ସ୍ଵାମୀ ସ୍ତ୍ରୀ ଙ୍କୁ ଏହି ୪ଟି କଥା ସବୁବେଳେ ଗୁପ୍ତ ରଖିବା ଦରକାର, ନହେଲେ

ଆପଣଙ୍କର ସମ୍ପର୍କ ସମ୍ବନ୍ଧିତ କିଛି କଥା ଅଛି ଯାହା କାହାକୁ ବି କହିବା କଥା ନୁହେଁ । ଜାଣନ୍ତୁ ତାହା କେଉଁ କଥା ଅଟେ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲପାଇବା ଏବଂ ବିଶ୍ଵାସର ହୋଇଥାଏ । ଦୁଇଜଣଙ୍କ ଭିତରେ ଏହି ସମ୍ପର୍କ ସେବେଠାରୁ ହୋଇଥାଏ ଯେତେବେଳେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ଦୁଇଜଣଙ୍କ ଭିତରେ ବିଶ୍ଵାସ ସବୁଠାରୁ ମୁଖ୍ୟ ଅଟେ । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ କିଛି ଏମିତି କଥା ହୋଇଥାଏ ଯାହାକୁ କାହା ଆଗରେ ବି କହିବା କଥା ନୁହେଁ ।

ସମ୍ପର୍କକୁ ତୁଲାଇବା ବହୁତ ଗୁରୁତ୍ଵପୂର୍ଣ୍ଣ କଥା ଅଟେ । କେବଳ ଭଲ ପାଇବା ଦ୍ଵାରା ଏହା ସମ୍ଭବ ହୋଇ ନଥାଏ ,ଜଣକୁ ଅନ୍ୟ ଜଣଙ୍କର ଧ୍ୟାନ ରଖିବାକୁ ପଡିଥାଏ ଓ ଜଣକୁ ଅନ୍ୟ ଜଣଙ୍କର ଆତ୍ମସଂମ୍ମାନକୁ ରକ୍ଷା କରିବାକୁ ପଡିଥାଏ । ଏଥିପାଇଁ ଜଣେ ଅନ୍ୟ ଜଣକୁ ବୁଝିବା ବି ବହୁତ ଜରୁରୀ ହୋଇଥାଏ । ସ୍ଵାମୀ ଆପଣଙ୍କର ଜଣେ ଭଲ ସାଙ୍ଗ ବି ଅଟନ୍ତି । ଯାହାଙ୍କୁ ଆପଣ ନିଜର ସବୁ ସୁଖ ଦୁଃଖ ବିଷୟରେ କହିଥାନ୍ତି, ଯଦି ସାଥି ସଂବେନ୍ଦନଶୀଳ ହୋଇଥାଏ ତେବେ ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳିଯାଇ ଥାଏ ।

କିନ୍ତୁ ନିଜର କିଛି ଏମିତି କଥା ଅଛି ଯାହାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଆପଣଙ୍କ ଜୀବନସାଥୀଙ୍କୁ ନେଇ କିଛି ଏମିତି କଥା ଥାଏ ଯାହାକୁ କାହା ଆଗରେ ବି କହିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି କଥା ଗୁଡିକ ବିଷୟରେ ।

ନିଜ ସାଥିଙ୍କ ବ୍ୟକ୍ତିଗତ କଥା

ଆପଣଙ୍କ ଜୀବନସାଥି ଆପଣଙ୍କୁ ବହୁତ ବିଶ୍ଵାସର ସହିତ ତାଙ୍କର କିଛି ବ୍ୟକ୍ତିଗତ କଥା ଓ ସୁଖ ଦୁଃଖ ବିଷୟରେ କହିଥାନ୍ତି । ଯାହାକୁ କି ଆପଣ କାହା ଆଗରେ କହିବା ଉଚିତ ନୁହେଁ,ଏମତି କରିବା ଦ୍ଵାରା ଆପଣଙ୍କ ଉପରୁ ତାଙ୍କର ବିଶ୍ଵାସ ଭାଙ୍ଗି ଯାଇଥାଏ ।

ଜୀବନସାଥିଙ୍କ ପୂର୍ବ ସମ୍ପର୍କ ବିଷୟରେ

ଆପଣ ଆପଣଙ୍କ ଜୀବନସାଥୀଙ୍କ ପୂର୍ବ ସମ୍ପର୍କ ବିଷୟରେ କେବେ ହେଲେ ଅନ୍ୟମାନଙ୍କ ଆଗରେ କହିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ସାଥୀଙ୍କୁ ଖରାପ ଲାଗିଥାଏ ଓ ଏହା ସହିତ ଅନ୍ୟମାନଙ୍କ ଆଗରେ ବି ଆପଣଙ୍କ ସାଥି ଖରାପ ହୋଇଯାନ୍ତି । ଆପଣଙ୍କ ସମ୍ପର୍କ ପାଇଁ ଏହା ଠିକ ହୋଇନଥାଏ ।

ଆର୍ଥିକ ସମସ୍ୟା

ଯଦି ଆପଣଙ୍କ ସ୍ଵାମୀଙ୍କର ରୋଜଗାର କମ ହୋଇଥାଏ, ତାହେଲେ ଏହି କଥା ଆପଣ କାହା ଆଗରେ ବି କୁହନ୍ତୁ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କର ଇମେଜ ଖରାପ ହୋଇଥାଏ । ଯଦି ଆପଣଙ୍କ ସ୍ଵାମୀଙ୍କର ଚାକିରି ଦରକାର ହେଉଛି ତେବେ ଆପଣ ଏହାକୁ ସକରାତ୍ମକ ଭାବେ ଆପଣଙ୍କ ସାଙ୍ଗଙ୍କୁ କୁହନ୍ତୁ । ଏହା ଦ୍ଵାରା ଆପଣଙ୍କର ସମ୍ପର୍କ ବି ଖରାପ ହୋଇପାରେ ।

କଳି ଝଗଡା

ଯଦି ଆପଣଙ୍କ ସ୍ଵାମୀ ଆପଣଙ୍କୁ ରାଗି କରି କିଛି କହି ଦେଇଛନ୍ତି ତେବେ ଆପଣ ତାହାକୁ ଅନ୍ୟମାନଙ୍କ ଆଗରେ କୁହନ୍ତୁ ନାହିଁ ,ଏମତି କଲେ ଅନ୍ୟମାନଙ୍କ ଆଗରେ ଆପଣଙ୍କ ସ୍ଵାମୀଙ୍କର ଇଜ୍ଜତ କମ ହୋଇପାରେ । ଆପଣଙ୍କର ଝଗଡା ବିଷୟରେ ବି କାହାକୁ କିଛି କୁହନ୍ତୁ ନାହିଁ । ଆଶାକରୁଛୁ ଆମର ଲେଖାଟି ନିଶ୍ଚୟ ପସନ୍ଦ ଆସିଥିବ । ପେଜକୁ ଲାଇକ କରନ୍ତୁ ଆମ ପରିବାରରେ ଯୋଡି ହେବା ପାଇଁ ।

Leave a Reply

Your email address will not be published. Required fields are marked *