Sumit ଙ୍କ ସାଙ୍ଗ କଲେ Tapaswini ଙ୍କ ବାପାଙ୍କୁ ଫୋନ୍, ଆଉ କହିଲେ ‘ଝିଅ ପାଇଁ କେତେ ଟଙ୍କା ନବ କୁହ ?’ ଆଉ ତା’ ପରେ …ଦେଖନ୍ତୁ ଏହି Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦର ଜିଲ୍ଲା କୋର୍ଟ ଶୁଣାଣୀ ଏବେ ଆସନ୍ତା ଜାନୁୟାରୀ ୪ ତାରିଖରେ ହେବାକୁ ଯାଉଛି । ତେବେ ଏହି ମାମଲାକୁ ନେଇ ସବୁବେଳେ କିଛି ନା କିଛି ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତପସ୍ଵିନୀ ଦୀର୍ଘ ଦେଢ ମାସ କାଳ ଧାରଣାରେ ବସିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସଂଘର୍ଷ ଜାରି ରହିଛି ଓ ଜନସାଧାରଣ ମାନଙ୍କ ସମର୍ଥନ ତାଙ୍କୁ ମିଳିଛି । ଅନ୍ୟ ପକ୍ଷରେ ସୁମିତ ନିଜ ସ୍ତ୍ରୀ ତପସ୍ଵିନୀଙ୍କୁ ସ୍ଵୀକାର କରିବା ପାଇଁ ଚାହୁଁ ନାହାନ୍ତି ।

ତେବେ ବନ୍ଧୁଗଣ ଏହି ମାମଲାଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ଓ ଏହି ମାମଲା ସହ ଜଡିତ ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଅଡିଓ କଲ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁମିତଙ୍କ ସାଙ୍ଗ ତପସ୍ଵିନୀଙ୍କ ବାପାଙ୍କ ସହ ଏହି କଲ୍ ରେ କଥା ହେଉଥିବାର ଜଣା ପଡିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁମିତଙ୍କ ସାଙ୍ଗ ସେହି ଅଡିଓ କଲ୍ ରେ କହୁଛନ୍ତି-‘ଆପଣଙ୍କ ଜ୍ଵାଇଁ ମୋର ସାଙ୍ଗ ହେବେ ଓ ତାଙ୍କର ମୋର ଭଲ ସମ୍ପର୍କ ଅଛି । ଆପଣଙ୍କ ଝିଅକୁ ରଖିବା ପାଇଁ ସୁମିତଙ୍କର ଇଛା ନାହିଁ । ଆପଣଙ୍କର କଣ ଦରକାର କୁହନ୍ତୁ ସେ ଚାହୁଁ ଛନ୍ତି ଏହି ମାମଲାଟିକୁ ରଫା ଦଫା କରିବା ପାଇଁ ‘ ।

ଏହା ପରେ ତପସ୍ଵିନୀଙ୍କ ବାପା ଉତ୍ତର ଦେଇ କହୁଛନ୍ତି-‘ତାକୁ କହିଦିଅନ୍ତୁ ତାକୁ କେତେ ଟଙ୍କା ଦରକାର ମୁ ଦେବି । ସେ ଯେତେ ଯାହା କରିଲେ ମଧ୍ୟ ତାର ପିଛା ଛାଡିବାର ପ୍ରଶ୍ନ ଉଠୁ ନାହିଁ । ସେ ବିବାହ କରି ଦେଢ ବର୍ଷ ରହିବା ପରେ ଛାଡିବା କଥା କହୁଛି । ସେ କେତେ ଟଙ୍କା ନେବ କୁହ ଆମେ ଦେବୁ ହେଲେ ସେ ଆମ ଝିଅକୁ ବି ରଖିବ’  । ଏହା ପରେ ସୁମିତଙ୍କ ସାଙ୍ଗ କହୁଛନ୍ତି-‘ସେ ଆପଣଙ୍କ ଝିଅକୁ ନେଇ ରଖିଥାନ୍ତେ ହେଲେ ମୁଖ୍ୟ କଥା ହେଉଛି ତାଙ୍କ ଘର ଲୋକ କେହି ବି ତାଙ୍କ ସପୋର୍ଟରେ ନାହାନ୍ତି ‘ ।

ଏହା ପରେ ତପସ୍ଵିନୀଙ୍କ ବାପା କହୁଛନ୍ତି-‘ଘର ଲୋକ ସପୋର୍ଟ ନକରନ୍ତୁ କାରଣ ଯେତେବେଳେ ସେ ବାହା ହେଇଥିଲା ସେତେବେଳେ ସେ ଘର ଲୋକକୁ ପଚାରି ଥିଲା କି’ । ଏହି କଲ୍ ରେକର୍ଡିଙ୍ଗଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି କଲ୍ ରେକର୍ଡିଙ୍ଗ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *