ସତ ହୋଇଥିଲା Tapu ଗାଇ ଯାଇଥିବା ଗୀତ, ଥରେ ଶୁଣନ୍ତୁ ଏହି ଗୀତ ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଗତ ବର୍ଷ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତପୁ ମିଶ୍ର “ଚକଲେଟ” ଫିଲ୍ମ ର ଗୋଟିଏ ଗୀତ ଗାଇଥିଲେ ଯାହା କି ତାଙ୍କ ଜୀବନ ରେ ହିଁ ଘଟିଗଲା ।

ଏତେ ମିଠା କଥା ଥିଲା…କିଛି କିଛି କହିହେଲା ଆଉ କିଛି ରହିଗଲା ଏ କାହାଣୀ ଏମିତିକା ଶେଷ ହେବ ଜାଣି ନ ଥିଲି…ଦିନେ ଆଖି ଭିଜିଯିବ ଜାଣି ନ ଥିଲି… ଏମିତି ଏକ ଗୀତ ର ମୁଖଡା ଗାଇଥିବା ତପୁ ମିଶ୍ର ଆଉ ଏହି ଇହ ଧାମ ରେ ନାହାନ୍ତି । ତାଙ୍କୁ ଆହୁରି ଅନେକ ମିଠା କଥା କହିବାର ଥିଲା କିନ୍ତୁ ସମସ୍ତ ଙ୍କ ଆଖି କୁ ଭିଜାଇ ଦେଇ ସେ ଆରପାରି କୁ ଚାଲିଯାଇଛନ୍ତି ।

ତାଙ୍କ ସ୍ବାମୀ କାନ୍ଦି କାନ୍ଦି କହିଛନ୍ତି ଯେ ତପୁ ଚାଲି ଯାଇଛନ୍ତି ତାଙ୍କର ଏବେ ଯାଏଁ ମଧ୍ୟ ବିଶ୍ୱାସ ହେଉନାହିଁ । ତପୁ ସମସ୍ତ ଙ୍କୁ ବହୁତ କଷ୍ଟ ଦେଇ ଚାଲିଯାଇଛନ୍ତି । ତାଙ୍କର ଏ ବୟସ ଟି ଯିବାର ବୟସ ନ ଥିଲା । ମେଡିକାଲ ରେ ଥିବା ସମୟ ରେ ସେ କହିଥିଲେ ଘରକୁ ଗଲେ ବହୁତ କିଛି କରିବା କିନ୍ତୁ ତାଙ୍କ ଆଶା ଆଶା ରେ ରହିଗଲା । ତାଙ୍କ ଜୀବନ ଟି ଏପରି ଶେଷ ହୋଇଯିବ ବୋଲି ସେ ଜାଣି ନ ଥିଲେ । ଯିଏ ଜୀବନ ର ଗୀତ ଗାଉଥିଲେ ଯାହାଙ୍କ ଗୀତ ଶୁଣି ଆମେ ଖୁସି ହେଉଥିଲେ ।

ହଟାତ ସେ ନିଜେ ଲିନ ହୋଇଗଲେ । ତାଙ୍କ କଣ୍ଠ ରୁ ଆଉ ଶୁଣିବାକୁ ମିଳିବ ନାହିଁ ସେହି ମଧୁର ଗୀତ । ତପୁ କିଛି ଦିନ ତଳେ କରୋନା ରେ ଆକ୍ରାନ୍ତ ହୋଇଥିଲେ । କରୋନା ରେ ସୁସ୍ଥ ହେବା ପରେ ତାଙ୍କ ଠାରେ କରୋନା ପରବର୍ତ୍ତୀ ଲକ୍ଷଣ ଦେଖା ଯିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । କିଛି ଦିନ ହେବ ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେବ ବୋଲି ପରିବାର ଲୋକେ ଅନୁଭବ କରିଥିଲେ ।

ହେଲେ ସମୟ ର ବିଚାର କିଛି ଅଲଗା ଥିଲା । ଧୀରେ ଧୀରେ ଡାକ୍ତର ଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ତପୁ ଙ୍କ ଅଵସ୍ଥା । ଶେଷ ରେ ମାସାଧିକ କାଳ ଜୀବନ ସହିତ ଲଢ଼ି ଲଢ଼ି ଥକି ପଡ଼ିଥିଲେ ତପୁ । ତପୁ ନୂଆ ଢଂଗ ରେ ଗୀତ ଗାଇ ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । କିନ୍ତୁ ଏବେ ଆଉ ତାଙ୍କ କଣ୍ଠ ଶୁଣିବାକୁ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *