ଟଙ୍କା ଦେଲେନି ସୁମିତ ! ଦେଖନ୍ତୁ ଏ ନେଇ କଣ କହୁଛନ୍ତି Tapaswini ଙ୍କ ଓକିଲ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ତପସ୍ଵିନୀଙ୍କ ବିଜୟ ହୋଇଛି । ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି । ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁସାରେ ତପସ୍ଵିନୀ ବର୍ତ୍ତମାନ ନିଜ ଶଶୁର ଘରେ ରହିବେ ଓ ତପସ୍ଵିନୀଙ୍କ ସମସ୍ତ ଦାୟିତ୍ଵ ସୁମିତ ନେବେ । ବନ୍ଧୁଗଣ ତପସ୍ଵିନୀ ବର୍ତ୍ତମାନ ନିଜ ଶଶୁର ଘରେ ଅଛନ୍ତି । ଜିଲ୍ଲା କୋର୍ଟଙ୍କ ରାୟ ଅନୁସାରେ ଆଜି ତଥା ଜାନୁୟାରୀ ୧୦ ତାରିଖ ଦିନ ସୁମିତ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବାର ଥିଲା  ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ସ୍ତ୍ରୀଙ୍କୁ ଟଙ୍କା ଦେଇ ନାହାନ୍ତି । ବନ୍ଧୁଗଣ ଏନେଇ ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତପସ୍ଵିନୀଙ୍କ ଓକିଲ କହିଛନ୍ତି-‘ମୁ ଦୀପକ ପଟ୍ଟନାୟକ ତପସ୍ଵିନୀଙ୍କ ଓକିଲ । ଆଜି ମାନ୍ୟବର ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶ ଥିଲା ଯେ, ୧୦ ତାରିଖ ସୁଧା ସୁମିତ ନିଜ ପତ୍ନୀ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବେ ଓ ତପସ୍ଵିନୀ ଟଙ୍କା ପାଇବା ପରେ ଗୋଟେ ରିଶିପ୍ଟ ଦେବେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତପସ୍ଵିନୀ ଟଙ୍କା ପାଇ ନାହାନ୍ତି ଯାହା ମୋ ପାଖରେ ଅପଡେଟ ଖବର ଅଛି ସେ ଟଙ୍କା ପାଇ ନାହାନ୍ତି’ । ଆଗକୁ ସେ କହିଛନ୍ତି-‘ଆଜି ସନ୍ଧ୍ୟା ସୁଧା ସମୟ ଅଛି ଦେଖାଯାଉ ସେ କଣ କରୁଛନ୍ତି କେତେବେଳେ ବି ସେ ଟଙ୍କା ଦେଇ ପାରନ୍ତି । ଯଦି ସେ ଆଜି ଟଙ୍କା ନଦେଲେ ତା ହେଲେ ଆସନ୍ତା କାଲି ଆମେ ଆଉ ଗୋଟେ ପିଟିସନ ଫାଇଲ କରିବୁ ।

ଯେହେତୁ କୋର୍ଟଙ୍କ ନିର୍ଦ୍ଦେଶ ଅଛି ଯେ, ସୁମିତ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବେ ତେଣୁ ଯଦି ତାକୁ କାର୍ଯ୍ୟକାରୀ କରାଯାଉ ନାହିଁ ତା ହେଲେ କେମିତି ସେଇଟା କାର୍ଯ୍ୟକାରୀ ହେବ ତାହା କୋର୍ଟ ବୁଝିବ’ ।

ଆଗକୁ ସେ କହିଛନ୍ତି-‘କୋର୍ଟ ଅର୍ଡର କରିଛନ୍ତି ପ୍ରତ୍ୟକ ମାସର ୧୦ ତାରିଖ ସୁଧା ସୁମିତ ନିଜ ସ୍ତ୍ରୀ ତପସ୍ଵିନୀଙ୍କୁ ଟଙ୍କା ଦେବେ ତେଣୁ ଯଦି ସେ ନଦେଲେ ତା ହେଲେ ଆସନ୍ତା କାଲି ଆମେ ଆଉ ଗୋଟେ ପିଟିସନ ଫାଇଲ କରିବୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀଙ୍କ ଓକିଲ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *