କ୍ଯାବିନେଟ ର ବଡ ନିସ୍ପତ୍ତି, ଠିକା କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର, ଦରମା ବଢିବା ସହିତ ପାଇବେ ଏହି ସୁବିଧା

ନମସ୍କାର ବନ୍ଧୁଗଣ ତେବେ ଠିକା କର୍ମଚାରୀ ଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଅଧିକ ୫୦ପ୍ରତିଶତ ଦରମା ପାଇବେ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀ । । ପଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଠିକା କ୍ଷେତ୍ରରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ଏଥିରେ କୁହାଯାଇଛି ଏଣିକି ଆଉ ଠିକା କର୍ମଚାରୀ ବୋଲି କୁହାଯିବନାହିଁ । ଏଥିପାଇଁ ଇଂରାଜୀରେ ଏକ ନାଁ ଦିଆଯାଇଛି, ‘ଇନିସିଆଲ ଆପଏଂଟି’ ଅର୍ଥାତ ପ୍ରାରମ୍ଭିକ ଭାବେ ନିଯୁକ୍ତ କର୍ମଚାରୀ ।

ଏହା ସହ ଏମାନଙ୍କ କ୍ଷେତ୍ରରେ ଯେଉଁ ବଡ଼ କଥାଟି କରାଯାଉଛି, ସେ ହେଉଛି, ସେମାନଙ୍କ ଦରମାକୁ ୫୦ପ୍ରତିଶତ ବଢାଇ ଦିଆଯାଇଛି, ଅର୍ଥାତ ଯିଏ ଚାକିରି ଆରମ୍ଭରେ ୮ହଜାର ପାଉଛି ଏଣିକି ନୂତନ ନିଯୁକ୍ତି ପାଉଥିବା ଏ,ଭଳି କର୍ମଚାରୀ ୧୨ହଜାର ଟଙ୍କା ଦରମା ପାଇବେ । ଏହାସହ ଏମାନଙ୍କୁ ମେଡିକାଲ ଭଳି ବିଭିନ୍ନ ସୁବିଧା ମିଳିବ । ଏନେଇ କେବଳ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀଙ୍କ ପାଇଁ ଥିବା ୨୦୧୩ ଆଇନରେ ସଂଶୋଧନ କରାଯାଇଛି ।

କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏଥିସହ ପୂର୍ବ ନିୟମ ଅନୁସାରେ ୬ବର୍ଷ ପରେ ନିୟମିତ ହେବେ ଏହି ପ୍ରାରମ୍ଭିକ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ । ରାଜ୍ୟ ସରକାରୀ କର୍ମଚାରୀ ମାନେ ଯେଉଁମାନେ ନ୍ୟାସନାଲ ପେନସନ୍ ସିଷ୍ଟମରେରେ ଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ୧୦ ପ୍ରତିଶତରୁ ୧୪% କରିଛନ୍ତି ରାଜ୍ୟ ସରକାର ।

ଯାହା ୧ ଏପ୍ରିଲ ୨୦୧୯ରୁ ଲାଗୁ ହେବ । ବର୍ଷକୁ ଏଥିପାଇଁ ୩୮୦ କୋଟି ଖର୍ଚ୍ଚ ହେବ । ୭୭୨ କୋଟି ଏରିଅର ଭାବେ ଜମା କରିବେ ସରକାର । ଚାକିରୀ ସମୟରେ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ପେନସନ ମିଳିବ । ସବୁ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ ହେବ । ତେବେ ରାଜ୍ୟ କ୍ୟାବିନେଟ ବୈଠକ ରେ ୧୬ ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି । ଏହି ୧୬ଟି ବୃହତ ପ୍ରସ୍ତାବ ସହ ବିଧାନସଭାର ସତ୍ରାବସାନ ପ୍ରସ୍ତାବକୁ ବି ଏହି କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି ।

Leave a Reply

Your email address will not be published. Required fields are marked *