ୟୁକ୍ରେନର ଟ୍ୟାଙ୍କ ମ୍ୟାନ, ରୁଷୀୟ ଟ୍ୟାଙ୍କ ଆଗରେ ଛାତି ଦେଖାଇ ହେଲେ ଠିଆ…ଯାହାଙ୍କ ସାହସକୁ ଏବେ ପୁରା ଦୁନିଆ କରୁଛି ସଲାମ, Viral ହେଲା ଭିଡିଓ ! !

ଋଷ ଓ ୟୁକ୍ରେନର ଯୁଦ୍ଧ ମଧ୍ୟରେ ଋଷର ସୈନିକମାନଙ୍କ ସାମ୍ନାରେ ବର୍ତ୍ତମାନ ୟୁକ୍ରେନର ଯବାନମାନଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଓ ସାଧାରଣ ଜନତା ବି ଯୁଦ୍ଧ କ୍ଷେତ୍ରକୁ ଓଲହାଇ ଯାଇଛନ୍ତି । ସାଧାରଣ ଜନତାମାନେ ବି ନିଜ ଦେଶକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଋଷ ବର୍ତ୍ତମାନ ନିଜର ସୈନିକମାନଙ୍କ ସହ ୟୁକ୍ରେନର ରାଜଧାନୀ କିବକୁ ଦଖଲ କରିବା ପାଇଁ ଆଗକୁ ବଢୁଛି । କିନ୍ତୁ ଅନ୍ୟ ପଟେ ୟୁକ୍ରେନ ସହଜରେ ପରାଜୟକୁ ସ୍ଵୀକାର କରିବା ପାଇଁ ଚାହୁଁ ନାହିଁ ।

ୟୁକ୍ରେନ ଜନତା ନିଜର ସ୍ଵାଧୀନତା ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଦେଶର ରାଷ୍ଟ୍ରପତି ବି ଦେଶର ଜନତାଙ୍କ ମନୋବଳ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସ୍ଥିତି ଏମିତି ହୋଇ ଯାଇଛି କି ସାଧାରଣ ଜନତା ବି ହାତରେ ହଥିୟାର ଧରିବା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି । ଏହା ମଧ୍ୟରେ ୟୁକ୍ରେନରୁ ଏକ ଭିଡିଓ ସାମ୍ନାକୁ ଆସିଛି ।

ଯାହାକି ପୁରା ବିଶ୍ଵରେ ଚହଳ ସୃଷ୍ଟି କରିଛି । ଭିଡିଓରେ ଆପଣ ଦେଖି ପାରିବେ ଋଷ ସେନା ୟୁକ୍ରେନର ରାଜଧାନୀ କିବକୁ ନିଜ ଅଧୀନକୁ ନେବା ପାଇଁ ଆଗକୁ ବଢିବାରେ ଲାଗିଛି । ଋଷର ଟ୍ୟାଙ୍କ ଯୋଗୁ ୟୁକ୍ରେନର ରାସ୍ତା ଗୁଡିକ ଜନଶୂନ୍ୟ ହୋଇ ଯାଇଛି । କିନ୍ତୁ ଅଚାନକ ଗୋଟିଏ ୟୁକ୍ରେନ ନାଗରିକ ଋଷର ଟ୍ୟାଙ୍କ ସାମ୍ନାକୁ ଚାଲି ଆସୁଛି । ଯିଏକି ନିଜର ମୃତ୍ୟୁକୁ ବି ଖାତିର କରୁ ନାହିଁ । ଯୁବକ ଜଣକ ବିନା କୌଣସି ହଥିୟାରରେ ଟ୍ୟାଙ୍କ ଗୁଡିକ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଟ୍ୟାଙ୍କ ଗୁଡିକ ଯେମିତି ଆଗକୁ ନ ବଢି ପାରିବେ ସେଥିପାଇଁ ସେ ଟ୍ୟାଙ୍କ ସାମ୍ନାରେ ଛିଡା ହୋଇ ଯାଇଛନ୍ତି । ସେ ବାରମ୍ବାର ଏପେଟ ସେପଟ ଦୌଡୁଛନ୍ତି ଓ ଟ୍ୟାଙ୍କ ଗୁଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଋଷର ଟ୍ୟାଙ୍କ ଗୁଡିକ ତାଙ୍କୁ ସାଇଟ କରି ଚାଲି ଯାଉଛନ୍ତି । ତଥାପି ଯୁବକ ଜଣକ ଚାଲି ଯାଉ ନାହାନ୍ତି । ସେ ପୁଣି ଥରେ ଆଉ ଗୋଟିଏ ଟ୍ୟାଙ୍କ ସାମ୍ନାକୁ ଚାଲି ଆସୁଛନ୍ତି । ତାଙ୍କର ଏହିଭଳି ସାହାସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ସେ ସମସ୍ତଙ୍କର ହୃଦୟ ବି ଜିତି ଯାଇଛନ୍ତି ।

ଏହି ଭିଡିଓ ଦେଖିବା ପରେ ସମସ୍ତେ କହୁଛନ୍ତି କି ସେ ୟୁକ୍ରେନର ଟ୍ୟାଙ୍କମ୍ୟାନ । ଯୁବକ ଜଣକ ଭିତରେ ଦେଶ ପାଇଁ ବହୁତ ଭଲ ପାଇବା ଅଛି । ସେଥିପାଇଁ ତ ସେ ନିଜର ମୃତ୍ୟୁକୁ ଭୟ ନ କରି ସାହାସ ଦେଖାଇ ଟ୍ୟାଙ୍କ ସାମ୍ନାକୁ ଚାଲି ଆସୁଛନ୍ତି । ଯୁଦ୍ଧ ଯୋଗୁ କେତେକ ଲୋକମାନେ ଦେଶ ଛାଡି ଚାଲି ଯାଉଛନ୍ତି ତ କେତେକ ଲୋକମାନେ ଭୟରେ ଘରୁ ବାହାରୁ ନାହାନ୍ତି । କିନ୍ତୁ ଏହି ଯୁବକ ଜଣକ ନିଜ ଜୀବନ ଠାରୁ ଦେଶକୁ ଅଧିକ ଭଲ ପାଆନ୍ତି । ସମୟ ବିତିବା ସହ ୟୁକ୍ରେନର ସ୍ଥିତି ଆହୁରି ଭୟଙ୍କର ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *