ଏହାର କେବଳ ଥରେ ପ୍ରୟୋଗ କରନ୍ତୁ ଅର୍ଶ (PILES) ପୁରା ଶୁଖିକି ଝଡି ଯିବ- Baba Ramdev Health Tips

ଅର୍ଶ ବା ପାଇଲ୍ସ ଭଳି ସମସ୍ୟା ଆଜିର ଦିନରେ ଏକ ବହୁତ ବଡ ସମସ୍ୟା ହୋଇଗଲାଣି । ଅନେକ ଲୋକଙ୍କୁ ପାଇଲ୍ସ ବା ଅର୍ଶଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଏହାର ମୁଖ୍ୟ କାରଣ ଭୁଲ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତା । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପଚାର ନେଇଆସିଛୁ ଯାହା ସଂପୂର୍ଣ୍ଣ ପ୍ରାକୃତିକ ଏବଂ ଏହାମଧ୍ୟ ଆପଣଙ୍କ ଅର୍ଶକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଆପଣ ଅର୍ଶ ଭଳି ସମସ୍ୟା ଦୂରକରିବା ପାଇଁ ଏହାର ପ୍ରୟୋଗ କରିପାରିବେ ।

ବନ୍ଧୁଗଣ ଏହି ଉପଚାରର ପ୍ରୟୋଗ କରିବା ପୂର୍ବରୁ ଆପଣଙ୍କୁ କିଛି ଜିନିଷର ବାରଣ କରିବାକୁ ପଡିବ । ଯେମିତିକି ଡାଲି, ବାଇଗଣ ବା ଚର୍ବି ଜାତୀୟ ଖାଦ୍ୟ ମାଛ ଓ ମାଂସ । ଏହିସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ । କିଛିଦିନ ପର୍ଯ୍ୟନ୍ତ ଆପଣ ଏହାକୁ ପୁରା ଛାଡି ଦିଅନ୍ତୁ । ଅର୍ଶ ଭଳି ସମସ୍ୟାକୁ ତାହା ବହୁତ ବଢାଇଥାଏ । ସେଥିପାଇଁ ସେସବୁ ଜିନିଷଠାରୁ ଆପଣ ଦୂରେଇ ରୁହନ୍ତୁ । ଏବଂ ଏହି ପ୍ରକୃତିକ ଘରୋଇ ଉପଚାରର ପ୍ରୟୋଗ କରନ୍ତୁ ଆପଣଙ୍କ ଅର୍ଶ ଭଳି ସମସ୍ୟାକୁ ଦୂରେଇବା ପାଇଁ । ତେବେ ଚାଲନ୍ତୁ ଜାଣିବା ଆପଣ ଏହାକୁ କିପରି ତିଆରି କରିବେ ଏବଂ କିପରି ପ୍ରୟୋଗ କରିବେ।

ବନ୍ଧୁଗଣ ଏହି ଉପଚାର କୁ ତିଆରି କରିବାପାଇଁ ଆପଣଙ୍କୁ ସମସ୍ତ ଘରୋଇ ଉପକରଣର ଆବଶ୍ୟକତା ପଡିବ । ପ୍ରଥମରେ ଆପଣଙ୍କୁ ଆବଶ୍ୟକତା ପଡିବ ହଳଦିର । ବନ୍ଧୁଗଣ ଏହି ଉପକରଣକୁ ତିଆରି କରିବାକୁ ଆପଣ ଦୁଇ ଚାମଚ ହଳଦିର ପ୍ରୟୋଗ କରନ୍ତୁ ।

ଦ୍ଵିତୀୟ ସାମଗ୍ରୀ ହେଉଛି ସୋରିଷତେଲ । ସେଥିପାଇଁ ଆପଣଙ୍କୁ ଆବଶ୍ୟକ ଏକ ଚାମଚ ସୋରିଷ ତେଲ ଏବଂ ତାହା ମଧ୍ୟ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଆପଣ ଏହି ହଳଦୀ ଗୁଣ୍ଡରେ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ ।

ବନ୍ଧୁଗଣ ତୃତୀୟ ସାମଗ୍ରୀ ହେଉଛି କର୍ପୁର । ବନ୍ଧୁଗଣ ପୂଜାରେ ବ୍ୟବହୃତ କର୍ପୁର ଆପଣ ଏଥିରେ ବ୍ୟବହାର କରିପାରିବେ । ଏକ କର୍ପୁର ଖଣ୍ଡ କୁ ନେଇ ଆପଣ ଗୁଣ୍ଡ କରି ଏଥିରେ ମିଶାନ୍ତୁ । ଏବେ ବନ୍ଧୁଗଣ ଆପଣ ଏ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଯେମିତି ଏ ସମସ୍ତ ସାମଗ୍ରୀ ସୋରିଷ ତେଲରେ ଭଲ ଭାବେ ମିଶିଯିବ ।

ଭଲଭାବେ ମିଶିଗଲା ପରେ ପ୍ରସ୍ତୁତ ହୋଇଯିବ ଅର୍ଶରୁ ରକ୍ଷା ପାଇବାର ଉପକରଣ । ଏବେ ଆମେ ଜାଣିବା ଆପଣ ଅର୍ଶ ରେ ଏହାର ପ୍ରୟୋଗ କିପରି କରିବେ । ବନ୍ଧୁଗଣ ଏହି ଉପଚାର ଏତେ ଚମତ୍କାରୀ ଅଟେ କି ଏହା ଆପଣଙ୍କ ଅର୍ଶରେ ଲଗାଇବା ଦ୍ଵାରା ଆପଣଙ୍କ ଅର୍ଶ ଶୁଖିକି ଝଡିପଡିବ । ବନ୍ଧୁଗଣ ଆପଣ ଏହାକୁ ହାତରେ କିମ୍ବା କଟନ ବାଉଲରେ ନେଇ ଯେଉଁ ଜାଗାରେ ଆପଣଙ୍କର ଅର୍ଶ ହୋଇଛି, ସେହି ଜାଗାରେ ଲେଗେଇ ଦିଅନ୍ତୁ । ଏପରି ଆପଣ ଏହାକୁ ଭଲ ଭାବେ ଲଗେଇ ସାରି ଏହାକୁ ସୁଖିବା ପାଇଁ ଛାଡି ଦିଅନ୍ତୁ । ଏକ ଘଣ୍ଟା ପରେ ଆପଣ ଏହାକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହିପରି ଆପଣ ଦିନକୁ ତିନିଥର କରନ୍ତୁ । ପ୍ରତ୍ୟେକ ଦିନ ଆପଣ ଏହାକୁ ତିଆରି କରି ଏହାକୁ ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଯେ କର୍ପୁର ଉଡିଯାଏ । ସେଥିପାଇଁ ଆପଣ ଏହାକୁ ନରଖି ପ୍ରତ୍ୟେକ ଦିନ ତିଆରି କରି ପ୍ରୟୋଗ କରନ୍ତୁ । ଦେଖିବେ ଏହାଦ୍ୱାରା ଆପଣଙ୍କ ଅର୍ଶ ଶୁଖିକି ଝଡିଯିବ । ଯେ ପର୍ଯ୍ୟନ୍ତ ଆପଣଙ୍କ ଅର୍ଶ ଶୁଖିକି ନ ଝଡିଛି ସେ ପର୍ଯ୍ୟନ୍ତ ଆପଣ ଏହାର ପ୍ରୟୋଗ କରିଚାଲନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ ।

ଏହି ଉପଚାରଟି ପାଇଲ୍ସ ବା ଅର୍ଶ ଭଳି ସମସ୍ୟା କୁ ଦୂର କରିବା ପାଇଁ ବହୁତ ଲାଭ ଦାୟକ ଅଟେ । ଏହି ଉପଚାରଟି ବହୁ ପରୀକ୍ଷିତ ଏବଂ ଚମତ୍କାରୀ ପ୍ରକୃତିକ ଘରୋଇ ଉପଚାର ଅଟେ । ଆପଣଙ୍କୁ ଏଥିରୁ କୌଣସି ବି କ୍ଷତି ପହଞ୍ଚିନଥାଏ । ଦେଖିବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *