Supreme Court ଙ୍କ ବଡ ରାୟ, ଯୋୖନ କର୍ମୀ ଙ୍କୁ ଗିରଫ କରି ପାରିବନି ପୋଲିସ, ଯଦି ଏମିତି ହୁଏ…

ନମସ୍କାର ବନ୍ଧୁଗଣ ତେବେ ଯୌଅନ କର୍ମୀ ବା ଦେହ ବେପାରକୁ ନିଜର ପେଶା ଭାବେ ଆପଣାଇଥିବା ବ୍ୟକ୍ତିଙ୍କ ଉପରେ ଚଢାଉ ହୋଇପାରିବ ନାହିଁ । ସେମାନେ ମଧ୍ୟ ସମ୍ମାନର ସହ ବଞ୍ଚିବେ ଏବଂ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରାଯିବ । ସେମାନଙ୍କୁ କୌଣସି ପ୍ରକାରର ଶାରୀରିକ ନିଇର୍ଯାଆତନାଆ ନକରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ଏକ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦେଶର ସମସ୍ତ ବ୍ୟକ୍ତି ସାମ୍ବିଧାନିକ ସୁରକ୍ଷା ପାଇବାକୁ ହକଦାର । ଯୌଅନ ନିଇର୍ଯାଆତନାଆର ଶିକାର ହୋଇଥିବା ଯେକୌଣସି ଯୌଅନକର୍ମୀଙ୍କୁ ଆଇନ ଅନୁଯାୟୀ ତୁରନ୍ତ ଚିକିତ୍ସା ସହାୟତା ସହ ପୀଡ଼ିତାଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉଚିତ ।

ଯୌଅନକର୍ମୀଙ୍କ ପ୍ରତି ପୁଲିସର ଆଭିମୁଖ୍ୟ ଅନେକ ସମୟରେ ନିଷ୍ଠୁର ଓ ହିଂସାତ୍ମକ ରହୁଛି । ସମସ୍ତ ନାଗରିକଙ୍କୁ ସମ୍ବିଧାନ ସମାନ ଅଧିକାର ଦେଇଛି । ତେଣୁ ପୋଲିସ ସମସ୍ତ ଯୌଅନକର୍ମୀଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଉଚିତ ଏବଂ ସେମାନଙ୍କୁ ମୌଖିକ ଏବଂ ଶାରୀରିକ ଭାବେ ଦୁର୍ବ୍ୟବହାର କରିବା ଉଚିତ ନୁହେଁ । ତେବେ ସେମାନଙ୍କୁ ହିଂସା କରିବା ଉଚିତ ନୁହେଁ କିମ୍ବା ସେମାନଙ୍କୁ କୌଣସି ଯୌଅନ କାମ କରିବାକୁ ବାଧ୍ୟ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।


ତେବେ ସେହିପରି ପୋଲିସ ଏମାନଙ୍କ ଉପରେ ଚଢାଉ କରିବା କିମ୍ବା ଗିରଫଦାରୀ କରିବା ବେଳେ ଯେପରି ଏମାନଙ୍କର ଭିଡିଓ ଓ ଫଟୋ ଜାରି ନହୁଏ ସେଥିପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ କୋର୍ଟ କହିଛନ୍ତି । କାରଣ ଏମାନେ ପୀଡିତ ହୁଅନ୍ତୁ କିମ୍ବା ଅଭିଯୁକ୍ତ ହୁଅନ୍ତୁ ଏମାନଙ୍କର ଫଟୋ ପ୍ରସାରଣ କରିବା ଫଳରେ ସେମାନଙ୍କ ପରିଚୟ ପ୍ରକାଶ ପାଇବ ।

ସେହିପରି ସ୍ଥାୟୀ ଠିକଣା ନଥିବାରୁ ଆଧାର କାର୍ଡ ମିଳୁନାହିଁ ଏମାନଙ୍କୁ କିନ୍ତୁ ଏବେ ଏହି ଶ୍ରେଣୀର ଲୋକଙ୍କୁ ଆଧାର କାର୍ଡ ଦେବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଉଲ୍ଲେଖ ଯୋଗ୍ୟ ଯେ ଯୌଅନ କର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ୨୦୧୧ ରେ ସୁପ୍ରିମକୋର୍ଟ ଏକ ପ୍ୟାନେଲ ଗଠନ କରିଥିଲେ ।


ଏଥିପାଇଁ ଟର୍ମ ଅଫ୍ ରେଫେରେନ୍ସ ଜାରି କରିଥିଲେ । ୨୦୧୬ ରେ ପ୍ୟାନେଲ ଏ ନେଇ ଏକ ବିସ୍ତୃତ ରିପୋର୍ଟ କୋର୍ଟରେ ପ୍ରଦାନ କରିଥିଲେ । ପ୍ୟାନେଲର ରିପୋର୍ଟକୁ କେନ୍ଦ୍ର ସରକାର ମଧ୍ୟ ଗ୍ରହଣ କରିଥିଲେ । ହେଲେ ବିଲ୍ ପ୍ରସ୍ତୁତି ଚାଲିଛି କହି କେନ୍ଦ୍ର ସରକାର ଏହାକୁ ଗଡାଇ ଚାଲିଥିଲେ । ଏହାପରେ ସୁପ୍ରିମକୋର୍ଟ ନିଜର କ୍ଷମତା ବ୍ୟବହାର କରି ବିଧେୟକ ଆସିବା ଯାଏ ପ୍ୟାନେଲ ଦ୍ୱାରା ଦିଆ ଯାଇଥିବା ପ୍ରସ୍ତାବକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *