‘ତପସ୍ଵିନୀ ଶୀତରେ ଥରୁଛି, ତମେ ପାରିବନି ଆମେ ତାକୁ ନ୍ୟାୟ ଦେବୁ’, Tapaswini ଙ୍କ ପାଇଁ ମାଡ଼ି ଆସିଲେ ଶହ ଶହ ଲୋକ, କଣ କହୁଛନ୍ତି ସେମାନେ ? ଦେଖନ୍ତୁ ଏହି Video

ବନ୍ଧୁଗଣ ଗୋଟେ ମାସ ଧାରଣାରେ ବସିବା ପରେ ଏବେ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କର ସମର୍ଥନ ମିଳିଛି । ଜନସାଧାରଣଙ୍କ ସମର୍ଥନରେ ହିଁ ତପସ୍ଵିନୀ ନ୍ୟାୟର ଲଢେଇରେ ବିଜୟୀ ହେବେ । ଗତ କାଲି ପ୍ରଥମେ କିଛି ପଡୋଶୀ ମହିଳା ଧାରଣା ସ୍ଥଳକୁ ଯାଇ ସୁମିତଙ୍କ ପରିବାର ବିରୋଧରେ ଛିଡା ହୋଇଥିଲେ । ଏହା ପରେ ଧାରଣା ସ୍ଥଳରେ ସ୍ଥାନୀୟ ମହିଳା ମାନେ ଆସି ତପସ୍ଵିନୀଙ୍କୁ ସାହାସ ଦେଇଥିଲେ ଓ ଆଜି କେବଳ ମହିଳା ନୁହନ୍ତୁ ବନ୍ଧୁଗଣ ପୁରୁଷ ମାନେ ବି ତପସ୍ଵିନୀଙ୍କ ସମର୍ଥନ ପାଇଁ ଛିଡା ହୋଇଛନ୍ତି ।

ସୁମିତ ସାହୁ ଚୋରଙ୍କ ଭଳି କେଉଁଠି ଲୁଚି ରହିଛନ୍ତି ଓ ତାଙ୍କ ବାପା ପ୍ରମୋଦ ସାହୁ ପୁଅ ବିଷୟରେ କୌଣସି ସୂଚନା ଦେଉ ନାହାନ୍ତି । ପୋଲିସ ଆସି ପ୍ରମୋଦଙ୍କ କବାଟ ବାଡେଇଲେ ପ୍ରମୋଦ କୋର୍ଟ କାଗଜ ଦେଖାଇ ସମସ୍ତଙ୍କୁ ବିଦା କରିଦେଉଛନ୍ତି । ହେଲେ ବନ୍ଧୁଗଣ ଜନସାଧାରଣ ମାନଙ୍କୁ କେବଳ ନ୍ୟାୟ ଦରକାର ସେଥିପାଇଁ ଆଜି ତପସ୍ଵିନୀଙ୍କ ଧାରଣା ସ୍ଥଳ ତଥା ପ୍ରମୋଦ ସାହୁଙ୍କ ଘର ବାହାରେ ଜନସାଧାରଣ ମାନଙ୍କର ବହୁତ ଭିଡ ଦେଖିବାକୁ ମିଳିଛି ।

ଲୋକମାନେ କେବଳ ସେହି ସ୍ଥାନକୁ ଯାଇ ଛିଡା ହୋଇ ଫେରି ଆସୁ ନାହାନ୍ତି ଲୋକମାନେ ସୁମିତ ଓ ତାଙ୍କ ପରିବାର ବିରୋଧରେ ଆବାଜ ଉଠାଇ ଛନ୍ତି । ଅନେକ ଲୋକ ପ୍ରମୋଦଙ୍କ ଘର ତାଲା ଭାଙ୍ଗି ଭିତରକୁ ପଶିବା ପାଇଁ କହୁଥିବା ବେଳେ କେତେକ ଲୋକ ପ୍ରମୋଦଙ୍କ ଘର ଲାଇନ କାଟି ଦେବା ପାଇଁ କହୁଛନ୍ତି ।

ଆମ ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଯେତେବେଳେ କାହା ଘରେ ଝିଅ ଜନ୍ମ ହୁଏ ତା ହେଲେ ତାକୁ ବହୁତ ଶୁଭ ମାନା ଯାଇଥାଏ କିନ୍ତୁ ସୁମିତ ନିଜ ପତ୍ନୀଙ୍କୁ ଏକ ମାସ ହେଲାଣି ଘର ବାହାରେ ଧାରଣା ଦେଇ ବସେଇ ଛନ୍ତି । ସେ ଚାହିଁଲେ ସବୁ କିଛି ଠିକ ହୋଇପାରନ୍ତା ହେଲେ ସେ ଚାହୁଁ ନାହାନ୍ତି  ।


ସୁମିତ ନଚାହିଁବା ଉପରେ ମଧ୍ୟ ଅନେକ ଲୋକ ଅନେକ କଥା କହୁଛନ୍ତି । କେତେଜଣଙ୍କ ମତରେ ସୁମିତଙ୍କ ଉପରେ ପରିବାରର ଚାପ ଦିଆ ଯାଉଛି ସେଥିପାଇଁ ସେ ତପସ୍ଵିନୀଙ୍କୁ ଗ୍ରହଣ କରୁ ନାହାନ୍ତି । ସେଥିପାଇଁ ଲୋକମାନେ ସୁମିତଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଭୁଲ ପ୍ରମାଣିତ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *