Sum Hospital ର ସାଂଘାତିକ କାରନାମା, କାନ୍ଦି କାନ୍ଦି ଏହି କୁନି ଝିଅର ବାପା ଯାହା କହିଲେ ଶୁଣି ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ସହଜରେ କହିବା ଅସମ୍ଭବ । ଆପଣ ମାନେ ଏହାକୁ ଶୁଣିଲେ ମର୍ମହାତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଖବର ଅନୁଯାୟୀ ଦୁଃଖରେ ଭାଙ୍ଗିପଡି ବାପା ଜଣଙ୍କ କହିଛନ୍ତି ଯେ ମୋ ଝିଅ ପେଟରେ ହଠାତ ସାଇକେଲ ମାଡ ହୋଇଗଲା । ଏହାପରେ ସେ ନିଜ ଝିଅ କୁ ନେଇ ସମ ହସ୍ପିଟାଲ ଗଲେ । ଏହାପରେ ଝିଅକୁ ଅପରେସନ କରିଲେ ଝିଅ ଭଲ ରହିଲା । ମାତ୍ର ହଠାତ ୭ ରୁ ୮ ଦିନ ଭିତରେ ସେ କହିଲା ଯେ ମୋର ଦେହ ଭଲ ନାହିଁ ।

ଏହା କହି ଡାକ୍ତର ତାହାର କିଡନୀ ନେଇଯାଇଛନ୍ତି । ମାତ୍ର ଗୋଟିଏ ଜାଗାରେ କଟା ହୋଇଥିଲା ପେଟ ପରେ ଦେଖିଲା ବେଳକୁ ଦୁଇ ଜାଗାରେ କଟା ହୋଇଛି କିଡନୀ । ମାତ୍ର ତାଙ୍କ ଝିଅ ମରିଯିବାର ୩ ଦିନ ହୋଇଗଲାଣି ତଥାପି ଝିଅର ଚେହେରା କୁ ଦେଖିବାକୁ ଦେଉ ନାହାଁନ୍ତି । ଭରତପୁର ଥାନାରେ ଅଭିଯୋଗ କରାଗଲା ତଥା ଲିଙ୍ଗରାଜ ଥାନାରେ ଅଭିଯୋଗ କରାଗଲା ।

କିନ୍ତୁ ଥାନା ବାଲା କହିଲେ ଯେ ଯାହା ପୋଷ୍ଟମଟମ ହେବ ତାହା ଉଚିତ । ବର୍ତ୍ତମାନ ପର୍ଯ୍ୟନ୍ତ ଝିଅ ର ପୋଷ୍ଟମଟମ ହୋଇନାହିଁ । ଶୁକ୍ରବାର ଦିନଠାରୁ ତାଙ୍କ ଝିଅ ଆରପାରିକୁ ଚାଲିଗଲାଣି ବୋଲି କହିଛନ୍ତି । ବାପା ଜଣକ କାନ୍ଦି କାନ୍ଦି କହୁଛନ୍ତି ଯେ ମୋ ଝିଅକୁ ଡାକ୍ତର ବାବୁ ମାନେ ସବୁ ପଇସା ନେଇ ମାରିଦେଇଛନ୍ତି । ଏବଂ ଝିଅକୁ ମାରିଦେଇ ସେମାନେ କହୁଛନ୍ତି କେତେ ଟଙ୍କା ଦରକାର କୁହ ଆମେ ତୁମକୁ ଦେଇଦବୁ ।

ଅପରେସନ ଲଲିତ ଶର୍ମା କରିଥିଲେ ଏବଂ ତପସ୍ଵିନୀ ମାଡାମ ଆଡମିସନ କରିଥିଲେ ବୋଲି କହିଛନ୍ତି କୁନି ଝିଅର ବାପା । ବସ୍ତି ଲୋକ ସମସ୍ତଙ୍କ ଠାରୁ ବାପା ଜଣଙ୍କ ପଇସା ଆଦାୟ କରି ନିଜ ଝିଅକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ ବୋଲି ଭାଙ୍ଗିପଡି କହୁଛନ୍ତି । ସେହି ବସ୍ତି ଭାଇ ମାନେ କହିଲେ ଯେ ଝିଅ କୁ ଦେଖାଅ । ମାତ୍ର ଆମ୍ଭକୁ ଦେଖେଇଲେ ନାହିଁ କେବଳ ମୁହଁଟି ଦେଖେଇଲେ ଜବରଦସ୍ତି କରିବା ପରେ କହିଲେ ଟୋଟାଲଟି ଖୋଲ ।

ଏହାପରେ ସଂପୂର୍ଣ୍ଣ ଖୋଲିଲା ବେଳକୁ ଝିଅର ତଳି ପେଟରେ ଗୋଟିଏ ଦାଗ ରହିଅଛି ତଥା ଗୋଟିଏ ବ୍ୟାଣ୍ଡିଜ ଭଳି ଏକ ପଟି ପଡିଛି । ସେହି ଜାଗାକୁ କେହି ହାତ ଦେବାକୁ ଦେଲେ ନାହିଁ । ପୋଲିସ ବାବୁ ମଧ୍ୟ ସହାୟତା କରିଲେ ନାହିଁ । ତେବେ ବାପା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି ଯେ ଆମ୍ଭର ଗୋଟିଏ ବୋଲି ଝିଅ ଥିଲା ଆମ୍ଭର ନ୍ୟାୟ ଦରକାର । ତେବେ ବନ୍ଧୁଗଣ ଏହି ମର୍ମହାତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *