ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା କଥା ଦାବି କରିଥିଲା ଋଷ, କିନ୍ତୁ ସତ କଣ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ୟୁକ୍ରେନ-ଋଷ ମଧ୍ୟରେ ଆଠ ଦିନ ଧରି ଯୁଦ୍ଧ ଜାରି ରହିଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୠଷର ରାଷ୍ଟ୍ରପତି ପୁଟିନ ଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ଋଷର ରାଷ୍ଟ୍ରପତି କହିଛନ୍ତି ଯେ, ୟୁକ୍ରେନ ସୈନ୍ୟ ଭାରତୀୟ ଛାତ୍ରମାନ ଙ୍କୁ ବନ୍ଧକ ରଖିଛନ୍ତି ଓ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ୟୁକ୍ରେନ ଦ୍ୱାରା ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିବା ଅଭିଯୋଗ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଜର ସ୍ପଷ୍ଟୀକରଣ ଦେଇଛି ।

ବୈଦେଶିକ ମନ୍ତ୍ରଣାଳୟ ର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିବା ପରି ପରିସ୍ଥିତି ସମ୍ପର୍କରେ କୌଣସି ଖବର ନାହିଁ । ତେବେ ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ ସ୍ଥିତ ଆମର ଦୂତାବାସ ସେଠାରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛି । ଆମର ଦୂତାବାସ ୟୁକ୍ରେନର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ବଜାୟ ରଖିଛି । ଅନେକ ଭାରତୀୟ ବୁଧବାର ହିଁ ଖାର୍କିଭ ଛାଡିଥିଲେ ।

ଭାରତୀୟ ଛାତ୍ରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧକ ରଖାଯିବା ବିଷୟରେ ଆମ ପାଖରେ କୌଣସି ଖବର ନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଭାରତୀୟ ଛାତ୍ରମାନଙ୍କୁ ବାହାରକୁ ଯିବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁରୋଧ କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ୟୁକ୍ରେନରେ ବର୍ତ୍ତମାନ ମଧ୍ୟ ଶତାଧିକ ଭାରତୀୟ ଛାତ୍ର ଫସି ଅଛନ୍ତି ।

ଏହି ଭାରତୀୟ ଛାତ୍ରମାନଙ୍କୁ ସେଠାରୁ ଶୀଘ୍ର ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାତିରେ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଋଷର ରାଷ୍ଟ୍ରପତି କହିଥିଲେ ଯେ, ୟୁକ୍ରେନ ସୈନ୍ୟ ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛନ୍ତି ଓ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି । ଭାରତୀୟ ଛାତ୍ରମାନଙ୍କୁ ଋଷରେ ଯିବାକୁ ବାରଣ କରାଯାଉଛି । ଆଲୋଚନା ପରେ ଏହି ଅଭିଯୋଗ ସମ୍ପର୍କରେ ଋଷର ରାଷ୍ଟ୍ରପତି ଭବନ ତରଫରୁ ଏକ ବୟାନ ମଧ୍ୟ ଜାରି କରା ଯାଇଛି ।

ତେବେ ଅରିନ୍ଦମ ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ ଋଷ, ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଓ ମଲଡୋଭା ସମେତ ଏହି ଅଞ୍ଚଳର ଦେଶମାନଙ୍କ ସହ ଆମେ ପ୍ରଭାବଶାଳୀ ଭାବରେ ସମନ୍ୱୟ ରକ୍ଷା କରୁଛୁ । ଗତ କିଛି ଦିନ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ସ୍ଥାନାନ୍ତର କରାଯାଇଛି ।

ଏହାକୁ ସମ୍ଭବ କରିବା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ସହାୟତାକୁ ଆମେ ପ୍ରଶଂସା କରୁଛୁ । ଆମେ ୟୁକ୍ରେନର ପାଶ୍ଚାତ୍ୟ ପଡ଼ୋଶୀମାନଙ୍କୁ ଭାରତୀୟ ନାଗରିକ ମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *