Tapaswini ଙ୍କ ପାଇଁ ରଣହୁଙ୍କାର ଦେଲା ନାରୀ ଶକ୍ତି, କଣ Tapaswini ଙ୍କୁ ଦେଇପାରିବେ ନ୍ୟାୟ ? ଦେଖନ୍ତୁ ସେମାନେ କଣ କହୁଛନ୍ତି ?

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ଗତ କାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ । ତପସ୍ଵିନୀ ଓ ସୁମିତଙ୍କୁ ରହିବା ପାଇଁ ଯେଉଁ ଗେଷ୍ଟ ହାଉସ ଦିଆଯାଇଥିଲା ସେହି ଗେଷ୍ଟ ହାଉସକୁ ତପସ୍ଵିନୀ ଛାଡିବା ପରେ ଏବେ ପୁଣି ସେ ନିଜ ଶାଶୁ ଘର ସାମ୍ନାରେ ଧାରଣାରେ ବସି ଛନ୍ତି ।

ତପସ୍ଵିନୀଙ୍କ ସପୋର୍ଟରେ ତାଙ୍କ ସହ ସମାଜସେବୀ ପ୍ରମିଳା ମଧ୍ୟ ବସିଛନ୍ତି ।  ବନ୍ଧୁଗଣ ଏବେ ତପସ୍ଵିନୀଙ୍କ ନ୍ୟାୟ ଲଢେଇରେ ଯୋଡି ହେଉଛନ୍ତି ନାରୀଶକ୍ତି । ନାରୀ ହିଁ ନ୍ୟାୟ ଦେଇ ପାରିବେ ତପସ୍ଵିନୀଙ୍କୁ ଯେଉଁଠି ପୁରୁଷ ମାନେ ଚୁପ ରହୁଛନ୍ତି ସେହିଠି ନାରୀ ମାନେ ମୁହଁ ଖୋଲି ଛନ୍ତି । ତପସ୍ଵିନୀ ଧାରଣା ଦେଇଥିବା ସ୍ଥାନକୁ ଆସିଛନ୍ତି ଆଜି ଅନେକ ନାରୀ ଓ ତପସ୍ଵିନୀଙ୍କ ସମର୍ଥନରେ ଛିଡା ହୋଇଛନ୍ତି ।

ନାରୀ ମାନେ ରଣହୁଙ୍କାର ଦେଇଛନ୍ତି ସୁମିତ ଆଉ ତାଙ୍କ ବାପାଙ୍କ ଘର ଆଗରେ ଏବଂ ଡେରିଙ୍ଗ ଦେଇଛନ୍ତି ଯଦି ସୁମିତ ଠିକ ପିଲା ଥିବେ ତା ହେଲେ ଘର ବାହାରକୁ ଆସିବେ ଓ ନିଜ ସ୍ତ୍ରୀଙ୍କ ସହ ଛିଡା ହେବେ । ତେବେ ବର୍ତ୍ତମାନ ସୁମିତ କେଉଁ ସ୍ଥାନରେ ଲୁଚି ରହିଛନ୍ତି ତାହା ବିଷୟରେ କେହି ବି ଜାଣି ନାହାନ୍ତି ।

ପୋଲିସ ଆସି ସୁମିତଙ୍କ ଘର ଗେଟ ବାଡାଇଲା ଏହା ପରେ ସୁମିତଙ୍କ ବାପା ଆସି ପୋଲିସ ସହ ଚୁପ ଚାପ କଥା ହୋଇଗଲେ ହେଲେ ତଥାପି ଉତ୍ତର ଦେଲେ ନାହିଁ ସୁମିତଙ୍କ ବାପା । ସୁମିତଙ୍କୁ ଜାଣି ଶୁଣି ଲୁଚାଇ ରଖୁଛନ୍ତି ଓ କୋର୍ଟର ଅର୍ଡର ଦେଖାଇ ସମସ୍ତଙ୍କୁ ଫେରାଇ ଦେଉଛନ୍ତି । ବନ୍ଧୁଗଣ ତପସ୍ଵିନୀଙ୍କ ଧାରଣାର ଦ୍ଵିତୀୟ ଅଧ୍ୟାୟରେ ଏକା ନାହାନ୍ତି ତପସ୍ଵିନୀ ତାଙ୍କ ସହ ଅଛନ୍ତି ପ୍ରମିଳା ମାଉସୀ ଓ ସେହି ସମସ୍ତ ନାରୀ ଯେଉଁ ମାନେ ତପସ୍ଵିନୀଙ୍କ ଲୁହ ଦେଖି ପାରୁ ନାହାନ୍ତି ।

ବନ୍ଧୁଗଣ ମାତ୍ର ଆଉ ଗୋଟିଏ ଦିନ ରହିଲା ଆସନ୍ତା କାଲି ବିଚାର ହୋଇଯିବ ତପସ୍ଵିନୀ କେଉଁଠି ରହିବେ । ସୁପ୍ରିମ କୋର୍ଟଙ୍କ ନ୍ୟାୟର ବାକ୍ଷା କରି ଓକିଲ କହିଛନ୍ତି, ଯେଉଁ ଯାଏଁ ତପସ୍ଵିନୀଙ୍କ କେସର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ତପସ୍ଵିନୀ ନିଜ ଶାଶୁ ଘରେ ରହିବେ । ୪୮ ଘଣ୍ଟା ହୋଇଗଲାଣି ତପସ୍ଵିନୀ ନିଜ ସଂଘର୍ଷରେ ଧାରଣା ଦେଇ ବସି ରହିଛନ୍ତି । ଏହା ସହିତ ସେହି ସ୍ଥାନଟି ଧୀରେ ଧୀରେ ଜନଗହଳି ପୂର୍ଣ୍ଣ ହେବାକୁ ମଧ୍ୟ ଲାଗିଛି ।


ପୋଲିସ ପ୍ରଶାସନ ମଧ୍ୟ ଏବେ ତପସ୍ଵିନୀଙ୍କୁ ସମର୍ଥନ କରୁଛନ୍ତି । ଏହି ଦୃଶ୍ୟ ଦେଖି ଏମିତି ଲାଗୁଛି ମାନବିକତା ଏ ପର୍ଯ୍ୟନ୍ତ ଲୋକ ମାନଙ୍କ ମଧ୍ୟରେ ରହିଛି ଓ ତପସ୍ଵିନୀଙ୍କ ଦୁଃଖରେ ସମସ୍ତେ ଦୁଃଖୀ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି କେସ ଉପରେ ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *