Tapaswini ଙ୍କ ଶ୍ଵଶୁର ନିଜ ଅଡିଓ ଭାଇରାଲ କରି ଉଗାଳିଲେ ଏମିତି ବିଷ, ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଏକ ଅଡିଓ କ୍ଲିପ ସାମ୍ନା କୁ ଆସିଛି । ଏଥିରେ ସୁମିତ ଙ୍କ ବାପା କହିଛନ୍ତି ଯେ, ଆଜ୍ଞା ମୁଁ ବ୍ରହ୍ମା ନଗରରୁ ପ୍ରମୋଦ କୁମାର ସାହୁ କହୁଛି, ବର୍ତ୍ତମାନ ମୋ ଘର ସାମ୍ନା ରେ ବହୁତ ଲୋକ ଜମା ହୋଇ ତପସ୍ଵିନୀ ଦାସ ଏବଂ ତାଙ୍କ ସହଯୋଗୀ ଦ୍ଵାରା ବହୁ ମାତ୍ରାରେ ଲୋକ ଆସି ମୋ ଘର ଗେଟ ଭାଙ୍ଗି ଘର ଭିତରେ ପଶି ମୋର ଧନ ଜୀବନ ନଷ୍ଟ କରିଲେଣି । ସେଥିରେ ସେମାନେ କୋର୍ଟ ର ନିର୍ଦ୍ଧେଶ କୁ ମାନୁ ନାହାଁନ୍ତି ।

ଆମେ କୋର୍ଟ ର ନିର୍ଦ୍ଧେଶ କୁ ଅପେକ୍ଷା କରିଥିଲୁ । କୋର୍ଟ ର ଆଦେଶ କୁ ନେଇ ଆମ୍ଭେ ପ୍ରତ୍ୟକ ଟି ଜିନିଷ ପାଳନ କରିବା ନିମନ୍ତେ ଅକ୍ଷରେ ଅକ୍ଷରେ ପ୍ରତିଶ୍ରୁତିବଦ୍ଧ । ମାତ୍ର ଏହା ହେବା ସତ୍ବେ ହଟାତ ସମସ୍ତେ ଆସି ଯୋଜନା ବଦ୍ଧ ଭାବରେ ଆସି ମୋର ଘର ଗେଟ ଭାଙ୍ଗିଦେଇ ଚାଲିଗଲେ । ଗେଟ ଭାଙ୍ଗି ଘର ଭିତରେ ପଶି ବର୍ତ୍ତମାନ ମଧ୍ୟ ଏହି ମୂହୁର୍ତ୍ତରେ ବହୁତ ଗୁଡିଏ ଲୋକ ଜମା ହୋଇ ଅଛନ୍ତି, ଏହାପରେ ଅନ୍ୟଗେଟ ଭାଙ୍ଗି ମୋ ଘରେ ପଶିବାର ଯୋଜନା କରୁଛନ୍ତି ।

ସେଥିରେ କିଛି ସମାଜସେବୀ ତଥା ପ୍ରମିଳା ତ୍ରିପାଠୀ ରହି ସବୁ ଜିନିଷ ଗୁଡାକ ଆରେଜମେଣ୍ଟ କରୁଛନ୍ତି । ତପସ୍ଵିନୀ ଏବଂ ତାଙ୍କ ଘରର ଲୋକେ ମଧ୍ୟ ଏହିସବୁ କରିଛନ୍ତି । ବହୁତ ବଡ ଷଡଯନ୍ତ୍ର ଆମ ପ୍ରତି ରଚିଛନ୍ତି ଏମାନେ ସବୁବେଳେ, ପ୍ରତି ମୂହୁର୍ତ୍ତ ରେ ମିଡିଆ ସାମ୍ନା ରେ ପ୍ରଶାସନ କୁ ମଧ୍ୟ ବଦନାମ କରି ଆସିଛନ୍ତି, ପୋଲିସ କୁ ମଧ୍ୟ ବଦନାମ କରି ଆସିଛନ୍ତି, ଜର୍ଜ କୁ ମଧ୍ୟ ବଦନାମ କରି ଆସିଛନ୍ତି ।

ଆଜି ମୁଁ ଜଣେ ସାଧାରଣ ଲୋକ, ନ୍ୟାୟାଳୟ ଉପରେ ବିଶ୍ଵାସ ରଖିବା ଲୋକ ଆଜି ମୁଁ ଏହି ପ୍ରକାର ମର୍ମାହତ ହୋଇ ପଡିଛି । ଆଉ ମୋ ଧନଜୀବନ ଅସୁରକ୍ଷିତ ହୋଇଅଛି, ଯେ କୌଣସି ମୁହୂର୍ତ୍ତରେ ଆଜି ରାତିରେ ପୁଣି ସେମାନେ ଯୋଜନାବଦ୍ଧ ଭାବରେ ଅନ୍ୟ କବାଟ ଗୁଡାକ ଭାଙ୍ଗି ଘର ଭିତରେ ପଶିବାକୁ ଯୋଜନା କରୁଛନ୍ତି । ଏବଂ ମୋର ସ୍ଥିରତା ରହୁନି ଯେ ପୋଲିସ କୁ ଖବର ଦେବା ପରେ ଆଉଥରେ ଖବରଦେବି ।

ମାତ୍ର ମୁଁ କଣ କରିବି ମୋ ନିଜର ବୁଦ୍ଧି ହଜିଯାଉଛି । ଆପଣଙ୍କ ମାଧ୍ୟମରେ ଜଣାଉଛି ଆପଣ ତୁରନ୍ତ ପୋଲିସ ପ୍ରଶାସନ ଙ୍କୁ ସୁରକ୍ଷା ଦେବା ପାଇଁ କହି ମୋ ସହାୟତା କରନ୍ତୁ । ଏହିଭଳି ବାର୍ତ୍ତା ନିବେଦନ କରି ପ୍ରଶାସନ ଆଗରେ କହିଛନ୍ତି ସୁମିତ ଙ୍କ ବାପା ପ୍ରମୋଦ କୁମାର ସାହୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *