ପାର୍ଟିକୁ ଛାଡି Draupadi ଙ୍କୁ ବାଛିଲେ କଂଗ୍ରେସ ବିଧାୟକ Mohammed Moquim, ଏ ନେଇ କିଛି ଏମିତି କହିଲେ MLA Taraprasad, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଷ୍ଟ୍ରପତି ନିର୍ବାଚନ କୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି ।  ବିଧାନସଭାରେ ଦଳର ୯ ଜଣ ବିଧାୟକ ଥିବାବେଳେ ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ।  ବିଧାନସଭାର ୫୪ ନମ୍ବର କକ୍ଷରେ ହୋଇଥିବା ବୁଥ୍‌ରେ ମୋକିମ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।   ନିଜର ବିବେକ ଅନୁସାରେ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ସେ କହିଛନ୍ତି ।


ତେବେ ରାଷ୍ଟ୍ରପତି ନିର୍ବାଚନ ଲାଗି ଦଳର କୌଣସି ହ୍ୱିପ୍ ନଥାଏ । ତା’ ଛଡ଼ା ତାଙ୍କ ସାଙ୍ଗସାଥୀ ଓ ସମର୍ଥକଙ୍କ ଅନୁରୋଧ ଅନୁସାରେ, ସେ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ମୋକିମ୍‌ କହିଛନ୍ତି । ସେପଟେ ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପାର୍ଟି ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ଲାଗି ନିଷ୍ପତ୍ତି ହୋଇଥିଲା ।

ସମସ୍ତ ବିଧାୟକ ଭୋଟ୍ ଦେବା ପରେ ଯଶଓ୍ୱନ୍ତଙ୍କୁ ଭୋଟ୍ ଦେଇଥିବା ନେଇ କହିଥିଲେ । ହେଲେ ଗଣମାଧ୍ୟମ ଆଗରେ ମୋକିମ ଦ୍ରୌପଦୀଙ୍କୁ ଭୋଟ୍ ଦେବା କହିବାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଥିବା ନରସିଂହ ମିଶ୍ର କହିଛନ୍ତି । ତେବେ ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ କଣ ଟା ହେବ କିଛି ନାହିଁ ଢୋ ଟା ହେବ ତେବେ ତାଙ୍କ ଇଚ୍ଛା ସେ ଦ୍ରୌପଦୀ ଙ୍କୁ ଭୋଟ ଦେଲେ ତେବେ ଦଳ ନିର୍ଦ୍ଦେଶ ନମାନି ଦ୍ରୌପଦୀଙ୍କୁ ଭୋଟ୍ ଦେବା ନିନ୍ଦନୀୟ ।

ତେବେ ମହମ୍ମଦ ମୋକିମ ଯେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି । ଏନେଇ ଦଳ ହାଇକମାଣ୍ଡଙ୍କୁ ଅବଗତ କରାଇବ । ତାଙ୍କର ଭୋଟ ଦାନ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ଉଠାଇଛି ବୋଲି ତାରା ବାହିନୀପତି କହିଛନ୍ତି ଏହାପରେ ଯାହା ନିଷ୍ପତ୍ତି ନିଆଯିବ ତାହା କାର୍ଯ୍ୟକାରୀ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।


ତେବେ ଆଜି ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ ହୋଇଥିବା ବିଜେଡି ତାଙ୍କୁ ସମର୍ଥନ କରିଛି ।

ସେହିଭଳି ଏନ୍‌ଡିଏରେ ସାମିଲ ନଥିବା ଆଉ କିଛି ଆଞ୍ଚଳିକ ଦଳ ବି ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମତି ମୁର୍ମୁ ଓଡ଼ିଶାର ହୋଇଥିଲେ ହେଁ ରାଜ୍ୟର କଂଗ୍ରେସ ବିଧାୟକ ଓ ସାଂସଦମାନେ ଦଳୀୟ ପ୍ରାର୍ଥୀ ଯଶୱନ୍ତ ସିଂହଙ୍କୁ ଭୋଟ୍ ଦେବେ ବୋଲି ପୂର୍ବରୁ ରାଜ୍ୟର ନେତୃବୃନ୍ଦ ଘୋଷଣା କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *