କଣ 7 ଦିନ ଏକାଠି ରହିବା ପରେ ସ୍ଵାମୀ-ସ୍ତ୍ରୀ ସମ୍ପର୍କରେ ଆସିଲା ଫାଟ ? କାହିଁକି ମେଡିକାଲ ଯିବା ବାହାନା କରି ସ୍ତ୍ରୀ Tapaswini ଙ୍କୁ ଛାଡି ଫେରାର ହେଲେ Sumit

ଆପଣ ସମସ୍ତେ ତପସ୍ଵିନୀ ଓ ସୁମିତଙ୍କ ବିଷୟରେ ପ୍ରାୟତଃ ସବୁ କିଛି ଜାଣିଥିବେ । କିଛି ଦିନ ହେବ ସବୁ ନ୍ୟୁଜ ଚ୍ୟାନେଲରେ ତପସ୍ଵିନୀ ଓ ସୁମିତଙ୍କ ବିଷୟରେ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏହା ମଧ୍ୟରେ ତପସ୍ଵିନୀ ଓ ସୁମିତଙ୍କୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳିଛି କି ସୁମିତ ପତ୍ନୀ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇ ଯାଇଛନ୍ତି । କୁହାଯାଉଛି କି ଆଜି ସକାଳୁ ହିଁ ସୁମିତଙ୍କ କୌଣସି ଖବର ମିଳୁ ନାହିଁ ।

ସୁମିତଙ୍କ ପତ୍ନୀ ତପସ୍ଵିନୀଙ୍କ କହିବା ଅନୁଯାୟୀ ଗତକାଲି କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ସେମାନେ ମିଶି ରହିବେ । ଦୁଇ ପକ୍ଷର ପରିବାର ଲୋକମାନେ ବି ସେମାନଙ୍କୁ ଦେଖା କରି ପାରିବେ । କିନ୍ତୁ ଆଜି ସକାଳୁ ସୁମିତ ଫେରାର । କହିଦେଉଛୁ କି ୭ ଦିନ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ଦୁଇ ଜଣ ଗୋଟିଏ ଘରେ ରହିବେ । ଏହି ସମୟରେ କେହି ବି ତାଙ୍କ ସହ ଦେଖା କରି ପାରିବେ ନାହିଁ ଓ ଗତକାଲି ଏହି ସମୟ ସୀମା ସମ୍ପୂର୍ଣ ହୋଇଥିଲା ।

ଗତକାଲି କୋର୍ଟ ପୁଣି ନିର୍ଦ୍ଦେଶ ଦେଇଥିଲା କି ଦୁଇ ଜଣ ଏକାଠି ରହିବେ ଓ ପରିବାର ବର୍ଗ ବି ତାଙ୍କ ସହ ଦେଖା କରି ପାରିବେ । ଆଜି ସକାଳେ ସୁମିତ ମେଡିକାଲ ଯିବା ବାହାନାରେ ଘରୁ ବାହାରି ଯାଇ ଥିଲେ ଓ ସେ କିଛି ଔଷଧ ଆଣିବେ ବୋଲି ବି କହିଥିଲେ । କିନ୍ତୁ ବହୁତ ସମୟ ହୋଇଯିବା ପରେ ଯେତେବେଳେ ସୁମିତ ଘରକୁ ଆସିଲେ ନାହିଁ ତେବେ ତାଙ୍କର ପତ୍ନୀ ତପସ୍ଵିନୀ ସୁମିତ ଫୋନ କରିଥିଲେ ।

କିନ୍ତୁ ସୁମିତଙ୍କ ଫୋନ ଲାଗି ନ ଥିଲା । ତପସ୍ଵିନୀ ହସ୍ପିଟାଲର ସହ ଯୋଗା ଯୋଗ କରି ସୁମିତଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ତପସ୍ଵିନୀ ଯାହା ଶୁଣିଲେ ତାକୁ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସୁମିତଙ୍କ ଫୋନ ଆଗରୁ ହିଁ ସୁଇଚଅପ ଅଛି ଓ ହସ୍ପିଟାଲ ଆସିବା ପରେ ଜଣା ପଡିଲା କି ସେ ବି ଫେରାର ଅଛନ୍ତି । ସୁମିତ ନା ହିଁ ଘରେ, ନା ହିଁ ହସ୍ପିଟାଲରେ ଓ ନା ହିଁ କୌଣସି ସମ୍ପର୍କୀୟଙ୍କ ଘରେ ଅଛନ୍ତି ।

ମିଡିଆ ସାମ୍ନାକୁ ଆସି ତପସ୍ଵିନୀ ଏହିଭଳି କିଛି ବୟାନ ଦେଇଛନ୍ତି । ବର୍ତ୍ତମାନ ନାନା ପ୍ରକାରର ପ୍ରଶ୍ନ ଉଠଛି କି ଅଚାନକ ସୁମିତ କେଉଁଠିକୁ ଗଲେ । ସେ କାହିଁକି କୋର୍ଟର ଶୁଣାଣୀକୁ ମାନିଲେ ନାହିଁ । ଏହା ପଛର କାରଣ କଣ । ୭ ଦିନ ଦୁଇ ଜଣ ଏକାଠି ରହିଲେ ଓ ଯେତେବେଳେ କୋର୍ଟ ପୁଣିଥରେ ସେମାନଙ୍କୁ ଆଦେଶ ଦେଲା କି ଏକାଠି ରହିବା ପାଇଁ ତେବେ ସୁମିତ କାହିଁକି ଫେରାର ହୋଇଗଲେ । ବର୍ତ୍ତମାନ ପୋଲିସ ବି ସୁମିତଙ୍କୁ ଖୋଜିବାରେ ଲାଗି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *