Vastu Shastra- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ସାରା ଜୀବନ ଗରିବ ହିଁ ରହିବେ

ପୂରାଣ ଅନୂସାରେ କୁହାଯାଏ ଯେ କି ସଂସାରର ସମସ୍ତ ମଣିଷଙ୍କୁ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଅବଶ୍ୟ ଜଳ ଚଢେଇବା ଦରକାର । ତମ୍ବାର ଗଡୁରେ ଜଳ ଚଢେଇବା ବହୁତ ଭଲ ମାନନ୍ତି । ଜଳ ସହିତ ଚାଉଳ ଏବଂ ଫୁଲ ବିସର୍ଜନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଚଢେଇବା ଦ୍ଵାରା ସୂର୍ଯ୍ୟଦେବ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଜଳ ଚଢେଇବା ସମୟରେ ସୂର୍ଯ୍ୟଦେବଙ୍କର ମନ୍ତ୍ର ଉଚାରଣ କରିବା ଦରକାର । ଏହା କରିବା ଦ୍ଵାରା ମନରେ ସକରାତ୍ମକ ଉର୍ଜା ପ୍ରବେଶ କରେ ।

ଯେଉଁ ଲୋକଙ୍କର ସ୍ୱାସ୍ଥ୍ୟ ସବୁବେଳ ଖରାପ ହୋଇଥାଏ ଯଦି ସେ ଲୋକ ସବୁଦିନ ସକାଳୁ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତି ତା ହେଲେ ତାଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଯେଉଁ ସବୁ ସମସ୍ୟା ହୁଏ, ସେହି ସବୁର ନିବାରଣ ପ୍ରାପ୍ତହୁଏ । ବହୁତ ଲୋକଙ୍କର କୁଣ୍ଡଳୀରେ ସୂର୍ଯ୍ୟଙ୍କର ଦଶା ଠିକ ନଥାଏ ସେହି ଲୋକଙ୍କୁ ଅବଶ୍ୟ ସବୁଦିନେ ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢେଇବା ଦରକାର ।

ଏହା କରିବା ଦ୍ଵାରା ଯାହା ବି ତାଙ୍କ ଘରେ ଖରାପ ଅଛି ସେଥିରେ ସୁଧାର ଆସିଥାଏ । ପ୍ରଶ୍ନ ଏହା ଯେ କି ସୂର୍ଯ୍ୟଭଗବାନଙ୍କୁ କିପରି ଏବଂ କେତେବେଳେ ଜଳ ଚଢେଇବା ଦରକାର । ଚାଲନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ଜଳ ଚଢେଇବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବା ଦରକାର ।

୧ : ପୂର୍ବଦିଗକୁ ମୁହଁ କରନ୍ତୁ

ସୂର୍ଯ୍ୟଦେବଙ୍କୁ ସବୁବେଳେ ପୂର୍ବଦିଗକୁ ମୁହଁ କରି ଜଳ ଚଢେଇବା ଦରକାର । ଜଳ ଚଢେଇବା ସମୟରେ ଜଳ ଛିଟିକା ମାରି ଆପଣଙ୍କ ପାଦରେ ନ ପଡିବା ଦରକାର । ସବୁବେଳେ ଏହି କଥାର ଧ୍ୟାନ ରଖନ୍ତୁ ଯେଉଁଠୁ ବି ଆପଣ ଜଳ ଚଢାଉଛନ୍ତି ସେହି ସ୍ଥାନରୁ ସୂର୍ଯ୍ୟଙ୍କୁ ଦେଉଥିବା ଅର୍ଘ୍ୟ ର ଜଳ ଆପଣଙ୍କ ପାଦରେ କଦାପି ନପଡିବା ଦରକାର । କାହିଁକି ନା ଏହା ଦ୍ଵାରା ସୂର୍ଯ୍ୟଦେବ କ୍ରୋଧିତ ହେଇଥାନ୍ତି । ଆପଣଙ୍କ ଉପରେ କାହାର ଅଶୁଭ ଦ୍ରୁଷ୍ଟି ପଡିପାରେ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢେଇବା ସମୟରେ ସୂର୍ଯ୍ୟଦେବଙ୍କ ଏହି ମନ୍ତ୍ର ଜପ କରନ୍ତୁ । ଔଁ ସୂର୍ଯ୍ୟାୟ ନମଃ ।

୨ : ବିନା ସ୍ନାନ କରି ଜଳ ଚଢାନ୍ତୁ ନାହିଁ

ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ । ବିନା ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ ନାହିଁ । ସୂର୍ଯ୍ୟଦେବଙ୍କୁ ସ୍ଵଚ୍ଛତା ବହୁତ ହିଁ ପସନ୍ଦ ଅଟେ । ଏମିତିରେ ଆପଣ ବିନା ସ୍ନାନ କରି ଜଳ ଚଢେଇବେ ତାହାଲେ ସେ ଆପଣଙ୍କ ଉପରେ ରାଗିଯିବେ । ଏବଂ ଆପଣ ଯେଉଁ କାରଣ ରୁ ଜଳ ଚଢାଉଥିଲେ ସେହି କାର୍ଯ୍ୟରେ ବି ଆପଣ ଅସଫଳ ହୋଇଯିବେ ।

୩ : ତମ୍ବା ପାତ୍ରର ଉପଯୋଗ


ଆଜିକାଲି ପ୍ଲାଷ୍ଟିକ ର ବଡ ଫ୍ୟାସନ ଚାଲିଛି । ପ୍ଲାଷ୍ଟିକ ର କୌଣସି ବି ପ୍ରକାରର ପାତ୍ରରେ ସୂର୍ଯ୍ୟଦେବଙ୍କୁ ବିଲକୁଲ ବି ଜଳ ଅର୍ପଣ କରନ୍ତୁନାହିଁ । ଏହା ବ୍ୟତୀତ ସ୍ଟିଲ, ପିତଳ, କାଚ ଇତ୍ୟାଦି ପାତ୍ରର ପ୍ରୟୋଗ ବିଲକୁଲ ବି ନକରନ୍ତୁ । ସୂର୍ଯ୍ୟଦେବଙ୍କୁ ଜଳ ଚଢେଇବା ପାଇଁ ସବୁବେଳେ ତମ୍ବା ପାତ୍ରର ପ୍ରୟୋଗ କରିବା ଦରକାର । ଏହାପଛରେ ବୈଜ୍ଞାନିକ କାରଣ ଏହାଯେ ସୂର୍ଯ୍ୟଦେବଙ୍କ ଉଷ୍ମତାରୁ ପ୍ଲାଷ୍ଟିକରୁ କିଛି ଜହରିଲା ଗ୍ୟାସ ବାହାରେ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ।

୪ : ବ୍ରହ୍ମ ମୂହୁର୍ତ୍ତରେ ହିଁ ଅର୍ପଣ କରନ୍ତୁ ଜଳ


ଚେଷ୍ଟା କରନ୍ତୁ ଆପଣ ବ୍ରହ୍ମ ମୂହୁର୍ତ୍ତ ରେ ହିଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ବ୍ରହ୍ମ ମୂହୁର୍ତ୍ତ ଅର୍ଥାତ ସକାଳ ୩ଟା ରୁ ୫ଟା ପର୍ଯ୍ୟନ୍ତ ସମୟ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ସବଠୁ ଭଲ ସମୟ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *