ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କହି ଦିଅନ୍ତୁ ଏହି ମନ୍ତ୍ର, ହେବ ଧନର ବର୍ଷା – Ajira Anuchinta

ସୂର୍ଯ୍ୟ ସକଳ ଶକ୍ତି ର ଆଧାର । ଦିନ୍ଦୁ ଧର୍ମ ରେ ୩୩ କୋଟି ଦେବତା ଅଛନ୍ତି । ହିନ୍ଦୁ ଧର୍ମ ରେ ସୂର୍ଯ୍ୟ ଦେବ ଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି । ସୂର୍ଯ୍ୟ ଦେବ ପୃଥିୀବୀ ପୃଷ୍ଟରେ ସାକ୍ଷାତ ଦର୍ଶନ ଦେଇଥାନ୍ତି । ଜୀବନ ଯାପନ କରିବା ପାଇଁ ସୂର୍ଯ୍ୟ ଦେବ ଅତ୍ୟନ୍ତ ଆବଶ୍ୟକ । ଯେଉଁ ବ୍ୟକ୍ତି ର ଜାତକରେ ସୂର୍ଯ୍ୟ ଦେବ ସଠିକ୍ ସ୍ଥାନରେ ରହିଥାନ୍ତି ସେହି ବ୍ୟକ୍ତି ରାଜପଦ ପ୍ରାପ୍ତି କରିଥାଏ । ଏହି ବ୍ୟକ୍ତି ମାନେ ସବୁ ଜାଗାରେ ସମ୍ମାନ ପାଇଥାନ୍ତି । ଚାକିରି କ୍ଷେତ୍ର ରେ ମଧ୍ୟ ଉନ୍ନତି ମିଳିଥାଏ ।

ସୂର୍ଯ୍ୟଦେବ ଙ୍କୁ ଦେବତା ମାନଙ୍କର ରାଜା ବୋଲି ସମ୍ଭୋଦନ କରାଯାଏ । ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତି ର ସମସ୍ତ ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିବର୍ତନ ହୋଇଯାଏ । ସମସ୍ତ ଗ୍ରହ ଅନୁକୂଳ ହୋଇଯାଆନ୍ତି ଓ ବ୍ୟକ୍ତିକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ସୂର୍ଯ୍ୟ ଙ୍କୁ ପ୍ରସନ୍ନ କରିବା ପାଇଁ ସକାଳେ ଜଳ ଅର୍ପଣ କରିବା ଅତ୍ୟନ୍ତ ଆବଶ୍ୟକ । ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରେ ସେ ତା ଜୀବନରେ କେବେ ବି ହାରି ନଥାଏ, ସେ ସର୍ବଦା ଖୁସିରେ ରହେ, ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିପାରେ । ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟ ଙ୍କୁ ପୂଜା କରିବାର ମହିମା ଲେଖା ଅଛି ।

ଭଗବାନ ବିଷ୍ଣୁ ରାମ ଅବତାର ନେଇଥିବା ବେଳେ ସେ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଉଥିଲେ । ଯାହା ଦ୍ଵାରା ସେ ରାବଣ ର ସମସ୍ତ ପ୍ରୟାସ କୁ ବିଫଳ କରିଥିଲେ । ସୂର୍ଯ୍ୟଙ୍କ ଆରାଧନା ଯୋଗୁ ଆପଣଙ୍କ ଙ୍କ ର ସମସ୍ତ ସମସ୍ୟା ଦୂରରେ ରହିବ, ଚାକିରି ରେ ପଦର୍ନୋତୀ ହେବ । ଯମ ରାଜା ଙ୍କ ପିତା ସୂର୍ଯ୍ୟ ଦେବ ଅଟନ୍ତି, ଯିଏ ସୂର୍ଯ୍ୟ ଦେବ ଙ୍କୁ ପ୍ରସନ୍ନ କରିପାରେ ସେ ମଧ୍ୟ ସୂର୍ଯ୍ୟ ଦେବ ଙ୍କୁ ପ୍ରସନ୍ନ କରିପାରେ। ଅକାଳ ମୃତ୍ୟୁ ରୁ ରକ୍ଷା ପାଇବେ।

ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠି ସ୍ନାନ ସାରି, ସୂର୍ଯ୍ୟ ଆସିବା ସମୟରେ ଦୀପ ରେ କିଛି ସୋରିଷ ତେଲ ନେଇ ଜାଳନ୍ତୁ ଓ ଆପଣଙ୍କ ମନସ୍କାମନା କୁହନ୍ତୁ । ତା ପରେ ତମ୍ବା ପାତ୍ର ରେ ଜଳ ନେଇ ପୂର୍ବ ଦିଗକୁ ଜଳ ଅର୍ପଣ କରିବା ସମୟ ରେ ଓଁ ସୂର୍ଯ୍ୟ ଦେବାୟ ନମଃ ମନ୍ତ୍ର କୁ ୩ ଥର ଜପ କରନ୍ତୁ ।

ଜଳ ଅର୍ପଣ କରି ଭୂମିଷ୍ଟ ପ୍ରଣାମ କରି ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ନିଅନ୍ତୁ । ଯମୁନା ନଦୀ ସୂର୍ଯ୍ୟ ଦେବ ଙ୍କ କନ୍ୟା ଅଟନ୍ତି । ଆପଣ ଜଳ ଅର୍ପଣ କରିବା ସମୟ ରେ ସେହି ଜଳ ରେ ଯମୁନା ନଦୀ ର କିଛି ବୁନ୍ଦା ଜଳ ମିଶାଇ ଅର୍ପଣ କଲେ ଧନ ର ଅଭାବ, ଅକାଳ ମୃତ୍ୟୁ, ରୋଗ ବ୍ୟାଧି ଆଦି ରୁ ମୁକ୍ତି ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *