‘ଓଡ଼ିଶା ଆସିଲେ ତୁମ ମୁହଁରେ ଗୋବର ବୋଳିବୁ, ଜଣେ ଅନେସ୍ଟ, ହାଇଏଜୁକେଟେଡ ଲେଡିଙ୍କୁ ସେ ଯାହା କହିଲେ ଆମେ ତାଙ୍କୁ…’ Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତର ସାମ୍ବିଧାନିକ କାର୍ଯ୍ୟଧାରାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଖରାପ ମନ୍ତବ୍ୟ ନେଇ ଏବେ ସାରା ମାହୋଲରେ ଚର୍ଚାର ବିଷୟବସ୍ତୁ ହେଉଛି । ପଶ୍ଚିମବଙ୍ଗ ବରିଷ୍ଟ ନେତା ଅଖିଳ ଗିରି ରାଷ୍ଟ୍ରପତିଙ୍କ ପାଇଁ ଯେଉଁ ପ୍ରକାର ବର୍ଣ୍ଣ ନୀତିକୁ ନେଇ ସମାଲୋଚନା କରିଛନ୍ତି । ଏହି କଥାକୁ ନେଇ କଙ୍ଗ୍ରେସ ନେତା ସୁର ରାଉତ ଘୋର ବିରୋଦ୍ଧ କରିଛନ୍ତି ।

ମାନ୍ୟବର ସୁର ରାଉତଙ୍କ କହିବା ଅନୁସାରେ ରାଷ୍ଟ୍ରପତିଙ୍କୁ ନେଇ ୱେଷ୍ଟ ବେଙ୍ଗଲର ନେତା ଏପରି ନିନ୍ଦନୀୟ କଥା କହିବା ବହୁତ ବଡ ଅପମାନ ଜନକ କଥା ଅଟେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ମହୀୟସୀ ଓ ଉଚ ଶିକ୍ଷିତ ମହିଳା ଏହା ସହିତ ସେ ରାଜନୀତିରେ ବହୁ ସଂଘର୍ଷ କରି ଅନେକ ପଦବୀରେ ରହି ତାପରେ ରାଷ୍ଟ୍ରପତି ପଦବୀରେ ଅଧିକାରିଣୀ ହୋଇପାରିଛନ୍ତି ।

ଏହା ସହିତ ଓଡିଶାର ନାମ ଉଜ୍ଜଳ କରିବା ସହିତ ଓଡିଶା ତଥା ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବର କାରଣ ପାଲଟିଛନ୍ତି । ତାଙ୍କର ଏପରି ସମ୍ମାନଜନକ କାର୍ଯ୍ୟ  ତାଙ୍କର ଯେତେ ପ୍ରଶଂସା କରିଲେ ମଧ୍ୟ କମ୍ ପଡିଯିବ । ଏହା ସତ୍ବେ ମଧ୍ୟ ରାଷ୍ଟ୍ରପତିଙ୍କୁ ନେଇ ଏପରି ଖରାପ ମନ୍ତବ୍ୟ ରଖୁଥିବା ଲୋକ ବହୁତ ବଡ ଭୁଲ୍ କରୁଛନ୍ତି ବୋଲି ମାନ୍ୟବର ସୁର ରାଉତଙ୍କର ମତ ଅଟେ ।

କଳା ବର୍ଣ୍ଣକୁ ନେଇ ସମ୍ମାନୀୟ ଦ୍ରୌପଦୀ ମୁର୍ମୁଙ୍କୁ ଏପରି କଟାକ୍ଷ ବାକ୍ୟ ରାଷ୍ଟ୍ରପତିଙ୍କ ପାଇଁ ବହୁତ ବଡ ଅପମାନ ବୋଲି ବୁଦ୍ଧିଜୀବୀଙ୍କର ମତ ରହୁଛି । ମାନ୍ୟବର ସୁର ରାଉତଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗର ନେତା ଅଖିଳ ଗିରିଙ୍କର ରାଷ୍ଟ୍ରପତିଙ୍କ ପାଇଁ ଏପରି ଔଦ୍ଧତ୍ୟପୂର୍ଣ୍ଣ ମନ୍ତବ୍ୟ କହିଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରିଯିବା ଯିବା ଉଚିତ ବୋଲି କହିଛନ୍ତି ।

ଏହା ସହିତ ତାଙ୍କୁ ଆରେଷ୍ଟ କରିଯିବା ମଧ୍ୟ ମଧ୍ୟ ମିଡିଆରେ ପ୍ରକାଶ କରିଛନ୍ତି । ମନ୍ତ୍ରୀ ସୁର ରାଉତଙ୍କ କଥା ଅନୁଯାଇ ଯଦି ୱେଷ୍ଟବେଙ୍ଗଲ ଲୋକ ଯଦି ଓଡିଶାର ମଉଡମଣୀ ସମ୍ମାନିୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏପରି କହିବେ ତେବେ ଓଡିଶାବାସୀ ନିହାତି ଭାବରେ ଏହାର ଘୋର ପ୍ରତିବାଦ କରିବେ । ସୁର ରାଉତ ମିଡିଆରେ ଏପରି ମଧ୍ୟ କଥା ବଖାଣିଛନ୍ତି ।

ଯଦି ୱେଷ୍ଟବେଙ୍ଗଲ ନେତା ଅଖିଳ ଗିରି କେବେ ଓଡିଶା ଆସନ୍ତି । ତେବେ ତାଙ୍କୁ ଗୋବର ବୋଳିବେ ବୋଲି କୁହାଯାଇଛି । ଓଡିଶା ମାଟିରେ ସେହି ଭଳି ଲୋକଙ୍କୁ କେବେ ମଧ୍ୟ ପ୍ରବେଶ କରିବା ଉଚିତ ନୁହେଁ । ଏପରି ମନ୍ତବ୍ୟ ମାନ୍ୟବର ସୁର ରାଉତ ମିଡିଆରେ ବଖାଣିଛନ୍ତି । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *