Bollywood ର 3 ମହାରଥୀ Singer ଗାଇଲେ ସମ୍ବଲପୁରୀ ଗୀତ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସମ୍ବଲପୁରୀ ଗୀତର ତାଳ ସମସ୍ତଙ୍କୁ ମତୁଆଲା କରିଥାଏ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ସମ୍ବଲପୁରୀ ଗୀତର ଖୁବ୍ ଡିମାଣ୍ଡ ରହିଛି। ସମ୍ବଲପୁରୀ ଗୀତ ଲୋକଙ୍କ ହୃଦୟକୁ ଛୁଇଁଥାଏ। ଏହି ଗୀତର ତାଳ, ଲୟ, ସ୍ୱରରେ ବିଶ୍ୱର ସଂଗୀତପ୍ରେମୀ ଝୁମିଥାନ୍ତି। ତେବେ ଜିଲ୍ଲାର ଗର୍ବ ଓ ଗୌରବ ସମ୍ବଲପୁରୀ କୋଶଲି ଭାଷା ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର ।


ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପାଇଁ ଏକ ସମ୍ବଲପୁରୀ ସଙ୍ଗୀତ ସଜାଇଛନ୍ତି । ଯାହା ସମ୍ବଲପୁରୀ ଭାଷାରେ ସଙ୍ଗୀତ ଗାଇଛନ୍ତି ଉଦିତ ନାରାୟଣ, କୁମାର ଶାନୁ ଏବଂ ବିନୋଦ ରାଠୋର। ତେବେ କୋମନା ବ୍ଲକ ଅଧିନସ୍ଥ ଖଇରଭାଡ଼ି ଗ୍ରାମର ରାଜମିସ୍ତ୍ରୀ ଦଶରୁ ମେହେରଙ୍କ ସୁପୁତ୍ର ସଙ୍ଗୀତ ସାଧକ ଯୁବ ପ୍ରତିଭା ବୃନ୍ଦାବନ ମେହେର ।

ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବାବେଳେ,ପେଟ ଚାଖଣ୍ଡେ ପାଇଁ ଅନବରତ ସଂଗ୍ରାମ କରିଚାଲିଛନ୍ତି ଏହି ଯୁବ ପ୍ରତିଭା । ତଥାପି ଜୀବନ ଜଞ୍ଜାଳରେ ଥକି ନ ପଡି ଛୋଟବେଳୁ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଛି । ସମ୍ବଲପୁରୀ କୋଶଳି ଭାଷା ସଙ୍ଗୀତ ଜଗତରେ ଶତାଧିକ ସୁମଧୁର ଗୀତ ରଚନା କରି ସ୍ବୟଂ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରିଚାଲିଛନ୍ତି ।

ବଲିଉଡର ପ୍ରକ୍ଷାତ କଣ୍ଠ ଶିଳ୍ପୀ ବିନୋଦ ରାଠୋର,କୁମାର ଶାନୁ ଠୁ ଆରମ୍ଭ କରି ଉଦିତ ନାରାୟଣ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ବୃନ୍ଦାବନ। ତେବେ ଉଦିତ ନାରାୟଣ ତୋର ବିନା ପାଗଳ ଲାଗୁଛେ ଏବଂ କୁମାର ଶାନୁ ଏ ମୋର ସାରା ଜୀବନ ସାଥେ ଲେଖି ଦେଲି ତୋର ନାଁ,, ଏବଂ ବିନୋଦ ରାଠୋର ତୋର ଗଳିନେ ବୁଲୁଛେ ତୋ ହିରୋ।… ତେବେ ଏହି ସବୁ ଗୀତ ୟୁଟିୟୁବ ଚ୍ୟାନେଲ ଆର କେ ମିଡ଼ିଆ ରେ ଅପଲୋଡ଼ ହେବ।

ତେବେ ଏହି ବଲିଉଡ ର ଗାୟକ ମାନେ ଆଗରୁ ଓଡ଼ିଆ ଗୀତ ଗାଇଛନ୍ତି କିନ୍ତୁ ସମ୍ବଲପୁରୀ ଗୀତ ପ୍ରଥମ ଥର ଗାଇଛନ୍ତି। ତେବେ ସେମାନେ ମଧ୍ୟ ଏହି ଗୀତ ଗାଇ ଖୁବ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ଏବଂ ବୃନ୍ଦାବନ ମେହେରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ତେବେ ଆପଣ ଙ୍କୁ ଏହି ତିନି ଜଣ ଗାୟକ ଙ୍କ ଭିତରୁ କିଏ ପସନ୍ଦ ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *