Tapaswini ଓ Sumit ଙ୍କ ମଧ୍ୟରେ ସେ ଓକିଲ କିଏ ? ଯିଏ ଖୋଲାଖୋଲି ତପସ୍ଵିନୀଙ୍କୁ ଦେଇଥିଲେ ଏମିତି ଧମକ ! ଦେଖନ୍ତୁ ଏ ନେଇ କଣ କହୁଛନ୍ତି ତପସ୍ଵିନୀ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ଅନ୍ୟ ପକ୍ଷରେ ଏହି ମାମଲା ପ୍ରତି ଜନସାଧାରଣ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଉଭୟ ତପସ୍ଵିନୀ ଓ ସୁମିତ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉ ଛନ୍ତି ।

ଅନେକ ଥର କୋର୍ଟ ଶୁଣାଣି ହେବା ପରେ ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ମିଳି ନାହିଁ । ଆସନ୍ତା ଜିଲ୍ଲା କୋର୍ଟ ଶୁଣାଣି ଜାନୁୟାରୀ ୪ ତାରିଖରେ ହେବାକୁ ଯାଉଛି । ବନ୍ଧୁଗଣ ଏହି ମାମଲାକୁ ପ୍ରତ୍ୟକ ସମୟରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ତେବେ ଗତ କିଛି ଦିନ ତଳେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଥିଲା । ମିଡିଆ ରିପୋର୍ଟସ ଅନୁସାରେ ଗତ କିଛି ଦିନ ତଳେ ଜଣେ ଅଜଣା ଲୋକ ନିଜକୁ ସୁପ୍ରିମ କୋର୍ଟ ଓକିଲର ପରିଚୟ ଦେଇ ଡିମ୍ପଲଙ୍କ ସହ ଯୁକ୍ତି ତରକ କରିଥିଲେ ।

ଏନେଇ ଡିମ୍ପଲ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ଏହି ମାମଲାକୁ ନେଉଆ ମୁହଁ ଖୋଲିଛନ୍ତି ତପସ୍ଵିନୀ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘୩୦ ତାରିଖ ଦିନ ପୋଲିସ ଫୋର୍ସ ଥିଲେ ରାତି ୧୦ ରୁ ୧୦ଟା ୩୦ ହେଇଥିଲା ହଠାତ ଜଣେ ଲୋକ ଆସିଲେ କହିଲେ ମୁ ସୁପ୍ରିମ କୋର୍ଟର ଓକିଲ । ସେ ହଠାତ ପିଣ୍ଢା ଉପରେ ଚଢିଗଲେ ମୋତେ ମା କହିଲେ ରୁମକୁ ଯିବା ପାଇଁ’ ।

ଆଗକୁ ତପସ୍ଵିନୀ କହିଲେ-‘ସେତେବେଳେ ସେ କହିଲେ, କୋର୍ଟ କାହିଁକି ଯାଉଛ କୋର୍ଟର କୌଣସି କାମ ଏହି ମାମଲାରେ ନାହିଁ ମୁ ପାଞ୍ଚ ମିନିଟରେ ଏହି ମାମଲାକୁ ସମାଧାନ କରିଦେବି ତମେ ବାହାରକୁ ଆସ । ଏହା ପରେ ମୁ ବାହାରକୁ ଆସିଲି ଆଉ କହିଲି ଆପଣ ଯଦି ସମାଧାନ କରିବାକୁ ଚାହୁଁ ଛନ୍ତି ତା ହେଲେ ମୋ ଶାଶୁ ଶଶୁରଙ୍କୁ ଡାକନ୍ତୁ ମୋ ସ୍ଵାମୀକୁ ନେଇ ଆସନ୍ତୁ ତା ପରେ ସମାଧାନ କରନ୍ତୁ’ ।

ଆଗକୁ ତପସ୍ଵିନୀ କହିଲେ-‘ତା ପରେ କିଛି ଦରକାର ନାହିଁ କହି ସେ କାହାକୁ ଗୋଟେ ଫୋନ କଲେ ପୋଲିସ ନେବା ବେଳେ ସେ କହିଲେ ଆପଣ ଜାଣି ନାହାନ୍ତି ମୁ କଣ କରି ପାରିବି ଆଉ ମୁ ଚାହିଁଲେ ଏଇଟା ତିନି ସେକେଣ୍ଡରେ ସମାଧାନ କରିପାରିବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ମାମଲାକୁ ନେଇ ତପସ୍ଵିନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *