ଗତ 6 ମାସର ସବୁ ରେକର୍ଡ ଭାଙ୍ଗିଲା ସୁନା ଚାନ୍ଦି, ଜାଣନ୍ତୁ କେତେ ରହିଛି ଆଜିର Gold ଓ Silver ରେଟ

ଲଗାତାର ୩ ଦିନ ଧରି ସୁନାର ଦାମ ହ୍ରାସ ପାଇବାରେ ଲାଗିଛି । ସେପଟେ ଡଲାର ମୂଲ୍ୟ ବଢୁଥିବାରୁ ଓ କରୋନା ଟୀକା ଆସିବାର ସମ୍ଭାବନା ବଢୁଥିବାରୁ ଏପରି ହେଉଥିବାର କୁହାଯାଉଛି । ତେବେ ଗତ ମାସରେ ସୁନାର ମୂଲ୍ୟ ସର୍ବାଧିକ ସ୍ତର ୫୬,୧୦୦ ଟଙ୍କାରେ ପହଞ୍ଚିଥିଲା । ଆପଣଙ୍କୁ କହି ଦେଉଛୁ କି ଆଜି ମଲ୍ଟି କାମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନାର ଦାମ ୫୭୨ ଟଙ୍କା ହ୍ରାସ ପାଇ ୫୮,୯୪୯ ଟଙ୍କାରେ ପହଞ୍ଚିଛି ।

ଏହା ଗତ ୬ ମାସ ମଧ୍ୟରେ ସର୍ବ ନିମ୍ନ ଦାମ ବୋଲି କୁହାଯାଉଛି । ଆପଣଙ୍କୁ କହି ଦେଉଛୁ କି ସୁନାର ଦାମ MCX ରେ ଓ ବିକ୍ରି ହେଉଥିବା ସୁନାରେ ବହୁତ ଅନ୍ତର ରହିଥାଏ । ତେବେ ଆସନ୍ତୁ ଏବେ ଜାଣିବା ଭୁବନେଶ୍ଵର ବଜାରରେ ସୁନାର ଦାମ କେତେ ରହିଛି ।

ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୫୫ ଟଙ୍କା ହ୍ରାସ ପାଇ ୪,୭୫୫ ଟଙ୍କାରେ ପହଞ୍ଚିଛି । ସେଇଠି ୨୨ କ୍ୟାରେଟ ସୁନା ସୁନା ୮ ଗ୍ରାମ ପ୍ରତି ୪୪୦ ଟଙ୍କା ହ୍ରାସ ପାଇ ୩୮,୦୪୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୫୦ ଟଙ୍କା ହ୍ରାସ ପାଇଁ ୪୭,୫୫୦ ଟଙ୍କାରେ ପହଞ୍ଚିଛି ଓ ୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୫୫୫୦ ଟଙ୍କା ହ୍ରାସ ପାଇ ୪,୭୫,୫୦୦ ଟଙ୍କାରେ ପହଞ୍ଚିଛି ।

୨୪ କ୍ୟାରେଟ ସୁନାର ଦାମ

ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୬୦ ଟଙ୍କା ହ୍ରାସ ପାଇ ୫,୧୮୭ ଟଙ୍କା ରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୪୮୦ ଟଙ୍କା ହ୍ରାସ ପାଇ ୪୧,୪୯୬ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା ହ୍ରାସ ପାଇ ୫୧,୮୭୦ ଟଙ୍କାରେ ପହଞ୍ଚିଛି ଓ ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା ୬୦୦୦ ଟଙ୍କା ହ୍ରାସ ପାଇ ୫,୧୮,୭୦୦ ଟଙ୍କାରେ ପହଞ୍ଚିଛି ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୪୬,୪୨୬ ଟଙ୍କା ରହିଛି। ୨୪ କ୍ୟାରେଟ୍‌ ସୁନାର ଦାମ୍ ୫୦,୬୮୩ ଟଙ୍କା ରହିଛି । ତାହା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି। ସେହି ସମୟରେ ରୁପା ମଧ୍ୟ କେଜି ପିଛା ଦର ୫୮,୯୪୯ ଟଙ୍କାକୁ ହ୍ରାସ ପାଇଛି।

ସେହିପରି ଆନ୍ତର୍ଜାତିକ ବଜାରରେ ଆଉନ୍ସ ପିଛା ସୁନାର ଦାମ ୧୮୭୬ ଡଲାରକୁ ହ୍ରାସ ପାଇଛି ଯାହା ଗତ ଛଅ ମାସ ଭିତରେ ସର୍ବନିମ୍ନ ଦର ବୋଲି କୁହାଯାଉଛି। ତେବେ ଏହାର ମୁଖ୍ୟ କାରଣ ହେଉଛି ଡଲାର ର ମୂଲ୍ୟ ବଢିବାରେ ଲାଗିଛି ଓ ଅର୍ଥ ବ୍ୟବସ୍ଥା ଦୃଢ ହେବାରେ ଲାଗିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *