ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖୁସି ଖବର, ନ୍ୟାୟର ଲଢେଇରେ ମିଳିଲା ପ୍ରଥମ ଜିତ

ସୁଶାନ୍ତ ସିଂହ ରାଜପୁତ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରୁଥିଲେ, ହେଲେ ଦୁର୍ଭାଗ୍ୟ ହେତୁ ୧୪ ଜୁନ ୨୦୨୦ରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ଯାହାଫଳରେ ସମଗ୍ର ଭାରତ ଦେଶ ସୁଶାନ୍ତଙ୍କ ପାଇଁ ବହୁତ ଦୁଃଖ ଅନୁଭବ କରିଥିଲା । ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ସହ ନ୍ୟାୟ ପାଇଁ ବହୁତ ପ୍ରୟାସ ଲାଗି ରହିବା ସହ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା କେତେକ ବଲିଉଡ କଳାକାର ଓ ଫିଲ୍ମ ମେକର ମାନଙ୍କୁ ବହୁତ ମାତ୍ରାରେ ଟ୍ରୋଲ କରାଯାଉଛି । ବର୍ତ୍ତମାନ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଛି । ତେବେ ଆସନ୍ତୁ ଜାଣିବା ଏହି ଖୁସି ଖବର ବିଷୟରେ ।


ଖବର ଅନୁସାରେ ଜଣା ପଡିଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପାଇଁ ନେପୋଟିଜ୍ମର ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ବଲିଉଡରେ ନେପୋଟିଜ୍ମକୁ ସପୋର୍ଟ କରୁଥିବା ଫିଲ୍ମ ମେକର କରନ ଜୋହରଙ୍କୁ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଟ୍ରୋଲ କରାଯାଇଛି । ଯାହାଫଳରେ କରଣ ଜୋହର ସମସ୍ତ ଷ୍ଟାର କିଡ୍ସଙ୍କୁ ଅନଫଲୋ କରି ଦେଇଛନ୍ତି । ଏହା ସହିତ ଏହି କିଛି ମାସ ପୂର୍ବରୁ ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଆସିଥିଲା । ଲକ ଡାଉନ ହେତୁ ଏହି ଫିଲ୍ମଟି ରିଲିଜ ହେଇପାରିଲା ନାହିଁ । ଏହି ଫିଲ୍ମରେ କରଣ ଜୋହର କିଛି ଟଙ୍କା ଖର୍ଚ୍ଚ କରିଥିଲେ ।

 

ସୁଶାନ୍ତଙ୍କ କେସ ପର ଠାରୁ ରୋହିତ ଓ ଅକ୍ଷୟ କରଣଙ୍କୁ ତାଙ୍କ ଟଙ୍କା ଫେରସ୍ତ କରି ତାଙ୍କୁ ଏହି ଫିଲ୍ମରୁ ସଂପୂର୍ଣ୍ଣ ରୂପେ ବାହାର କରି ଦେଇଛନ୍ତି । ଏହାର କାରଣ ହେଉଛି କରଣ ଜୋହରଙ୍କୁ ଫ୍ୟାନ୍ସ ମାନେ ବହୁତ ମାତ୍ରାରେ ଘୃଣା କରୁଛନ୍ତି । ତେଣୁ ଏହାର ପ୍ରଭାବ ଫିଲ୍ମ ‘ସୂର୍ଯ୍ୟବଂଶି’ରେ ମଧ୍ୟ ପଡିବାର ସମ୍ଭାବନା ରହିଥିଲା ।ଲୋକମାନେ କରଣ ଜୋହରଙ୍କ ଫିଲ୍ମକୁ ବୟକଟ କରିବା ପାଇଁ ପୂର୍ଣ୍ଣ ପ୍ରୟାସ କରୁଛନ୍ତି ।

ଏହି ଖବରଟି ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ପ୍ରଥମ ବଡ ଖବର । ଏହା ସହିତ ଷ୍ଟାର କିଡ୍ସ ମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଟ୍ରୋଲ କରା ଯାଉଛି । ସୁଶାନ୍ତଙ୍କ ମାମଲା ପାଇଁ ଆଲିଆ ଭଟ୍ଟ, ସୋନମ କପୁର ଓ ସୋନାକ୍ଷୀ ସିହ୍ନା ଆଦି ବଡ ବଡ ଷ୍ଟାର କିଡ୍ସ ମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଛି । ଟ୍ରୋଲର ମାନଙ୍କ ଠାରୁ ବଞ୍ଚିବା ପାଇଁ ଆଲିଆ ଭଟ୍ଟ ଓ ସୋନାକ୍ଷୀ ସିହ୍ନା ଏକ ବଡ ପଦକ୍ଷେପ ଉଠାଇଥିଲେ ।

ଏହି ଦୁଇଜଣ ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟର କମେଣ୍ଟ ସେକ୍ସନକୁ ବ୍ଲକ କରିଦେଇଥିଲେ । ସୁଶାନ୍ତଙ୍କ ମାମଲାରେ ପୋଲିସର ତଦାରଖ ଲଗାତାର ଲାଗିରହିଛି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା ସତକୁ ଜାଣିବା ପାଇଁ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଲଗାତାର ସୋସିଆଲ ମିଡିଆରେ ପ୍ରୟାସ କରୁଛନ୍ତି ।

ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏହି ମାମଲାର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *