‘ମୋ ସ୍ତ୍ରୀକୁ ଛାଡି ମୁଁ କୁଆଡେ ଯିବିନି, ସେ ରାଷ୍ଟ୍ରପତି ହୁଅନ୍ତୁ କି ପୃଥିବୀପତି ଆଗ ମୋ ସ୍ତ୍ରୀ…’ ଦେଖନ୍ତୁ ଏମିତି କାହିଁକି କହିଲେ Sura ଭାଇ

ଦର୍ଶକ ବନ୍ଧୁ ଗତ କାଲି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଛନ୍ତି । ଗତ କାଲି ଏୟାର ପୋର୍ଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଯାଇ ଦ୍ରୌପଦୀଙ୍କୁ ସ୍ଵାଗତ କରିଥିଲେ । ଏହା ପରେ ଦ୍ରୌପଦୀ ରମାଦେବୀ କଲେଜ ଯାଇ ଏକ ସଭାରେ ଯୋଗ ଦେଇଥିଲେ । ସେହି ସଭାରେ ଦ୍ରୌପଦୀ ନିଜ କଲେଜ ବେଳର ସବୁ କଥା କହି ଭାବ ବିହୁଳ ହୋଇଥିଲେ ।

ହେଲେ ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ଅନେକ ବଡ ବଡ ନେତା ମନ୍ତ୍ରୀ ଯାଇଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ଯାଇ ପାରି ନଥିଲେ । ଏନେଇ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ରାହୁଲ ଗାନ୍ଧୀ ଆସାମ ଦେଇ ଓଡିଶା ଆସିବେ ଏଥର ପଦଯାତ୍ରା ହେବ । ରାହୁଲ ଗାନ୍ଧୀ ଆସିଲେ ବି ଏଥର କଂଗ୍ରେସ ଜିତିବ ଆଉ ନ ଆସିଲେ ବି ଏଥର କଂଗ୍ରେସ ଜିତିବ । ସେ ଯେତିକି ଚାଲି ଗଲେଣି 7 ହଜାର କିଲୋମିଟର ଗୋଟେ ହାୱା ହେଇଗଲାଣି । ରାଷ୍ଟ୍ରପତି ଆସିଛନ୍ତି କେଉଁ ପୋଲିସ ବାଲାକୁ ବନ୍ଧୁକ ଦେଇ ନାହାନ୍ତି ଭଲ କରିଛନ୍ତି ।

ଭଲ ଭଉଣୀ ଟିଏ ଆମ ଓଡିଶାର ସମ୍ମାନ ଆଉ ଭାରତର ରାଷ୍ଟ୍ରପତି । ଯଦି ସେଇଠି କିଏ ପୁଣି ଯଦି ବନ୍ଧୁକ ଫନ୍ଧୁକ ଫୁଟେଇ ଦେବ ଗୋଟେ ଅବାଗିଆ କଥା । ପୋଲିସ ହେଇ ଯଦି ଗୁଳି ଫୁଟେଇବେ ଏତେ ପୋଲିସ ଥାଇ । ବାଡି ଉଠେଇବେ ତା ହେଲେ ଦ୍ରୌପଦୀ ମୁର୍ମୁ ଦୁଇ 2 ଟଙ୍କିଆ ଦେବେ କାରଣ ଆଦିବାସୀ କୂଳରେ ଜନ୍ମ ଷ୍ଟାମିନା ଅଛି ଷ୍ଟ୍ରେନ୍ଥ ଅଛି । ବଢିଆ ଅଭିଭାଷଣ ଦେଉଛନ୍ତି ସେ କାଲି ଯେଉଁ ସବୁ କଥା କହିଛନ୍ତି ପୁରା ହୃଦୟ ସ୍ପର୍ଶୀ । ଏହି ଷ୍ଟାଣ୍ଡାର୍ଡରୁ ସେ ଉଠିକି ଯାଇଛନ୍ତି କେତେ କମ ସଂଘର୍ଷ ସେ କରିଛନ୍ତି ।

ମୋ ସ୍ତ୍ରୀ ଅପରେସନରେ ଯଦି ମୁଁ ନ ଜଗି ଥାନ୍ତି ତା ହେଲେ ମୁଁ ନିଶ୍ଚିତ ତାଙ୍କ ପାଖକୁ ଯାଇଆ ଫୁଲ ଦେଇ ଆସିଥାନ୍ତି । ସେ ଯେତେବେଳେ ପ୍ରୋଗ୍ରାମ ମୋର ଦିନ 11 ଯାଏଁ ଅପରେସନ ଚାଲିଲା । ସେ ତ 9ଟା ଭିତରେ ଗଲେ ଆଉ ମୁଁ ସ୍ତ୍ରୀକୁ ଛାଡି ମୁଁ ରାଷ୍ଟ୍ରପତି କି ପୃଥିବୀପତି କି ଯିଏ ଆସିଲେ ମୁଁ ଯିବା ପାଇଁ ପ୍ରସ୍ତୁତ ନାହିଁ ମୋର ପ୍ରଥମେ ସ୍ତ୍ରୀ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *