ତୃପ୍ତିଙ୍କୁ ଘର କୁ ନେବା ପାଇଁ ବାବୁଶାନ୍ ଙ୍କୁ ଫୋନ୍ କଲେ ଶଶୁର, କଣ କହିଲେ ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ଯିବେ ତୃପ୍ତିଙ୍କୁ ସାଥିରେ ଧରି ଆସିବେ । ବାଙ୍କ ସହିତ ଫୋନରେ କଥା ହୋଇଯାଇଛନ୍ତି । ତେବେ ଗତକାଲି ରାତିରେ ଜନ୍ମଦିନରେ ଶଶୁର ଆସିଥିଲେ ଘରକୁ । ଆଉ ଏହା ସହିତ ସବୁ ମଧ୍ୟସ୍ଥି ସମସ୍ତେ ଖୁସିରେ ଆଲୋଚନା କରି ଯାଇଛନ୍ତି । ଶଶୁରଙ୍କ ସହିତ ବସି ଆଲୋଚନା କରିବା ସହିତ ଶଶୁରଙ୍କୁ ମୁଣ୍ଡିଆ ମାରି ତୃପ୍ତିଙ୍କର ଭବିଷ୍ୟତ ପାଇଁ ଆଉ ତାଙ୍କ ପୁଅ ପାଇଁ ଭରଷା ମଧ୍ୟ ଦେଇଛନ୍ତି ଯେ ଏହି ଭୁଲ ଆଉ ହେବନାହିଁ ।

ତେବେ ଆଜି ସକାଳୁ ସକାଳୁ ବାବୁସାନ ଫୋନରେ କଥା ମଧ୍ୟ ହୋଇଛନ୍ତି ତୃପ୍ତିଙ୍କ ସହିତ ଏବଂ ଏହା ସହିତ ଭି-ଡି-ଓ କଲରେ ତାଙ୍କ ପୁଅକୁ ମଧ୍ୟ ଦେଖିଛନ୍ତି । ଏହା ସହିତ ସେ କେବେ ପହଞ୍ଚିବେ ଘରେ ଏବଂ ତୃପ୍ତିଙ୍କୁ ସାଥିରେ ନେଇ ଆସିବେ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା ସରିଛି । ଅପରାଜିତା ଚାହିଁ ବସିଛନ୍ତି ଯେ କେବେ ତାଙ୍କ ବୋହୂ ଘରକୁ ଆସିବେ ? କାଲି ପୁଅର ଜନ୍ମଦିନ ଥିଲା, ଆଉ କାଲି ଜନ୍ମଦିନରେ ସବୁକିଛି ତୁଟିଗଲା । ଏବେ କେସ ମଧ୍ୟ ଉଠିଯିବ । ଏବଂ ଏହାସହିତ ସମସ୍ତେ ଚାହିଁ ବସିଛନ୍ତି ଯେ ବୋହୂ ନାତିକୁ ଧରି ନିଜ ଘରକୁ କେବେ ଫେରିବ ?

ତେବେ ଗୋଟେ ପ୍ରକାରର ସ୍ପଷ୍ଟ ସୂଚନା ଦେଇଦେଇଥିଲେ ସଞ୍ଜୟ ନାୟକ ଏହି ଘଟଣା ନିମନ୍ତେ । ସେ କହିଛନ୍ତି ଯେ ସବୁ ପ୍ରକାରର ଅଡୁଆ ତୁଟିଗଲା । ଏବଂ ମୁଁ ଆସିଥିଲି ବାବୁସାନ ଙ୍କୁ ଜନ୍ମଦିନର ଶୁଭେଛା ଦେବା ନିମନ୍ତେ ଆମ୍ଭେ ଜନ୍ମଦିନ ପାଳନ କରିଲୁ ତଥା ହସଖୁସି କରିଲୁ ବର୍ତ୍ତମାନ ଘରକୁ ଯାଉଅଛି ।

ସବୁ ସମସ୍ୟାର ସମାଧାନ ହୋଇଗଲାଣି ବର୍ତ୍ତମାନ ବାବୁସାନ ତାଙ୍କ ସ୍ତ୍ରୀ ପାଖକୁ ଯିବେ, ଏବଂ ସବୁ ସମସ୍ୟାର ସମାଧାନ ହେବ କିନ୍ତୁ ମିଡିଆ ଭୟରେ ସେ ଯାଉନାହାଁନ୍ତି ବୋଲି କହିଥିଲେ ସଞ୍ଜୟ ନାୟକ । ମିଡିଆ କୁ ଅନୁରୋଧ ମଧ୍ୟ କରି କହିଛନ୍ତି ଯେ ପ୍ରାୟ ୭ ଦିନ ହୋଇଗଲାଣି ଆପଣ ବର୍ତ୍ତମାନ ବାବୁସାନ ତଥା ତାଙ୍କ ପରିବାରକୁ ଏକୁଟିଆ ଛାଡିଦିଅନ୍ତୁ ।

ଏହା ଘର କଥା ଅଟେ ତେଣୁ ସମାଧାନ କରିବାକୁ ଦିଅନ୍ତୁ । ତେବେ ବର୍ତ୍ତମାନ ଅପେକ୍ଷା ବାବୁସାନ କେବେ ନିଜ ସ୍ତ୍ରୀ ଏବଂ ପୁଅ କୁ ଧରି ଘରକୁ ଫେରୁଛନ୍ତି ? ଏହା ସହିତ ବାବୁସାନ ଗତକାଲି କହିଥିଲେ ଯେ ତାଙ୍କ ସ୍ତ୍ରୀ ତୃପ୍ତି ସବୁବେଳେ ତାଙ୍କ ସହିତ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *