Dimple ଙ୍କ କୋହଭରା ଭିଡିଓ ନିବେଦନର ଜବାବ ଦେଲେ ସୁମିତ, Video ବନେଇ କହିଲେ ‘ଡ୍ରାମା କରିବା ପୂର୍ବରୁ ତୁମେ…’ ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲାର ଆଗାମୀ ଶୁଣାଣୀ ଆଉ କିଛି ସମୟ ପରେ ହେବାକୁ ଯାଉଛି ତେବେ ଏହି ମାମଲାକୁ ନେଇ ପ୍ରତ୍ୟକ ସମୟରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଗୋଟେ ମାସର ଧାରଣା ପରେ ତପସ୍ଵିନୀ ଦାଣ୍ଡରୁ ବାରଣ୍ଡାକୁ ଯାଇଛନ୍ତି । ବର୍ତ୍ତମାନ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳୁଛି । ଏହି ମାମଲାଟି ବର୍ତ୍ତମାନ ବ୍ୟକ୍ତିଗତ ହୋଇଯାଇଛି  ।

ତେବେ ବନ୍ଧୁଗଣ ଗତ କିଛି ସମୟ ତଳେ ସୁମିତ ଏକ ଅଡିଓ କଲ୍ ଗଣମଧ୍ୟମକୁ ଦେଇଛନ୍ତି ଓ ତପସ୍ଵିନୀଙ୍କ ବିଷୟରେ କିଛି ବିଶେଷ କଥା କହୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁମିତଙ୍କ ସେହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଜି ତପସ୍ଵିନୀ ଏକ ଭିଡିଓ ମାଧ୍ୟମରେ ନିଜର ଭୁଲ ମାନି ଥିଲେ ଓ ସେ କ୍ଷମା ପ୍ରାର୍ଥନା କରିଥିଲେ ।

ତପସ୍ଵିନୀ କେବଳ ସୁମିତଙ୍କୁ ଚାହୁଁ ଛନ୍ତି ଓ ନିବେଦନ କରିଛନ୍ତି । ଏହି ଭିଡିଓର ଜବାବ ଦେଇ ସୁମିତ ଅଡିଓ କଲ୍ ରେ କହିଛନ୍ତି-‘ତପସ୍ଵିନୀ ଗୋଟେ ବଡ ଭୁଲ କରିଛନ୍ତି ଏହି ମାସରେ ସେ ଡ୍ରାମା ଚଲେଇ ଛନ୍ତି । ସେ ମୋର ଆଉ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ କରି ସାରିଛନ୍ତି । ଏତେ ସବୁ କରିବା ପରେ ମଧ୍ୟ ତାଙ୍କୁ ଶାନ୍ତି ମିଳିଲା ନାହିଁ ସେ ମୋ ଘର ଗେଟ ଭାଙ୍ଗି ଭିତରକୁ ପଶିଲେ ।

ଯେହେତୁ ସବୁ କିଛି କୋର୍ଟରେ ଅଛି’  । ଆଗକୁ ସୁମିତ କହିଛନ୍ତି-‘ତେଣୁ ଏ ସବୁ ଜିନିଷ କରିବାର କିଛି ଆବଶ୍ୟକତା ନଥିଲା ହେଲେ ସେ ଏ ସବୁ କରି ମି-ଡି-ଆରେ ଚର୍ଚାରେ ରହିବା ପାଇଁ ଚାହୁଁଛନ୍ତି । ମୁ ଏ ସବୁ ଜିନିଷକୁ ଦୃଢ ନିନ୍ଦା କରୁଛି । ଏ ସବୁ କରିବା ପୂର୍ବରୁ ତାଙ୍କୁ ତାଙ୍କ ସ୍ଵାମୀ କଥା ମନେ ପଡୁ ନଥିଲା କି ଶାଶୁ ଶଶୁରଙ୍କ କଥା ମନେ ପଡୁ ନଥିଲା ।

ମିଛ ଆଲିଗେସନ ଲଗାଇବା ପୂର୍ବରୁ ଆଉ ଆମ ମାନ ସମ୍ମାନ ତଳେ ପକାଇବା ପୂର୍ବରୁ ତାଙ୍କୁ ଆମ କଥା ମନେ ପଡୁ ନଥିଲା । ଏବେ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । ସେ ପ୍ରଥମେ କୋର୍ଟକୁ ସମ୍ମାନ ଦିଅନ୍ତୁ ଓ କୋର୍ଟରେ ଯାଇ ସେ ସବୁ ନିବେଦନ କରନ୍ତୁ ତାଙ୍କର ଯାହା କିଛି ଅଭିଯୋଗ ଅଛି ସେ ସବୁ କୋର୍ଟରେ ଜଣାନ୍ତୁ’ ।

Leave a Reply

Your email address will not be published. Required fields are marked *