ବିଦେଶରୁ ତପସ୍ଵିନୀଙ୍କ ପାଇଁ ଉଠିଲା ସ୍ଵର, ଭିଡିଓ ଭାଇରାଲ କରି Tapaswini ଙ୍କ ପାଇଁ କିଛି ଏମିତି କହିଲା ମହିଳା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବହୁତ ଚର୍ଚିତ ବ୍ରାହ୍ମପୁର ବ୍ରହ୍ମନଗରର ତପସ୍ଵିନୀ ମାମଲା ବିଷୟରେ ନିଶ୍ଚୟ ଜାଣି ଥିବେ । ଗତ କିଛି ଦିନ ହେବ ତପସ୍ଵିନୀ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସୁଛନ୍ତି । ଶାଶୁ ଘର ଲୋକ ତପସ୍ଵିନୀଙ୍କୁ ବୋହୁ ରୂପରେ ସ୍ଵୀକାର କରି ନଥିବାରୁ ତପସ୍ଵିନୀ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି ଓ ନିଜ ଶାଶୁ ଘର ଲୋକଙ୍କ ବିରୋଧରେ କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ସୂଚନା ମୁତାବକ ଆଜି କୋର୍ଟରେ ଶୁଣାଣୀ ହେବାକୁ ଯାଉଛି ।

ବନ୍ଧୁଗଣ ତପସ୍ଵିନୀଙ୍କ ନ୍ୟାୟ ପାଇଁ ବିଦେଶରୁ ସ୍ଵର ଉଠିଛି । ଆମେରିକାର ନ୍ୟୁୱାର୍କ ସହରରେ ରହୁଥିବା ଅରୋମିକା ପରିଡା ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ସ୍ଵର ଉଠାଇ ଛନ୍ତି । ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି ଭିଡିଓରେ ଅରୋମିକା କହୁଛନ୍ତି’ସମସ୍ତଙ୍କୁ ନମସ୍କାର ଓ ଜୟା ଜଗନ୍ନାଥ ମୁ ଅରୋମିକା । ଆଜି ମୁ ଗୋଟେ ଖବର ବିଷୟରେ କହିବାକୁ ଆସିଛି ଯାହା ମୁ ଗତ ୫ ୬ ଦିନ ହେବ ଦେଖୁଛି’ । ଆଗକୁ ଅରୋମିକା କହିଛନ୍ତି’ଏହି ଖବର ଦେଖି ମୋତେ କଷ୍ଟ ଲାଗୁଛି ଓ ଦୁଃଖ ମଧ୍ୟ ଲାଗୁଛି ତେଣୁ ମୁ ଭାବିଲି ଏହା ବିଷୟରେ କିଛି କହିବା ପାଇଁ । ମୋ କଥାରେ ଆପଣ ମାନେ ସହମତ ନା ନାହିଁ ମୁ ଜାଣି ନାହିଁ ହେଲେ ମୁ ଏହା ବିଷୟରେ କହିବାକୁ ଚାହୁଁଛି ।

ତପସ୍ଵିନୀ ଗୋଟେ ଛୋଟ ଝିଅ ସେ ଗତ କେତେ ଦିନ ହେଲାଣି ଶାଶୁ ଘର ସାମ୍ନାରେ ବସି ରହିଛନ୍ତି ହେଲେ ତାଙ୍କୁ ନ୍ୟାୟ ମିଳୁ ନାହିଁ । ପ୍ରଥମ କଥା ହେଉଛି ଘର କଥା ଘରେ ରଖ ହେଲେ ଘର କଥା ଏବେ ସାମ୍ନାକୁ ଆସିଛି । ଗୋଟେ ଝିଅ ଘର ବାହାରେ ଧାରଣା ଦେଇଛି ସେ ଆମ ଝିଅ ହୋଇ ପାରେ ଆପଣଙ୍କ ଝିଅ ହୋଇପାରେ ଓ କାହାର ବି ଝିଅ ହୋଇପାରେ ତେବେ ତାଙ୍କୁ ଶାଶୁ ଘର ଲୋକ ଗ୍ରହଣ କରୁ ନାହାନ୍ତି’ ।

ଆଗକୁ ଅରୋମିକା କହିଛନ୍ତି’ପ୍ରଥମ କଥା ହେଉଛି ଆପଣ ଲିଭଇନରେ ରହିଲେ ଓ ଯାହା ବି କରିଲେ ଶେଷରେ କୋର୍ଟ ମ୍ଯାରେଜ କଲେ ତା ପରେ ତଲାକ ପାଇଁ ଆବେଦନ କଲେ । ଏମିତି କଣ ପାଇଁ ତା ହେଲେ ଆପଣ ସେ ଝିଅର ବ୍ୟବହାର କଲେ ଯେତେବେଳେ ଆପଣଙ୍କ ଇଛା ଛାଡି ଗଲା ଆପଣ ତାକୁ ଘରୁ ବାହାର କରିଦେଲେ । ଆପଣ କହିଲେ ସେ କେସ କଲା ହେଲେ ସେ କେସ କାହିଁକି କରିବ ଯଦି ସେ ଏତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ରହୁଥିଲା ଓ ହଠାତ ଯାଇ କେସ କଲା ତା ମାନେ ତା ସହିତ ସେମିତି କିଛି ହୋଇଥିବ’ । ବନ୍ଧୁଗଣ ଏଭଳି ଭାବରେ ଅମୋରିକା ତପସ୍ଵିନୀଙ୍କ ନ୍ୟାୟ ପାଇଁ ସ୍ଵର ଉଠାଇ ଛନ୍ତି ।

Leave a Reply

Your email address will not be published. Required fields are marked *