ହାରିବାର କାରଣ କହିଲେ Hardik Pandya ! ଏହି 3 ଖେଳାଳିଙ୍କୁ କଲେ ଦାୟୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ, ସୂଚନା ଅନୁଯାୟୀ ହାରିବାର କାରଣ କହିଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ସେ କହିଛନ୍ତି ଯେ ଏହି 3 ଖେଳାଳୀ ସାଜିଥିଲେ ଭିଲିଆନ । ତେବେ ଟିମ ଇଣ୍ଡିଆ ର ପରାଜୟ କୁ ନେଇ ହାର୍ଦ୍ଧିକ କରିଛନ୍ତି ଖୁଲାସା । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟି-20 ମ୍ୟାଚରେ ଭାରତୀୟ ଦଳ ଶ୍ରୀ ଲଙ୍କା ଠାରୁ ୧୬ ରନରେ ପରାଜୟ କରିଛି । ଏହି ମ୍ୟାଚରେ ହାର୍ଦ୍ଧିକ ପାଣ୍ଡ୍ୟା ଟସ ଜିତି ଫିଲଡିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ ।

ଶ୍ରୀଲଙ୍କା ଦଳର ଓପନର କୁଶଲ ମେଣ୍ଡିସ ଙ୍କ ୫୬ ରନ ଏବଂ କ୍ୟାପଟେନ ର ୫୨ ରନ ରେ ଶ୍ରୀଲଙ୍କା ଦଳ ୨୦୭ ରନ ର ଲକ୍ଷ ସ୍ଥାପନା କରିଥିଲା ଟିମ ଇଣ୍ଡିଆ ଙ୍କ ସମ୍ମୁଖରେ । ଏହି ମ୍ୟାଚରେ ଟିମ ଇଣ୍ଡିଆ ଙ୍କ ଧୃତ ବଲର ଅଶ୍ଵିଦୀପ ସିଂହ ଏବଂ ଊମରାନ ମଲ୍ଲିକ ୭ ଟି ନୋ ବଲ ପକାଇଥିଲେ । ଏହା ମ୍ୟାଚ ହାରିବାର ମୁଖ୍ୟ କାରଣ ଥିଲା ।

୨୦୭ ରନ ର ବିଶାଳ ସ୍କୋରକୁ ଚେସ କରିବାକୁ ଯାଇ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଇଶାନ କିଶାନ, ଶୁଭମ ଗିଲ, ଏବଂ ରାହୁଲ ତ୍ରିପାଠୀ ଫ୍ଲପ ହୋଇଥିଲେ । କିନ୍ତୁ ଟିମ ଇଣ୍ଡିଆର ମିଷ୍ଟର ୩୬୦ ସୁର କୁମାର ଯାଦବ ଏବଂ ଅକ୍ଶର ପଟେଲ ଙ୍କ ବିସ୍ଫୋରକ ବାରି ରେ ଭାରତୀୟ ଦଳ ବିଜୟ କୁ ଜୀବିତ କରିଥିଲା । ମାତ୍ର ଶେଷରେ ବହୁ ଚେଷ୍ଟା କରି ମଧ୍ୟ ୧୬ ରନ ରେ ପରାଜୟ କରିଛି ଟିମ ଇଣ୍ଡିଆ ।

ଏହା ପରେ ଇଣ୍ଟରଭିୟୁରେ ହାର୍ଦ୍ଧିକ ପାଣ୍ଡ୍ୟା କହିଥିଲେ ଯେ ଆମେ ନିଜର ଭୁଲ ପାଇଁ ପରାଜୟ କରୁଛୁ । ହାର୍ଦ୍ଧିକ କହିଥିଲେ ଯେ ମ୍ୟାଚ ରେ ଅଧିକାଂଶ ନୋ ବଲ ପକାଇବା ସହିତ ଆମ ଦଳର ଅଧିକାଂଶ ଖେଳାଳୀ ବ୍ୟାଟିଂ ତଥା ବୋଲିଂରେ ପାୱାର ପ୍ଲେ ରେ ସଂପୂର୍ଣ୍ଣ ନିରାଶ କରିଛନ୍ତି ଯାହାକି ମ୍ୟାଚ ହାରିବାର ପ୍ରମୁଖ କାରଣ ସାଜିଛି । ତେବେ ଏହିଭଳି କହି ପାଣ୍ଡ୍ୟା ବହୁତ ଦୁଃଖ ପ୍ରକାଶ କରିଥିଲେ । କାରଣ ତାଙ୍କ ଫ୍ୟାନ୍ସ ଙ୍କ ସହିତ ସମଗ୍ର ଭାରତବାସୀ କ୍ରିକେଟ କୁ ନେଇ ବହୁତ ଉତ୍କଣ୍ଠା ପ୍ରକାଶ କରିଥାନ୍ତି ।

ଏହିଭଳି ସ୍ଥିତିରେ ଯଦି ଭାରତ ବାରମ୍ବାର ଖେଳ ଏହିଭଳି ଭାବରେ ହାରିବାକୁ ଲାଗିବ ତେବେ କ୍ରିକେଟ ପ୍ରେମୀ ମାନଙ୍କ ମନ ଭାଙ୍ଗିଯିବ । ଏଣୁ ଆଗକୁ ଆସୁଥିବା ମ୍ୟାଚ ଗୁଡିକ ଭଲ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି କ୍ରିକେଟ ପ୍ରେମୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *