେବ । ରୁଷ ରଖିଥିବା ସର୍ତ୍ତ ମୁତାବକ ୟୁକ୍ରେନ ଏକ ନିରପେକ୍ଷ ଏବଂ ଅଣ ପରମାଣୁ ଦେଶ ହେବ । ୟୁକ୍ରେନ କ୍ରିମିଆ କୁ ରୁଷ ରେ ଏକ ଅଂଶ ଭାବରେ ସ୍ୱୀକାର କରିବ ଏବଂ ପୂର୍ବ ୟୁକ୍ରେନ ର ଵିଛିନ୍ନତାବାଦୀ ଅଞ୍ଚଳ ଗୁଡ଼ିକ ର ସାର୍ବଭୌମତ୍ୱ ର ସର୍ତ୍ତ କୁ ଅନ୍ତର୍ଭୁକ୍ତ କରାଯିବ । ଏହି ସର୍ତ୍ତ ସହିତ ରୁଷ ଓ ୟୁକ୍ରେନ ସହିତ ତୃତୀୟ ପର୍ଯ୍ୟାୟ ର ଆଲୋଚନା ପାଇଁ ଆଶା ରଖିଛି ।

ଏହି ସମ୍ବନ୍ଧରେ ରୁଷ ଆଶା ରଖିଛି କି, ୟୁକ୍ରେନ ସରକାର ଏ ନେଇ ଚୁକ୍ତି ସଙ୍ଗତ ଓ ସକରାତ୍ମକ ହୋଇ ଆଲୋଚନା ପାଇଁ ପ୍ରସ୍ତୁତ ହେବ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ୟୁକ୍ରେନ କଣ ଏହି ତିନୋଟି ସର୍ତ୍ତ କୁ ମାନୁଛି ଏବଂ ଯୁଦ୍ଧ ବନ୍ଦ ହେଉଛି ଅଥବା ୟୁକ୍ରେନ ଏହି ସର୍ତ୍ତ କୁ ନ ମାନି ପୁଣିଥରେ ଯୁଦ୍ଧ କରୁଛି । ଯୁଦ୍ଧ ର ନୂଆ ମୋଡ଼ କିପରି ହେବ ତାହା ୟୁକ୍ରେନ ର ନିର୍ଣ୍ଣୟ ଉପରେ ନିର୍ଭରଶୀଳ ଅଟେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *