Tapaswini ଙ୍କ ଧର୍ଯ୍ୟ ଆଉ ପ୍ରେମର ପରୀକ୍ଷା ନେଉଛନ୍ତି କି Sumit ?

ବନ୍ଧୁଗଣ, ଡ଼ାକ୍ତର ସୁମିତ କ’ଣ ତପସ୍ଵିନୀଙ୍କ ପ୍ରେମର ପରୀକ୍ଷା ନେବାକୁ ଚାହୁଁଛନ୍ତି ? ଡ଼ାକ୍ତର ସୁମିତ କ’ଣ ଜାଣିବାକୁ ଚାହୁଁଛନ୍ତି ତାଙ୍କ ଅନୁପସ୍ଥିତିରେ ତପସ୍ଵିନୀ କିଭଳି ବ୍ୟବହାର କରୁଛନ୍ତି ? ସୂଚନା ଅନୁଯାୟୀ ଡାକ୍ତର ସୁମିତ କୁଆଡେ ଯାଇ ନାହାନ୍ତି ବରଂ ବାଲିଶିରାରେ ହିଁ ଅଛନ୍ତି । ବର୍ତ୍ତମାନ ଅସୁସ୍ଥ ଅଛନ୍ତି ସୁମିତ ଆଉ ତପସ୍ଵିନୀଙ୍କ ଅଭିଯୋଗ ଭୁଲ ବୋଲି ମଧ୍ୟ ସୁମିତଙ୍କ ଓକିଲ କହିଛନ୍ତି । ସୁମିତ ଭଡ଼ାଘର ଖୋଜୁଛନ୍ତି ଏବଂ ତା’ସହିତ ଡ଼ାକ୍ତର ସୁମିତ ତପସ୍ଵିନୀଙ୍କୁ ଛାଡ଼ି ପଳେଇବାର ଅଭିଯୋଗ ଭୁଲ ବୋଲି ତାଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

ତେଣୁ ଏବେ ପ୍ରଶ୍ନ ଉଠୁଛି ଡ଼ାକ୍ତର ସୁମିତ କ’ଣ ପାଇଁ ତପସ୍ଵିନୀଙ୍କୁ ଭଡ଼ାଘର ଖୋଜିବା କଥା ଏବଂ ସେହି ଉଦ୍ଦେଶ୍ୟରେ ସେ ଛୁଟି ନେଇଥିବା କଥା କହିଲେ ନାହିଁ ? ଅନ୍ୟପଟେ ଆଉ ଏକ ପ୍ରଶ୍ନ ଉଠୁଛି ସୁମିତ କାହିଁକି ଏ କଥାକୁ ଏବେ ନିଜ ଓକିଲଙ୍କ ମାଧ୍ୟମରେ ବାହାରକୁ ଆଣୁଛନ୍ତି ଯେ ସେ କୁଆଡେ ଯାଇନାହାନ୍ତି ? ମାନ୍ୟବର କୋର୍ଟ କହିଥିଲେ, ଏବେ ତପସ୍ଵିନୀଙ୍କ ସବୁ ଦାୟିତ୍ଵ ସୁମିତ ଙ୍କର ।

ଯଦି ସୁମିତ ତପସ୍ଵିନୀଙ୍କ ସବୁ ଦାୟିତ୍ଵ ନେଉଛନ୍ତି, ତେବେ କ’ଣ ପାଇଁ ନିଜ ସ୍ତ୍ରୀ କୁ ମାନସିକ ରୂପେ ନିର୍ଯ୍ୟାତନା ଦେଉଛନ୍ତି ? ସ୍ତ୍ରୀ କାନ୍ଦି କାନ୍ଦି ଏହି ସବୁ କଥା ଗଣମାଧ୍ୟମ ଆଗରେ କହିବା ଠାରୁ ଆରମ୍ଭ କରି ପୋଲିସ ଓ ନିଜ ଓକିଲ ସମସ୍ତଙ୍କୁ ମଧ୍ୟ କହିଛନ୍ତି ଯେ ସୁମିତ ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି । ଡ଼ାକ୍ତର ସୁମିତ ତପସ୍ଵିନୀଙ୍କ ସହ କେତେବେଳେ ଭଲରେ ରହୁଛନ୍ତି ତ କେତେବେଳେ ତପସ୍ଵିନୀଙ୍କ ସହ ଥାଇ ମଧ୍ୟ ନଥିଲା ଭଳି ବ୍ୟବହାର କରୁଛନ୍ତି । ତେବେ ଏସବୁ କୁ ନେଇ ଚିନ୍ତାରେ ଏବେ ତପସ୍ଵିନୀ ।

ତପସ୍ଵିନୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ଠାରୁ ଆରମ୍ଭ କରି, ତାଙ୍କର ଏହି ଧାରଣାରେ ପ୍ରଭାବିତ ହୋଇ କୋର୍ଟ ମଧ୍ୟ ସୁମିତଙ୍କୁ କହିଥିଲେ ଉଭୟ ମିଶି ସାତ ଦିନ ରହିବ । କିନ୍ତୁ ବାସ୍ତବରେ କ’ଣ ଚାହୁଁଛନ୍ତି ସୁମିତ ? ଉଭୟ ମିଶି ରହିବା ପାଇଁ ନା ଅଲଗା ହେବା ପାଇଁ ? କୋର୍ଟ ଏଭଳି ମଧ୍ୟ କହିଥିଲେ ଏହି ସାତ ଦିନ ପରେ ହିଁ ସେ ନିଷ୍ପତି ନେବେ । ଏବଂ ପୁଣି ମଧ୍ୟ ୧୭ ତାରିଖ ରେ ଶୁଣାଣି ଅଛି । ସୁମିତ ଯଦି ଏହି ସମ୍ପର୍କ ରୁ ବାହାରିବାକୁ ଚାହୁଞ୍ଚନ୍ତି ତେବେ ତପସ୍ଵିନୀଙ୍କୁ ଏଭଳି ହଇରାଣ କରିବାର କ’ଣ ଆବଶ୍ୟକତା ଅଛି ?

ଏ କଥାକୁ ସେ ସିଧାସଳଖ କହିପାରିବେ । ସବୁ ଆଙ୍ଗୁଳି ଏହି ଆଡ଼କୁ ହିଁ ନିର୍ଦ୍ଦେଶ କରୁଛି କି କ’ଣ ଚାହୁଁଛନ୍ତି ଡାକ୍ତର ସୁମିତ ? ସୁମିତ ତପସ୍ୱିନୀଙ୍କ ଠୁ କ’ଣ ଜାଣିବାକୁ ଚାହୁଁଛନ୍ତି ? ଯଦି ସୁମିତ କୁଆଡେ ଚାଲି ଯାଉଛନ୍ତି ତେବେ ତପସ୍ଵିନୀ କିଭଳି ବ୍ୟବହାର କରୁଛନ୍ତି ? ତେବେ ବନ୍ଧୁଗଣ ଏବେ ଦେଖିବା ଡ଼ାକ୍ତର ସୁମିତ ଗଣମାଧ୍ୟମ ସାମ୍ନାରେ ଏବଂ ତପସ୍ଵିନୀ ଙ୍କୁ ନିଜର ଏହି ଗାୟବ ହେବା ପଛରେ ଯେଉଁ ଦରଖାସ୍ତ ଦେଇ ହସ୍ପିଟାଲରୁ ଛୁଟି ନେଇଛନ୍ତି ଏହାର ପଛରେ କ’ଣ ଯୁକ୍ତି ବଢୁଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *