Thailand କୁ ବି ପଛରେ ପକାଇଲା Odisha ର Mayurbhanj, ଦେଖି କି ଆପଣ ବି ହେବେ ଗର୍ବିତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଥାଇଲାଣ୍ଡକୁ ପଛରେ ପକାଇଲା ମୟୂରଭଞ୍ଜ ! ଟାଇମ ମାଗାଜିନରେ ସ୍ଥାନ ପାଇଲା ମୟୂରଭଞ୍ଜ ! ତେବେ ହଁ ବନ୍ଧୁଗଣ ପର୍ଯ୍ୟଟକ ମାନେ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ଦେଶ ଭିତରେ ହେଉ ଅବା ବାହାରେ ହେଉ । କୌଣସି ଏକ ଆକର୍ଷିତ ତଥା ପ୍ରକୃତି କେନ୍ଦ୍ରିକ ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି । ଯେପରି ଥାଇଲାଣ୍ଡ, ସୁଇଜରଲାଣ୍ଡ, ମେକ୍ସିକୋ କିମ୍ବା ଜାପାନ ଏଭଳି ବହୁତ କିଛି ସ୍ଥାନ ଅଛି ।

ଯେଉଁଠିକି ବୁଲିଯିବାକୁ ଲୋକେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି । ତେବେ ଥାଇଲାଣ୍ଡ ବୁଲିଯିବା ପାଇଁ ଚାହୁଁଥିଲେ । ଆଉ ଦେଶ ବାହାରକୁ ଯିବାକୁ ପଡିବ ନାହିଁ । ଆମ ଓଡିଶାର ମୟୂରଭଞ୍ଜ ଠାରେ ଥାଇଲ୍ଯାନ୍ଡ ଭଲ ସ୍ଥାନ ଆପଣଙ୍କୁ ଦେଖିବାକୁ ମିଳିଯିବ । ଯାହାକି ଟାଇମ ମାଗାଜିନ ନାମକ ଏକ ପୁସ୍ତିକାରେ ମୟୂରଭଞ୍ଜ ଭଳି ଡେଷ୍ଟିନେସନ ପଏଣ୍ଟ ମଧ୍ୟ ଉଲ୍ଲେଖ ପାଇଛି । ତେବେ ବିଶ୍ଵର ଟପ ଟପ କେତେ ଗୁଡିଏ ଭଲ ଗୁଡିଏ ସ୍ଥାନକୁ ବିଚାରକୁ ନେଲେ ।

ଆମ ଓଡିଶାର ମୟୂରଭଞ୍ଜ ମଧ୍ୟ ସେଥିରେ ସ୍ଥାନ ପାଇ ସରିଛି । ବିଶ୍ଵର କେତେ ଗୁଡିଏ ପ୍ରମୁଖ ସହର ଭଳି ଡେଷ୍ଟିନେସନ ଜାଗାକୁ ପଛରେ ପକାଇ ଓଡିଶାରେ ଥିବା ମୟୂରଭଞ୍ଜ ନିଜର ଏକ ସ୍ଵତନ୍ତ୍ର ନାମ ଟାଇମ ମାଗାଜିନ ନାମକ ପୁସ୍ତିକାରେ ବନାଇ ଦେଇଛି । ତେବେ ବିଶ୍ଵର ୫୦ ଟି ଗ୍ରେଟେଷ୍ଟ ପ୍ଲେସ ମଧ୍ୟରୁ ୩୨ ନମ୍ବର ସ୍ଥାନରେ ଆମ ଓଡିଶାର ମୟୂରଭଞ୍ଜ ସ୍ଥାନଟି ସ୍ତାନିତ ହୋଇଛି । ଭାରତର ୨ ଟି ସ୍ଥାନ ଯେପରି ଲାଦାଖ ଓ ମୟୂରଭଞ୍ଜ ବିଶ୍ଵର ୫୦ ଟି ଗ୍ରେଟେଷ୍ଟ ପ୍ଲେସ ମଧ୍ୟରେ ରହିଛନ୍ତି ।

ତେବେ ମୟୂରଭଞ୍ଜ ନିଜର ଶାଳବଣ ଓ ସୁନ୍ଦର ପ୍ରକୃତିର ଆକର୍ଷଣ ଓ ଆଧାତ୍ମିକ କୋଣରୁ ମନ୍ଦିର ପାଇଁ ମଧ୍ୟ ମୟୂରଭଞ୍ଜ ପ୍ରସିଦ୍ଧ । ମୟୂରଭଞ୍ଜ ଠାରେ କଳା ବାଘ ମଧ୍ୟ ଦେଖିବାକୁ ମିଳନ୍ତି । ତେବେ ଏହି ବାଘ ମୁଖ୍ୟତଃ ଭାବରେ ଏହି ଜାଗା ଛଡା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ପ୍ରାୟତଃ ମିଳନ୍ତି ନାହିଁ । ତେବେ ମୟୂରଭଞ୍ଜର ଛଉ ନୃତ୍ୟ ମଧ୍ୟ ବିଶ୍ଵ ପ୍ରସିଦ୍ଧ ଅଟେ ।

ତେବେ ଖାଲି ମୟୂରଭଞ୍ଜ କାହିଁକି ଓଡିଶାରେ ଏପରି ବହୁ ଗୁଡିଏ ଚିରସବୁଜ ବନାନୀ ପ୍ରାକୃତିକ ଗନ୍ତାଘରରେ ପରିପୂର୍ଣ୍ଣ ସ୍ଥାନ ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *