କେବଳ ଏହି 1 ଜିନିଷ ତେଲରେ ମିଶାଇ ଲଗାନ୍ତୁ, ଚୁଟି ଏମିତି ବଢିବ କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- Baba Ramdev Beauty Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ମାନଙ୍କର କେଶ ଜନିତ ଅନେକ ସମସ୍ଯା ଦେଖିବାକୁ ମିଳୁଛି । ଆଜିକାଲି ଉଭୟ ପୁଅ ଓ ଝିଅ ମାନଙ୍କର କେସ ଝଡିବା, କେସ ରୁଖା ହୋଇଯିବା ଓ କେସ ଧଳା ହୋଇଯିବା ଆଦି ବିଭିନ୍ନ ସମସ୍ଯା ରହୁଛି । ଏହି କେସ ଜନିତ ସମସ୍ଯାକୁ ଦୂର କରିବା ପାଇଁ ଆପଣ ମାନେ ମାର୍କେଟରେ ମିଳୁଥିବା ବିଭିନ୍ନ ଅଏଲ ଓ ସାମ୍ପୁର ବ୍ୟବହାର କରୁଥିବେ ।

ହେଲେ ବନ୍ଧୁଗଣ ଏହି ସମସ୍ତ ଅଏଲ ଓ ସାମ୍ପୁରେ ବହୁତ ମାତ୍ରାରେ କେମିକାଲ ମିଶି ହୋଇରହିଥାଏ, ଯାହା ଆପଣଙ୍କ କେସକୁ ଆହୁରି ଅଧିକ ଡ୍ୟାମେଜ କରିଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ କେସ ସମସ୍ଯାକୁ ଦୂର କରିବା ପାଇଁ ଘରୋଇ ଉପଚାର କରିବା ଉଚିତ ।

ସେଥିପାଇଁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ବା ରେମେଡି ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜର କେସ ଜନିତ ସମସ୍ତ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିପାରିବେ ଏବଂ ଏହା ସହିତ ଆପଣ ନିଜ କେସକୁ କଳା, ଘନ ଓ ଲମ୍ବା ମଧ୍ୟ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଏହି ରେମେଡିକୁ କରିବା ପାଇଁ ଆପଣ ମାନେ ପ୍ରଥମେ ଏକ ଗୋଟା ପିଆଜ ନିଅନ୍ତୁ ଓ ତାକୁ କାଟି ଭଲ ଭାବରେ ପେଶୀ ତାର ରସ ବାହାର କରିଦିଅନ୍ତୁ । ବନ୍ଧୁଗଣ ପିଆଜରେ ଅଧିକ ମାତ୍ରାରେ ସଲଫର ଥାଏ ଯାହା ଆମ ଝାଡୁଥିବା କେସକୁ ରୋକିବାରେ ବହୁତ ସହାୟକ ହୋଇଥାଏ । ଏହା ବ୍ଯତୀତ ପିଆଜ ଧଳା କେସକୁ କଳା କରିଥାଏ ଓ ଯଦି ଆପଣଙ୍କ ରୂପୀ ସମସ୍ଯା ଅଛି ତା ହେଲେ ପିଆଜ ରସ ଲଗାଇବା ଦ୍ଵାରା ଆପଣନା ରୂପୀ ମଧ୍ୟ ବହୁତ ଶୀଘ୍ର ଦୂର ହୋଇଯାଇଥାଏ ।


ଏହାପରେ ବନ୍ଧୁଗଣ ଆପଣ ଏକ ପାତ୍ରରେ ଗୋଟେ ଅଣ୍ଡାକୁ ଫଟାଇ ତାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଅଣ୍ଡାର ସ୍ମେଲ ଭଲ ଲାଗେ ନାହିଁ ତା ହେଲେ ଆପଣ କେବଳ ଅଣ୍ଡାର ଧଳା ଅଂଶର ମଧ୍ୟ ବ୍ୟବହାର କରିପାରିବ । ଏହାପରେ ବନ୍ଧୁଗଣ ଆପଣ ଏହି ଦୁଇଟି ଜିନିଷକୁ ଗୋଟେ ପାତ୍ରରେ ରଖିଦିଅନ୍ତୁ ଓ ଏଥିରେ ଏକ ଚାମଚ ନଡିଆ ତେଲ ପକାଇ ଭଲ ଭାବରେ ଏହି ମିଶ୍ରଣକୁ ମିକ୍ସ କରିଦିଅନ୍ତୁ ।

ଯଦି ବନ୍ଧୁଗଣ ଆପଣଙ୍କ ପାଖରେ ଜଡା ତେଲ ଅଛି ତା ହେଲେ ଆପଣ ଜଡା ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହାପରେ ଆପଣ ନିଜ ମୁଣ୍ଡରେ ଏହି ମିଶ୍ରଣକୁ ଲଗାଇ ଭଲ ଭାବରେ ମସାଜ କରନ୍ତୁ । କମ ସେ କମ ଆପଣ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ନିଜ ହେୟାରର ମସାଜ କରନ୍ତୁ । ଏହାପରେ ବନ୍ଧୁଗଣ ଆପଣ ନିଜ କେସକୁ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ୧ ଘଣ୍ଟା ପରେ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ବନ୍ଧୁଗଣ ରେମେଡିକୁ ଆପଣ ୪ ରୁ ୫ ଥର ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ କେସ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *