Tapaswini ଓ Sumit ଙ୍କ ମାମଲାରେ ପୁଣି ନୂଆ ମୋଡ, କଣ ପୁଣି ଅଲଗା ହେଇଯିବେ ତପସ୍ଵିନୀ ଆଉ ସୁମିତ ?

ନମସ୍କାର ବନ୍ଧୁଗଣ ତେବେ ଏବେ ପୁଣି ସାମ୍ନାକୁ ଆସିଛି ସୁମିତ ଏବଂ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ମାମଲା । ଆପଣମାନେ ଜାଣିଥିବେ ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଜଣେ ମହିଳା କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି । ଆମେ କହୁଛୁ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର ସେହି ବୋହୂ ତପସ୍ଵିନୀ ଦାସ୍ ଙ୍କ କଥା ।


ଆପଣ ଜାଣିଛନ୍ତି କିପରି ଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ । ଯେତେ ଚେଷ୍ଟା କରାଗଲେ ମଧ୍ୟ ଏହି ମାମଲାର ସମାଧାନ ହେବା ପାଇଁ ବହୁତ୍ ପ୍ରକ୍ରିୟା ଚାଲି ରହିଥିଲା । ତେବେ ପରେ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ତପସ୍ଵିନୀ ଙ୍କ ସପକ୍ଷରେ ରହିଥିଲା । ତଥାପି କୌଣସି ମତେ ଏବେବି ଥମିବାର ନାମ ଧରୁନାହିଁ ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା ।

ଦିନକୁ ଦିନ ଏହା ଅଧିକ ଜଟିଳ ହେବାରେ ଲାଗିଛି । ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁଙ୍କ ଘରେ । ଆଇନଗତ ଲଢ଼େଇ ଭିତରେ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପିଟିସନ୍ ଯୁଦ୍ଧ । ତେବେ ଏହାର ପ୍ରକୃତ ସମାଧାନ କଣ ଏତେ ଏବଂ ଏହା ସମ୍ଭବ କି ନୁହେଁ ତାହା ତ ସମସ୍ତେ ଭାବୁଥିବେ । ଏହାକୁ ନେଇ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁମିତ ଏବଂ ତପସ୍ଵିନୀ ଯାଇ ପହଞ୍ଚିଥିଲେ ମେଡିଟେଶନ ସେଣ୍ଟର୍ ରେ । ଯେଉଁଟି ଦୁଇଜଣଙ୍କର ପୁଣି ଭେଟ ହୋଇଥିଲା ଏବଂ କାଉନସେଲିଂ ହୋଇଥିଲା । ଆଉ କିଛି ସମୟର ଭେଟ ପରେ ଦୁହେଁ ବାହାରକୁ ବାହାରି ଥିଲେ । ଆଉ ତାପରେ ଦୁଇଜଣଙ୍କର ବାଟ ଅଲଗା ହୋଇ ଯାଇଥିଲା । ତପସ୍ୱିନୀ ଭାବିଥିଲେ ଆଜି ସୁମିତ ତାଙ୍କ ହାତ ଧରି ବାହାରକୁ ନେଇଯିବେ ।

କିନ୍ତୁ ସେମିତି ହୋଇ ପାରି ନଥିଲା । ଦୁହେଁ ଅଲଗା ଅଲଗା ହୋଇ ବାହାରିଥିଲେ ଏହି ସେଣ୍ଟର୍ ରୁ । ତାପରେ ସୁମିତ ଚାଲି ଯାଇଥିଲେ । ତେବେ ଆଜି ପୁଣି ଥରେ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ସୁମିତ ଓ ତପସ୍ଵିନୀ । ତେବେ ଆଜି କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ତେବେ ଆସନ୍ତା ୭ ତାରିଖରେ ଉଭୟ ପରିବାରକୁ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ପରେ ଏ ନେଇ ୮ ତାରିଖରେ ରିପୋର୍ଟ ଦାଖଲ ହେବ । ମେ ୯ ତାରିଖରେ ଏହି ମାମଲାର ଶୁଣାଣି କୋର୍ଟରେ ହେବ ବୋଲି ସୂଚନା ମିଳିଛି । ତେବେ ସୁମିତ ନିଜ ଇନ୍ଟର୍ଭିୟୁ ରେ କହିଛନ୍ତି କି ତାଙ୍କ ମାନସିକ ଅବସ୍ଥା ଠିକ ନାହିଁ ତେଣୁ ସେ ଏପର୍ଯ୍ୟନ୍ତ ଚାକିରୀ ରେ ଜଏନ କରି ନାହାନ୍ତି ।

ତେବେ ତାଙ୍କୁ ପଚରା ଯାଇଥିଲା କି ବର୍ତ୍ତମାନ ତପସ୍ବିନୀ ଙ୍କ ବ୍ୟବହାର ରେ ପରିବର୍ତ୍ତନ ଆସିଛି କି ? ତେବେ ସେ କହିଥିଲେ କି ଜେଜେମା ଏବଂ ମାଆ ଭଲ ଭାବରେ କହି ପାରିବେ ଏକଥା କିନ୍ତୁ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ । ତେବେ ଏହା ପାରିବାରିକ କଥା ତେଣୁ ବେସି କିଛି କହିବାକୁ ଚାହୁଁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *