ନମସ୍କାର ବନ୍ଧୁଗଣ, ଓଡିଶାରେ ଶଙ୍ଖ ନିଜର ସ୍ଥାନ ବନାଇ ସାରିଛି ସବୁଆଡେ ଏହି କଥାର ଉତ୍ତରରେ ସମସ୍ତଙ୍କ ପ୍ରିୟ ବିଧାୟକ ସୁର ରାଉତ ରାୟ ଯେଉଁ ଭଦ୍ର ଉଦାହରଣ ରଖିଲେ ତାହା ବେସ ଯୁକ୍ତି ଯୁକ୍ତ ଥିଲା । ଶଙ୍ଖର ଅବମାନନା ନକରି ବେସ ଭଲ ଭାବରେ ସୁର ଭାଇ ସମ୍ମାନ ରକ୍ଷା କରି ନବୀନ ବାବୁଙ୍କ ଶାସନ ସମ୍ପର୍କରେ ଅବଗତ କରାଇ ଦେଲେ ଲୋକଙ୍କୁ । ତେବେ ସୁର ଭାଇ ବିଜେଡି ଏବଂ ବିଜେଡିର ନିର୍ବାଚନ ଚିହ୍ନ ଶଙ୍ଖ ମାଧ୍ୟମରେ ଯେଉଁ ବଡ କଥାଟି କହିଲେ ତାହ ଆପଣ ମାନେ ଜାଣିବା ନିହାତି ଭାବରେ ଆବଶ୍ୟକ ।
ସୁର ଭାଇ କହିଲେ ଓଡିଶାରେ ସବୁ ଶଙ୍ଖ ଏବଂ ସବୁଆଡେ ଶଙ୍ଖ । ଘର ଶଙ୍ଖ, ପାଇଖାନା ଶଙ୍ଖ, ରାସ୍ତା ଶଙ୍ଖ, ରଙ୍ଗ ବି ଶଙ୍ଖ, ସ୍କୁଲ ଘର ଶଙ୍ଖ ଆଉ ଜାଗା ନାହିଁ କେଉଁଠି ଶଙ୍ଖ ଚିହ୍ନ ରଖିବା ପାଇଁ । ସବୁଆଡେ ଶଙ୍ଖକୁ ପୋତି ସାରିଛନ୍ତି ସେମାନେ । ଆଉ ଇଲେକ୍ସନ ହେଲେ ତାଙ୍କର ଯେଉଁ ବ୍ୟାନର ଶଙ୍ଖ ମୋ ବୋପାଲୋ ଆଉ କେହି ନାହିଁ ଏଭଳି ଏକ କଥା କହିଛନ୍ତି ସୁର ରାଉତ ରାୟ ।
ଏହା ମଧ୍ୟ କହିଛନ୍ତି ସୁର ଭାଇ କି ଲୋକେ ଜାଣି ସାରିଛନ୍ତି ଲୋକେ କଣ ଏବଂ ଶଙ୍ଖ ହେଉଛି ସ୍ଵୟଂ ନାରାୟଣଙ୍କର ତାକୁ କଣ ଭାବୁଛ ତମର ବୋଲି । ଶଙ୍ଖ ହେଉଛି ନାରାୟଣଙ୍କର ଜନତାଙ୍କର ଏବଂ ଜନ ସାଧାରଣଙ୍କର ଶଙ୍ଖ । କିଛି ଲୋକ ଦଳ କରି ଶଙ୍ଖ ବୋଲି ଭବିକି ଭାବୁଛ କି ପୂଜା କରିବ ବୋଲି । ନାରାୟଣ ସେକଥା ଦେଖୁଛନ୍ତି ଏବଂ ଦେଖିବେ ଅନ୍ୟାୟ କେବେ ମଧ୍ୟ ନାରାୟଣ ସହିବେ ନାହିଁ ।
ଯେଉଁ ମାନେ ସବୁ ଶାସନ ଭିତରେ ଅନ୍ୟାୟ କରିଛନ୍ତି ତାଙ୍କୁ ସଫା କରିବେ ନାରାୟଣ । ରାଜ୍ୟର ବିକାଶରେ ବାଧା ଦେଉଥିବା ଲୋକ, ଏବଂ ରାଜ୍ୟର ଗରିବ ଲୋକଙ୍କ ପଇସା ସବୁକୁ ବରବାଦ କରାଯାଉଛି ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ବିଚାର ଚାଲିଛି ଭଗବାନଙ୍କ ଦ୍ଵାରରେ ଫଳ ନିଶ୍ଚୟ ମିଳିବ ବାସ ସମୟକୁ ଅପେକ୍ଷା କର ।
ଏହିସବୁ କଥାର ମନ୍ତବ୍ୟ ଦେଇଥିଲେ ସୁରା ରାଉତ ରାୟ ମିଡିଆ ସାମ୍ନାରେ ଆଗକୁ ଆସୁଥିବା ଇଲେକସନକୁ ଇସାରା କରି । ତେବେ କଣ ରହିବ ଫଳାଫଳ ତାହା କେବଳ ସମୟ କହିବ । ଏହା ସମ୍ପର୍କରେ ଆପଣଙ୍କ ମତ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଭୁଲିବେ ନାହିଁ ।