Tapaswini ଆଉ ପାଇବେ ନାହିଁ 17 ହଜାର ଟଙ୍କା ! ଦେଖନ୍ତୁ କୋର୍ଟ କଣ ଦେଲା ରାୟ !

ବନ୍ଧୁଗଣ ଓଡିଶାରେ ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲା ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହି ମାମଲାଟି ଦୀର୍ଘ ତିନି ମାସ ଧରି ଚାଲୁ ଆସୁଛି । ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହୁଛନ୍ତି । ଆଉ ଏହି ମାମଲାଟି ଏବେ ହାଇକୋର୍ଟରେ ବିଚାରଧିନ ରହିଛି । ବନ୍ଧୁଗଣ ତପସ୍ଵିନୀ ନିଜ ଅଧିକାର ପାଇଁ ପାଇଁ ଦୀର୍ଘ ଦୁଇ ମାସ କାଳ ଶୀତ କାକରରେ ଧାରଣା ଦେଇ ବସିଥିଲେ ଶେଷରେ ସେ ନିଜ ତପସ୍ୟାରେ ସଫଳ ହେଲେ ।

ତେବେ ବନ୍ଧୁଗଣ ଗତ କାଲି ସୁମିତ ଏସଡିଜିଏମଙ୍କ ପାଖରେ ୧୭ ହଜାର ଟଙ୍କା ଜମା କରିଥିଲେ । ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ମାସରେ ସୁମିତ ନିଜ ସ୍ତ୍ରୀଙ୍କୁ ଟଙ୍କା ଦେଇନଥିଲେ ହେଲେ ଦ୍ଵିତୀୟ ମାସରେ ସେ ଟଙ୍କା ଦେଲେ । ଟଙ୍କା ନେବା ପାଇଁ ଗତ କାଲି ତପସ୍ଵିନୀ ଏସଡିଜିଏମଙ୍କ ପାଖକୁ ଯାଇଥିଲେ ଓ ଗଣମାଧ୍ୟମ ସାମ୍ନାରେ କହିଥିଲେ ସେମାନଙ୍କର ବହୁତ ଶୀଘ୍ର ଋୟୁନିୟନ ହେବ ।

ହେଲେ ବନ୍ଧୁଗଣ ଏହି ମାମଲାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ବନ୍ଧୁଗଣ ଜିଲ୍ଲାକୋର୍ଟ ପୂର୍ବ ଶୁଣାଣିରେ ସୁମିତ ନିଜ ପତ୍ନୀଙ୍କୁ ତାଙ୍କ ଘରେ ରଖିବେ ଓ ମାସିକ ୧୭ ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ହେଲେ ବର୍ତ୍ତମାନ ଏହା ଖବର ଆସୁଛି ଯେ, ସୁମିତ ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହି ଶୁଣାଣି ଜିଲ୍ଲା କୋର୍ଟ ନୁହେଁ ହାଇକୋର୍ଟ କରିଛନ୍ତି । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ କରିବାକୁ ସୁମିତ ହାଇକୋର୍ଟରେ ଅପିଲ କରିଥିଲେ । ସୁମିତଙ୍କ ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ଵିନୀ ନିଜ ଶାଶୁ ଘରେ ରହିବେ ବୋଲି କୋର୍ଟ କହିଛନ୍ତି । ତପସ୍ଵିନୀଙ୍କ ପକ୍ଷରୁ ମାମଲା ଲଢୁ ଥିବା ଓକିଲ ମାନସ ଚାନ୍ଦ ଏହି ସୂଚନା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *