ଆରମ୍ଭ ହେଲା IPL 2023 ର ମିନି ନିଲାମି, ବିସିସିଆଇ ଦେଲା ବଡ ସୂଚନା, ଏହି 5 ଜଣ ଭାରତୀୟ ଖେଳାଳୀ IPL ରୁ ହେବେ ବ୍ୟାନ

ବନ୍ଧୁଗଣ, ଆଇପିଏଲ ପୂର୍ବରୁ ବିସିସିଆଇ ର ବଡ ସୂଚନା, ବ୍ୟାନ ହେବାକୁ ଯାଉଛନ୍ତି ଏହି 5 ଖେଳାଳୀ । ଇଣ୍ଡିଆନ ପ୍ରିମିୟର ଲିକ ଅଥବା ଆଇପିଏଲ 2023 ପାଇଁ ଆଜି ଆରମ୍ଭ ହେବାକୁ ଯାଉଛି ମିନି ନିଲାମି । କୋଚି ରେ ଆରମ୍ଭ ହେବାକୁ ଥିବା ଏହି ନିଲାମି ପ୍ରକ୍ରିୟା ପୂର୍ବରୁ ସମସ୍ତ ଦଳକୁ ମେଲ ଯୋଗେ ଏକ ବଡ ସୂଚନା ଦେଇଛି ବିସିସିଆଇ । ଏହି 5 ଖେଳାଳୀ ଙ୍କ ନାମ ବ୍ୟାନ ହୋଇପାରେ ବୋଲି କହିଛି ବିସିସିଆଇ । ଏହା ସମସ୍ତ ଚିନ୍ତା କୁ ଦୁଇ ଗୁଣିତ କରିଛି ।

ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଖେଳାଳୀ ଙ୍କ ଉପଲବ୍ଧତା ଉପରେ ଏକ ବଡ ଅପଡେଟ ଦେଇ 5 ଜଣ ଖେଳାଳୀ ଙ୍କ ନାମ ପ୍ରକାଶ କରିଛି । ଯେଉଁ ମାନଙ୍କ ଖେଳିବା ଉପରେ ନିଷେଧ ଘୋଷଣା ହୋଇପାରେ । ଏହି ପାଞ୍ଚ ଜଣ ଖେଳାଳୀ ସନ୍ଦେହ ଜନକ ଭାବରେ ବୋଲିଂ ଆକ୍ସନ ପୋଜିସନରେ ଅଛନ୍ତି ଏବଂ ସେମାନଙ୍କ ଉପରେ ନଜର ରଖିଛି ବିସିସିଆଇ । ଏହି ସମସ୍ତ ନିଲାମୀ ଙ୍କ ପାଇଁ ସର୍ଟଲିଷ୍ଟ କରାଯାଇଛି ।

ସୂଚନା ଅନୁଯାୟୀ ଏହି ପାଞ୍ଚ ଖେଳାଳୀ ହେଉଛନ୍ତି ମୁମ୍ବାଇ ର ତନୁସ କୋଟିୟାର, କେରଳର ରୋହନ କୁନୁମାଳ, ଅପୂର୍ବ ୱାଙ୍କଡେ, ଗୁଜୁରାଟ ଚିରାଗ ଗାନ୍ଧୀ ଏବଂ ମହାରାଷ୍ଟ୍ର ର ରାମାକୃଷ୍ଣଘୋଷ ଏହି 5 ଖେଳାଳୀ ଙ୍କ ନାମ ମଧ୍ୟରେ ତନୁସ କୋଟିୟାର ଏକ ବଡ ନାମ । ଅପସ୍ପିନର ତନୁସ ନିକଟରେ ରଣଜୀ ଟ୍ରଫି ମୁକାବିଲାରେ ମୁମ୍ବାଇ କୁ ହାଇଦ୍ରାବାଦ ବିପକ୍ଷରେ ବିଜୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହି ମ୍ୟାଚରେ କୋଟିୟାର 7 ୱିକେଟ ହାସଲ କରିଥିଲେ । ଖବର ଅନୁସାରେ ଆଇପିଏଲରେ ସନ୍ଦେହ ଜନକ ବୋଲିଂ ଆକ୍ସନ ପ୍ରଥମ ଥର ସାମ୍ନା କୁ ଆସିନାହିଁ । ଏହା ପୂର୍ବରୁ ଚାରିଜଣ ଖେଳାଳୀ ଏହି ସମସ୍ୟା ପାଇଁ ନିଷେଧ ଘୋଷଣା ହୋଇ ସାରିଛନ୍ତି । ଆଇପିଏଲ ରେ କର୍ଣ୍ଣାଟକ ର ମନୀଷ ପାଣ୍ଡେ, ଅରମାନ ଜାଫର, ବେଙ୍ଗାଲ ର ସାଟାର୍ଜି ଏବଂ ମହାରାଷ୍ଟ୍ରର ଆଜିମ କାଜି ଙ୍କ ବୋଲିଂ ଉପରେ ପୂର୍ବରୁ ହିଁ ବ୍ୟାନ ଲଗାଯାଇଛି ।

ଏଭଳି ସମୟରେ ସମସ୍ତ ଫ୍ରାଞ୍ଚଆଇସ ଉଚିତ ବୁଝାମଣା ସହିତ ଏହି ଖେଳାଳୀଙ୍କ ଉପରେ ନଜର ରଖିବାକୁ ହେବ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *