ତଳେ ଗଡି ଗଡି ଛକା ମାରିଲେ Surya Kumar, ଦେଖି ଦିବାନା ହେଲେ ଫ୍ୟାନ୍ସ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ତୃତୀୟ ଟି-20 ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ତେବେ ସୂର୍ଯ୍ୟ କୁମାର ଙ୍କ ପ୍ରମୁଖ ଭୂମିକା ଭାରତକୁ ବିଜୟ କରିବାରେ ସାହାର୍ଯ୍ୟ କରିଛି । ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଏକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ଏଥିରେ ଭାରତୀୟ କ୍ରିକେଟର ସୂର୍ଯ୍ୟ କୁମାର ତଳେ ଗଡି ଗଡି ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ।

ଏହି ଭି-ଡି-ଓ ଭା-ଇ-ରା-ଲ ହେବାରେ ଏଭଳି ଭାବରେ ଲାଗିଛି ଯେ ସୂର୍ଯ୍ୟ କୁମାର ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ମୁଖପାତ୍ର ହୋଇଛନ୍ତି । ସୂର୍ଯ୍ୟ କୁମାର ଙ୍କ ଏହିଭଳି ବ୍ୟାଟିଂ ଦେଖି ସମସ୍ତ ଖେଳାଳୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚ ଖେଳାଯାଉଥିବା ସମୟରେ, ଟସ ଜିତି ଭାରତୀୟ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ମ୍ୟାଚରେ ନିଜର ବିସ୍ଫୋରକ ଭାବରେ ଶତକ ମାରିଛନ୍ତି ଟିମ ଇଣ୍ଡିଆର ମିଷ୍ଟର 360 ସୂର୍ଯ୍ୟ କୁମାର ଯାଦବ । ଖବର ଅନୁଯାୟୀ ମାତ୍ର 45  ବଲରେ ଶତକ ମାରିଛନ୍ତି ସୂର୍ଯ୍ୟ କୁମାର । ଏଥିରେ 8 ଟି ଛକା ସହିତ 7 ଟି ଚଉକା ସାମିଲ ରହିଥିଲା । ଏହାପରେ ଟିମ ଇଣ୍ଡିଆ ସମୁଦାୟ 227 ରନର ଲକ୍ଷ ରଖିପାରିଥିଲା ଶ୍ରୀଲଙ୍କା ବିପକ୍ଷରେ । ଏହା ସହିତ ମ୍ୟାଚର ତେରତ୍ତମ ଓଭରରେ ଏକ ଅଦ୍ଭୁତ୍ତ ଛକା ମାରିଥିଲେ ସୂର୍ଯ୍ୟ କୁମାର, ଶ୍ରୀଲଙ୍କା ପକ୍ଷରୁ ବୋଲିଂ କରିବାକୁ ଆସିଥିଲେ ଦିଲସନ ।

ସୂର୍ଯ୍ୟ କୁମାର ଯାଦବ ତେରତମ ଓଭରର ଦ୍ଵିତୀୟ ବଲ କୁ ତଳେ ଗଡି ରହି ପଛକୁ ସଟ ଖେଳିଥିଲେ । ଏହା ଛକା ହୋଇଥିଲା ଏହା ଦେଖି ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ସହିତ ଭାରତୀୟ ଖେଳାଳୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଣୁ ବର୍ତ୍ତମାନ ଏହି ଭି-ଡି-ଓ ଟି ଜୋରଦାର ଭା-ଇ-ରା-ଲ ହେବା ସହିତ ସୂର୍ଯ୍ୟ କୁମାର ଙ୍କ ଫ୍ୟାନ୍ସ ମାନେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି ।

ଭାରତୀୟ ଟିମ ଙ୍କୁ ନିଶ୍ଚିତ ଭାବରେ ଏହିଭଳି ଖେଳାଳୀ ଆବଶ୍ୟକ ଯିଏ ନିଜର 100 ପ୍ରତିଶତ ଖେଳରେ ଦେଇପାରିବ । ତେବେ ମିଷ୍ଟର ସୂର୍ଯ୍ୟ କୁମାର ଙ୍କ ଏହିଭଳି ଶତକକୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *