ସ୍ଵାମୀ ଲୁଚି କି ସ୍ତ୍ରୀ ରୁମ ରେ ଲଗେଇଲା କ୍ୟାମେରା, ଆଉ ତା’ପରେ ସାମ୍ନାକୁ ଆସିଲା କିଛି ଏମିତି ସତ କି ଦେଖି ତା’ର ହୋସ ଉଡିଗଲା !

ନମସ୍କାର ବନ୍ଧୁଗଣ ତେବେ ସମ୍ପୂର୍ଣ୍ଣ ଦୁନିଆରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ସବୁଠୁ ଅମୂଲ୍ୟ ବୋଲି ସମସ୍ତେ ମାନନ୍ତି । ଏହି ସମ୍ପର୍କ ଭଲ ପାଇବା ଓ ବିଶ୍ଵାସ ସହ ବହୁତ ମଝବୁତ ହୋଇଥାଏ । ଯଦି ବିଶ୍ଵାସରେ ଟିକେ କମ ହୁଏ ତେବେ ଏହି ସମ୍ପର୍କ ଭାଙ୍ଗିବାରେ ଟିକେ ବି ସମୟ ଲାଗେ ନାହିଁ । ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ଏମିତି କେମିତି ହେଇପାରେ । ଏହି ଘଟଣା ଗୋରଖନାଥ ଥାନା ହାତିତାଲ କଲୋନୀ ରେ ରହୁଥିବା ମଧ୍ୟପ୍ରଦେଶ ର ହିମାଂଶୁ ଅଗ୍ରୱାଲ ଜଣେ ଇଞ୍ଜିନିୟର ଅଟନ୍ତି ।


ତେବେ ତାଙ୍କ ଘରେ ଲକ୍ଷ ଲକ୍ଷ ଟଙ୍କାର ଚୋରୀ ହେଲା ଓ ଯେତେବେଳେ ପୋଲିସ କୁ ଏହିକଥା ଜଣା ପଡିଲା ତ ଇଞ୍ଜିନିୟର ଘରର ସିସିଟିଭି ଦେଖାଗଲା । ତେବେ ସିସିଟିଭି ରେ ଯାହା ଦେଖିଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ଫୁଟେଜ ରେ ହିମାଂଶୁ ଙ୍କର ନିଜ ସ୍ତ୍ରୀ ଚୋରୀ କରୁଥିଲେ । ତାହାକୁ ଦେଖି ହିମାଂଶୁ ଅଗ୍ରୱାଲ ଙ୍କ ପାଦ ତଳୁ ମାଟି ଖସିଗଲା ।
ତେବେ ସୂଚନା ଅନୁସାରେ ଅନୁସାରେ ଏମପିବି ସିନିୟର ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ ଏମପିବି ରେ ଇଞ୍ଜିନିୟର ଅଛନ୍ତି ।

୨୦୧୫ ରେ ହିମାଂଶୁ ଓ ତାଙ୍କ ସ୍ତ୍ରୀ ବର୍ଷିକା ଅଗ୍ରୱାଲ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଭୁଲ ବୁଝାମଣା ପାଇଁ ଦୁହେଁ ଅଲଗା ହେଇ ଯାଇଥିଲେ । ଶୁକ୍ରବାର ଦିନ ଯେତେବେଳେ ହିମାଂଶୁ ଘରକୁ ଫେରିଲେ, ଦେଖିବାକୁ ପାଇଲେ ଯେ ତାଙ୍କ ଘର ର ତାଲା ଭଙ୍ଗା ଯାଇଛି ଓ ଘରର ଜିନିଷ ସବୁ ଫୋପଡା ହେଇଛି । ତେବେ ଏସବୁ ଦେଖି ସେ ବୁଝିଗଲେ ଯେ ତାଙ୍କ ଘରେ ଚୋରୀ ହେଇଛି । ସେ ତୁରନ୍ତ ପୋଲିସ କୁ ଏହି କଥା ବିଷୟରେ ସୂଚନା ଦେଲେ ।


ସୂଚନା ପାଇ ପୋଲିସ ଅଧିକାରୀ ସ୍ନିଫର ଡଗ, ଏଫଏସଏଲ ଏବଂ ଫିଂଗର ପ୍ରିଣ୍ଟ ଏକ୍ସପର୍ଟ ନେଇ ସୂଚନା ସ୍ଥଳରେ ପହଞ୍ଚି ଥିଲେ । ତେବେ ଘର ତଲାସି ସମୟରେ ପୋଲିସ ସିସିଟିଭି ଦେଖିଲା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଏବଂ ପରେ ଜାଣିଲା ଯେ ଚୋରୀ ଆଉ କେହି ନୁହେଁ ହିମାଂଶୁ ଙ୍କ ସ୍ତ୍ରୀ ବର୍ଷିକା କରିଛନ୍ତି । ସନ୍ଧ୍ୟା ୬.୪୭ ମିନିଟ ରେ ବରସିକା ୨ ଟି ଲୋକଙ୍କ ସହ ଆସି ତାଲା କାଟିବାର ଓ ଚୋରୀ କରିବାର ସିସିଟିଭି ରେ ଫୁଟେଜ ରହିଛି ।


ତେବେ ଘରେ ଥିବା କାଗଜପତ୍ର ଓ ସୁନା ଗହଣା ନେଇ ୨ ଟି ଲୋକ ବାଇକ ରେ ପଳାଇଲେ ତା’ ପରେ ବର୍ଷିକା ୫୦ ହଜାର ଟଙ୍କା ଓ କିଛି ଅନ୍ୟ ଗହଣା ନେଇ ଘରୁ ବାହାରିବାର ଫୁଟେଜ ରେ ଦେଖା ଯାଉଛି । ନିଜ ସ୍ତ୍ରୀ ହିଁ ତାଙ୍କ ଘରେ ଏମିତି କରିଛନ୍ତି ଏ କଥାକୁ ସେ ସହଜରେ ବିଶ୍ଵାସ କରି ପାରିଲେ ନାହିଁ । ସେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *