‘ତତେ ପ୍ରେମ କଲି ବୋଲି ତୁ ମୋତେ ଝୁଣି ପକେଇଲୁ, ସେଥିରେ ତୋର ମନ ବୁଝିଲାଣି ଯେ ଶେଷରେ ତୁ ମତେ ନେଇ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତା ପାର୍ଶ୍ଵ ରେ ପଡିଥିଲା ଯୁବତୀ ଙ୍କ ମୃ-ତ ଦେହ । ପାଖରେ ପଡିଥିଲା ଚପଲ ଏବଂ କିଛି ଦୂରରେ ପଡିଥିଲା ଓଢଣୀ । ତେବେ ପରିବାର ଲୋକଙ୍କର ଅଭିଯୋଗ ଅନୁଯାୟୀ ପଥୁରିଆ ଗ୍ରାମର ସର୍ବେଶ୍ଵର ରାଉତ ନିକଟସ୍ଥ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବା ନିମନ୍ତେ ଘରକୁ ଡ଼ାକିଥିଲା । ୩ ବର୍ଷ ହେବ ପ୍ରେମ କରି ବିବାହ ର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଉକ୍ତ ଯୁବକ ଜଣଙ୍କ ।

ଗତକାଲି ଯୁବକ ଜଣଙ୍କ ବିବାହ କରିବା ନିମନ୍ତେ ଯୁବତୀ ଙ୍କୁ ଡାକି ଦୁଷ୍କର୍ମ କରି ମାରିଦେଇଥିବା କହିଛନ୍ତି ପରିବାର ଲୋକେ । ଏ ନେଇ ମାନସ କୁମାର ମନ୍ତ୍ରୀ ଯେ କି ଯୁବତୀ ଙ୍କ ମାମୁଁ ହେବେ, ସେ କହିଛନ୍ତି ଯେ ସେହି ଯୁବକ ଜଣକ ତାଙ୍କ ଭାଣିଜୀ ଙ୍କୁ ଦୀର୍ଘ ୩ ବର୍ଷ ଧରି ଭଲ ପାଉଥିଲେ । କାଲି ସନ୍ଧ୍ୟାରେ ତାଙ୍କ ଭାଣିଜୀ ଙ୍କୁ ଏକ ଘରକୁ ନେଇ ବାଡାବାଡି କରି ଦୁଷ୍କର୍ମ କରି ତଣ୍ଟି ଚିପି ମାରି ରାସ୍ତା କଡରେ ଫିଙ୍ଗି ଦେଇଛନ୍ତି ।

ତେବେ ଖବର ଅନୁଯାୟୀ ଦୁଆର ଗାଁ ନିକଟରେ ଏକ ବୁଦା ନିକଟରେ ଯୁବତୀ ଙ୍କ ମୃ-ତ ଦେହ ପଡି ରହିଥିଲା, ଏହାକୁ ଦେଖି ସଙ୍ଗେ ସଙ୍ଗେ କଣ୍ଟିଲ ଫାଣ୍ଡି ଅଫିସ କୁ ଖବର ଦେଇଥିଲେ ।ପୋଲିସ ଆସି ମୃ-ତଦେହ କୁ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ଦ୍ଵାରା ତଦନ୍ତ କରାଇଥିଲେ । ହାତ ପାପୁଲି ଏବଂ କାନ ନିକଟରେ କ୍ଷତ ସ୍ଥାନ ରହିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଯୁବତୀ ଙ୍କ ମାଉସୀ ମଧ୍ୟ ତାହା କହିଛନ୍ତି ଯେ ସେ ପୁଅ ଜଣଙ୍କ କାଲି ଡାକି ନେଇ ତାଙ୍କ ଘରେ ନେଇ ରଖି ଦୁଷ୍କର୍ମ କରି ଝିଅ କୁ ବାଡେଇ ତାକୁ ଏହିଭଳି ଭାବରେ ରାସ୍ତାର ପକାଇଦେଇଛନ୍ତି । ପୋଲିସ ଏ ବାବଦରେ କହିଛନ୍ତି ଯେ ତାଙ୍କୁ ସୂଚନା ମିଳିଥିଲା ଯେ ଏକ ଯୁବକ ଦେଖିଥିଲା ଯେ ଝିଅଟିକୁ ନେଇ କିଏ ଯାଉଛି ବିଲ ଭିତରକୁ । ମାତ୍ର ଅଧିକ ଡେରି ହେଲା ଯୁବତୀ ଜଣଙ୍କ ବାହାରକୁ ବାହାରି ଆସିଲା ନାହିଁ । ଏହା ଦେଖୁଥିବା ଯୁବକ ଭିତରକୁ ଗଲା ବେଳକୁ ଦେଖିବାକୁ ମିଳିଥିଲା ଯେ ଯୁବତୀ ଜଣକ ଟାଙ୍ଗୀ ହୋଇଛି ଏବଂ ବେକରେ ରସି ଲାଗିଛି ।

ଏହାପରେ ଯୁବକ ଅନ୍ୟ ସାଙ୍ଗ ମାନଙ୍କୁ ଡାକି ପୋଲିସ ଙ୍କୁ ଜଣାଇବାରୁ ସେମାନେ ଆସି ଘଟଣାଟିର ତଦନ୍ତ କରିଛନ୍ତି । ତେବେ ଏହିଭଳି ପ୍ରେମ ଏହାପରେ ପ୍ରତାରଣା ନଚେତ ହତ୍ୟା ଭଳି କାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି । ଏ ନେଇ ସରକାର କେଉଁ ପଦକ୍ଷପ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *